ବ୍ରହ୍ମପୁର: ହିଞ୍ଜିଳିକାଟୁ ବେଲଗାଁ ଥାନା ଅନ୍ତର୍ଗତ ନନ୍ଦପୁର ଅଞ୍ଚଳରୁ ପୁଲିସ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଚଢ଼ାଉ ବେଳେ ୬୨ କାର୍ଟନରେ ଥିବା ୧୨,୪୦୦ଟି ଜିଲେଟିନ ଷ୍ଟିକ ସହ ୪୭ ପ୍ୟାକେଟ ବ୍ଲାଷ୍ଟିଙ୍ଗ ୱାୟାର ଜବତ କରାଯାଇଛି।
ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଥିବାବେଳେ ବିସ୍ଫୋରକ ସାମଗ୍ରୀ କେଉଁ ଉଦ୍ଦେଶ୍ୟରେ ଗଚ୍ଛିତ ରଖାଯାଇଥିଲା, ସେନେଇ ତଦନ୍ତ ଜାରି ରହିଛି। ଘଟଣାକୁ ନେଇ ପୁଲିସ ପକ୍ଷରୁ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି।


