Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭାରତ-ଅଷ୍ଟ୍ରେଲିଆ କ୍ରୀଡ଼ା ସହଯୋଗିତା ରୋଡମ୍ୟାପ୍
ଜାତୀୟ ଖବର

ଭାରତ-ଅଷ୍ଟ୍ରେଲିଆ କ୍ରୀଡ଼ା ସହଯୋଗିତା ରୋଡମ୍ୟାପ୍

July 10, 2026No Comments4 Mins Read
Share Facebook Twitter LinkedIn Email WhatsApp Copy Link
India-Australia Roadmap for Sports Collaboration
India-Australia Roadmap for Sports Collaboration

ନୂଆଦିଲ୍ଲୀ: କ୍ରୀଡ଼ା ହେଉଛି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏକ ଶକ୍ତିଶାଳୀ ସେତୁ, ଯାହା ଲୋକମାନଙ୍କୁ ଏକାଠି କରିଥାଏ ଏବଂ ସହଯୋଗ ପାଇଁ ନୂତନ ପଥ ଖୋଲିଥାଏ।

କ୍ରୀଡ଼ା କ୍ଷେତ୍ରରେ ସହଯୋଗ ପାଇଁ ୨୦୨୩ ମସିହାରେ ହୋଇଥିବା ବୁଝାମଣାପତ୍ରକୁ ଆଧାର କରି, ‘ଭାରତ-ଅଷ୍ଟ୍ରେଲିଆ କ୍ରୀଡ଼ା ସହଯୋଗ ରୋଡମ୍ୟାପ୍’ ଆମର ଦ୍ୱିପାକ୍ଷିକ ସମ୍ପର୍କର ଏହି ମୂଳଦୁଆକୁ ଅଧିକ ମଜବୁତ କରିବା ପାଇଁ ବ୍ୟବହାରିକ ତଥା ଭବିଷ୍ୟତ-ମୁଖୀ ପ୍ରାଥମିକତା ଏବଂ ସୁଯୋଗଗୁଡ଼ିକର ନିର୍ଦ୍ଧାରଣ କରିଥାଏ।

ଆଗାମୀ ଦଶନ୍ଧିର ସୁଯୋଗ-ଯେପରିକି ଅହମଦାବାଦରେ ୨୦୩୦ ରାଷ୍ଟ୍ରମଣ୍ଡଳ କ୍ରୀଡ଼ା, ବ୍ରିସବେନ ୨୦୩୨ ଅଲିମ୍ପିକ ଏବଂ ପାରାଲିମ୍ପିକ କ୍ରୀଡ଼ା, ଏବଂ ଭବିଷ୍ୟତରେ ଅଲିମ୍ପିକ ଓ ପାରାଲିମ୍ପିକ କ୍ରୀଡ଼ା ଆୟୋଜନ କରିବା ପାଇଁ ଭାରତର ଆକାଂକ୍ଷାକୁ ଗ୍ରହଣ କରି ଏହି ରୋଡମ୍ୟାପ୍ ପରସ୍ପରର ପ୍ରାଥମିକତା, ଦକ୍ଷତା ଏବଂ ସମ୍ବଳ ଅନୁଯାୟୀ ସହଯୋଗର ନିର୍ଦ୍ଦିଷ୍ଟ କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରିଥାଏ।

ଅଷ୍ଟ୍ରେଲିଆ ଏବଂ ଭାରତରେ କ୍ରୀଡ଼ାର ପରିଚାଳନା ଏବଂ କ୍ରୀଡ଼ା ବ୍ୟବସ୍ଥାର ବିକାଶ ମଧ୍ୟରେ ଥିବା ପ୍ରଭେଦକୁ ସମ୍ମାନ ଜଣାଇ, ଏବଂ ଉଭୟ ଶ୍ରେଷ୍ଠ ଓ ଗୋଷ୍ଠୀଗତ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବାରେ କ୍ରୀଡ଼ା ସଂଗଠନ, ବ୍ୟବସାୟିକ ପ୍ରତିଷ୍ଠାନ, ରାଜ୍ୟ ସରକାର, ବିଶ୍ୱବିଦ୍ୟାଳୟ ଏବଂ ସାମାଜିକ ଗୋଷ୍ଠୀଗୁଡ଼ିକର ନେତୃତ୍ୱ ଭୂମିକାକୁ ସ୍ୱୀକାର କରି, ଆମେ ସଂପୃକ୍ତ ଅନୁଷ୍ଠାନଗୁଡ଼ିକ ମଧ୍ୟରେ ଯୋଗାଯୋଗ ଏବଂ ସହଯୋଗୀ କାର୍ଯ୍ୟଶୈଳୀକୁ ସହଜ କରିବା ପାଇଁ ପ୍ରତିବଦ୍ଧ, ଯାହାଦ୍ୱାରା ସବୁସ୍ତରରେ ଏକ ସୁଦୃଢ଼ କ୍ରୀଡ଼ା ସାମିଲଦାରିତା ଗଠନ ହୋଇପାରିବ ଏବଂ ଯେଉଁଥିରୁ ଉଭୟ ଦେଶ ଉପକୃତ ହେବେ।

