Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାରଙ୍ଗରେ ସିରିଜ୍ ମନ୍ଦିର ଚୋରି
ଆଜିର ଖବର

ବାରଙ୍ଗରେ ସିରିଜ୍ ମନ୍ଦିର ଚୋରି

July 5, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

କଟକ: ବାରଙ୍ଗ ଅଞ୍ଚଳରେ ରବିବାର ଭୋରୁ ସିରିଜ୍ ମନ୍ଦିର ଚୋରି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଦୁର୍ବୃତ୍ତମାନେ ଏକାଧିକ ମନ୍ଦିରର ତାଲା ଭାଙ୍ଗି ଦେବଦେବୀଙ୍କ ସୁନା ଓ ରୂପା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ବାରଙ୍ଗ ଅନ୍ତର୍ଗତ କଣ୍ଟାପାଟଣା ମଠ ପରିସରର ଜଗନ୍ନାଥ, ଲକ୍ଷ୍ମୀ ଓ ମଙ୍ଗଳା ମନ୍ଦିର ସହ ଦାଢାପାଟଣା କନକ ଦୁର୍ଗା ମନ୍ଦିରକୁ ଟାର୍ଗେଟ୍ କରିଥିଲେ ଚୋର। ମନ୍ଦିରଗୁଡ଼ିକର ତାଲା ଭାଙ୍ଗି ଦେବଦେବୀଙ୍କ ସୁନା ଓ ରୂପା ମୁକୁଟ, ବିଭିନ୍ନ ଅଳଙ୍କାର ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଛନ୍ତି।

ଚୋରମାନଙ୍କ ବର୍ବରତାରୁ ହନୁମାନଙ୍କ ରୂପା ପାଦୁକା ମଧ୍ୟ ବାଦ ପଡ଼ିନଥିଲା। ମା’ ମଙ୍ଗଳାଙ୍କ ରୂପା ଆଖି ତାଡ଼ି ନେବା ସହ ଚାନ୍ଦିର ମୁକୁଟ ମଧ୍ୟ ଲୁଟି ନେଇଥିବା ଜଣାପଡ଼ିଛି। ସେହିପରି ଦାଢାପାଟଣା କନକ ଦୁର୍ଗା ମନ୍ଦିରରୁ ମା’ଙ୍କ ମୁକୁଟ ଓ କାନ ବାଳି ମଧ୍ୟ ଚୋରି ହୋଇଛି।

ଘଟଣାର ଖବର ପାଇ ବାରଙ୍ଗ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବାରଙ୍ଗ ଥାନା ଆଇଆଇସିଙ୍କ ସହ କଟକ ଗ୍ରାମାଞ୍ଚଳ ଜୋନ୍-୪ର ଏସିପି ଅମିତାଭ ମହାପାତ୍ର ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି।

ଚୋରମାନଙ୍କ ସନ୍ଧାନ ପାଇଁ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁରର ସହାୟତାରେ ତଦନ୍ତ ଆରମ୍ଭ ହୋଇଥିବାବେଳେ, ପୁଲିସ୍ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି।

ସିରିଜ୍ ମନ୍ଦିର ଚୋରି ସୁନା ଓ ରୂପା ଅଳଙ୍କାର ଲୁଟ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରେମରେ ବୟସ ବାଧା ନୁହେଁ! ୬୧ ବର୍ଷରେ ଗୌରୀଙ୍କୁ ଜୀବନସାଥୀ କଲେ ଆମିର ଖାନ

July 6, 2026

ସ୍ଥଳଭାଗ ଅତିକ୍ରମ କଲା ଅବପାତ

July 6, 2026

ଭିଜିଲାନ୍ସ ଜାଲରେ ସରପଞ୍ଚ

July 5, 2026

ସେଲଫି ହେଲା କାଳ : ମହାନଦୀରେ ଭାସିଗଲେ ୩ ଯୁବକ

July 5, 2026
Latest News

ପ୍ରେମରେ ବୟସ ବାଧା ନୁହେଁ! ୬୧ ବର୍ଷରେ ଗୌରୀଙ୍କୁ ଜୀବନସାଥୀ କଲେ ଆମିର ଖାନ

July 6, 2026

ସ୍ଥଳଭାଗ ଅତିକ୍ରମ କଲା ଅବପାତ

July 6, 2026

ଭିଜିଲାନ୍ସ ଜାଲରେ ସରପଞ୍ଚ

July 5, 2026

ବାରଙ୍ଗରେ ସିରିଜ୍ ମନ୍ଦିର ଚୋରି

July 5, 2026

ସେଲଫି ହେଲା କାଳ : ମହାନଦୀରେ ଭାସିଗଲେ ୩ ଯୁବକ

July 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.