ନୂଆଦିଲ୍ଲୀ: ଲଣ୍ଡନର କ୍ରିକେଟର ମକ୍କା ଲର୍ଡସ୍ ରେ ଭାରତୀୟ ଏବଂ ଇଂଲଣ୍ଡ ମହିଳା ଦଳ ମଧ୍ୟରେ ଐତିହାସିକ ଟେଷ୍ଟ ମ୍ୟାଚ୍ ଆରମ୍ଭ ହୋଇଛି। ଏହା କ୍ରିକେଟ ଇତିହାସର ପ୍ରଥମ ଟେଷ୍ଟ ମ୍ୟାଚ୍ ଯାହା ଲର୍ଡସ୍ ରେ ଖେଳାଯିବ। ଆୟୋଜକ ଇଂଲଣ୍ଡ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଟିମ୍ ଇଣ୍ଡିଆକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରାଯାଇଛି। ୨୧ ବର୍ଷୀୟା ସ୍ପିନର ଶ୍ରୀ ଚରଣି ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କରିଛନ୍ତି।
ଏହା ଦୁଇ ଦଳ ମଧ୍ୟରେ ଖେଳାଯାଉଥିବା ଏକମାତ୍ର ଟେଷ୍ଟ ମ୍ୟାଚ୍ ପୂର୍ବରୁ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିଥିଲେ। ଭାରତ ଟି-୨୦ ସିରିଜ୍ ୧-୨ ରେ ହାରିଥିଲା। ଏବେ ଭାରତ ଏବଂ ଇଂଲଣ୍ଡ ଟେଷ୍ଟ ସିରିଜ୍ ରେ ମୁହାଁମୁହିଁ ହେବେ, ଯାହା ପାଇଁ ଉଭୟ ଆକର୍ଷଣୀୟ ପ୍ଲେଇଂ ଇଲେଭେନ୍ ଚୟନ କରିଛନ୍ତି।
ଭାରତର ପ୍ଲେଇଂ ୧୧
ସ୍ମୃତି ମନ୍ଧାନା, ଶେଫାଲି ବର୍ମା, ୟସ୍ତିକା ଭାଟିଆ, ହରମନପ୍ରୀତ କୌର (ଅଧିନାୟିକା), ଜେମିମାହ ରଡ୍ରିଗ୍ସ, ରିଚା ଘୋଷ (ୱିକେଟକିପର), ଦୀପ୍ତି ଶର୍ମା, ସ୍ନେହ ରାଣା, ସୟାଲି ସତଘରେ, ଶ୍ରୀ ଚରଣୀ, କ୍ରାନ୍ତି ଗୌଡ଼।


