ଭୁବନେଶ୍ୱର: ଓଡ଼ିଶାରେ ଗ୍ରୀନ ଏନର୍ଜି କ୍ଷେତ୍ରକୁ ବଡ଼ ପ୍ରୋତ୍ସାହନ ମିଳିଛି। ଓଡ଼ିଶା ସରକାର ଓ ଜାପାନୀ ସଂସ୍ଥା ACME ଏବଂ IHI କର୍ପୋରେସନ ମଧ୍ୟରେ ଏକ ଐତିହାସିକ ବୁଝାମଣାପତ୍ର (MoC) ସ୍ୱାକ୍ଷରିତ ହୋଇଛି।
ଏହି ଚୁକ୍ତି ଅନୁଯାୟୀ, ରାଜ୍ୟରେ ପ୍ରାୟ ୬୭ ହଜାର କୋଟି ଟଙ୍କାର ନିବେଶ ହେବ। ପାରାଦୀପ ଓ ଗୋପାଳପୁରରେ ମୋଟ ୩ଟି ଗ୍ରୀନ ଏନର୍ଜି ପ୍ରକଳ୍ପ ସ୍ଥାପନ କରାଯିବା ସହ ୮ ହଜାରରୁ ଅଧିକ ଯୁବକ-ଯୁବତୀଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି ହେବ ବୋଲି ସୂଚନା ମିଳିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଚୁକ୍ତି ଓଡ଼ିଶାକୁ ଗ୍ଲୋବାଲ ଗ୍ରୀନ ଏନର୍ଜି ହବରେ ପରିଣତ କରିବା ଦିଗରେ ଏକ ଐତିହାସିକ ପଦକ୍ଷେପ।