ଏହାର କାର୍ଯ୍ୟାନ୍ୱୟନ ବ୍ୟବହାରିକ ଏବଂ ଫଳାଫଳ-ମୁଖୀ ହେବ। ଉପଲବ୍ଧ ସମ୍ବଳ ଏବଂ ପ୍ରମୁଖ ଘଟଣାଗୁଡ଼ିକର ସମୟସୀମା ସହିତ ସମନ୍ୱୟ ରଖି କାର୍ଯ୍ୟାନ୍ୱୟନକୁ ପ୍ରାଥମିକତା ଦିଆଯିବ।

ଏହି ସହଯୋଗ ସ୍ଥାପିତ ସହଭାଗୀତା ମାଧ୍ୟମରେ ପ୍ରଦାନ କରାଯିବ, ଯାହା ନମନୀୟ ଏବଂ ଚାହିଦା-ଚାଳିତ ବ୍ୟବସ୍ଥା ଦ୍ୱାରା ସମର୍ଥିତ ହେବ। ସମ୍ବଳ ଉପଲବ୍ଧତା ପାଇଁ ଦାୟିତ୍ୱ ପ୍ରତ୍ୟେକ କ୍ଷେତ୍ର ଆଧାରରେ ନିର୍ଣ୍ଣୟ କରାଯିବ। ଏହି ଆଭିମୁଖ୍ୟ ବ୍ୟବହାରିକ, ନିରନ୍ତର ଏବଂ ପାରସ୍ପରିକ ଭାବେ ଲାଭଦାୟକ ଫଳାଫଳ ସୁନିଶ୍ଚିତ କରିବ।

ଏହି ରୋଡମ୍ୟାପ୍ ଅନୁଯାୟୀ ସହଯୋଗ ପାଇଁ ନିମ୍ନଲିଖିତ କ୍ଷେତ୍ରଗୁଡ଼ିକୁ ନିର୍ଦ୍ଦିଷ୍ଟ ଭାବରେ ଚିହ୍ନଟ କରାଯାଇଛି:

କ. କ୍ଷମତା ନିର୍ମାଣ :

  • ପ୍ରାଥମିକତା ପ୍ରାପ୍ତ କ୍ରୀଡ଼ାଗୁଡ଼ିକରେ ଭାରତରେ ହାଇ-ପରଫରମାନ୍ସ ସ୍ପୋର୍ଟସ ସେଣ୍ଟର ପ୍ରତିଷ୍ଠା ଏବଂ ପରିଚାଳନା ପାଇଁ ସର୍ବୋତ୍ତମ ଅଭ୍ୟାସ ଆଦାନପ୍ରଦାନ କରିବାକୁ ସହଯୋଗ କରିବା।
  • ପାରା ସ୍ପୋର୍ଟ (ଦିବ୍ୟାଙ୍ଗ କ୍ରୀଡ଼ା) କୁ ସହଯୋଗର ଏକ ପ୍ରମୁଖ ପ୍ରାଥମିକତା ଏବଂ ସୁଯୋଗ ଭାବେ ଚିହ୍ନଟ କରିବା, ଯେଉଁଥିରେ ପାରା ବର୍ଗୀକରଣ, କୋଚିଂ ଏବଂ ପ୍ରଦର୍ଶନ ସହାୟତା କ୍ଷେତ୍ରରେ ଅଷ୍ଟ୍ରେଲୀୟ ବିଶେଷଜ୍ଞତା ସାମିଲ ରହିବ; ଏବଂ ଆବଶ୍ୟକ ସ୍ଥଳେ ଭାରତୀୟ ଓ ଅଷ୍ଟ୍ରେଲୀୟ ବିଶେଷଦ୍ୱାରା ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ସମ୍ପର୍କ ସ୍ଥାପନ କରାଯିବ।
  • ଅଷ୍ଟ୍ରେଲିଆର ପ୍ରଶିକ୍ଷକ ବିକାଶ ମଡେଲକୁ ଆଧାର କରି, ଭାରତୀୟ ପ୍ରଶିକ୍ଷକ ଓ ପ୍ରଶିକ୍ଷକ ତାଲିମଦାତାମାନଙ୍କୁ ଅଷ୍ଟ୍ରେଲିଆ ପଠାଇବା ଏବଂ ଅଷ୍ଟ୍ରେଲୀୟ ପ୍ରଶିକ୍ଷକ ଓ ପ୍ରଶିକ୍ଷକ ତାଲିମଦାତାମାନଙ୍କୁ ଭାରତ ଆଣିବା ପାଇଁ ଦ୍ୱିପାକ୍ଷିକ ଆଦାନପ୍ରଦାନକୁ ସହଜ କରିବା। ଯେଉଁଠାରେ ଉପଯୁକ୍ତ ମନେହେବ “ଟ୍ରେନ୍ ଦି ଟ୍ରେନର୍” ( ପ୍ରଶିକ୍ଷକଙ୍କ ତାଲିମ) ଆଭିମୁଖ୍ୟ ବ୍ୟବହାର କରାଯିବ।
  • ପାରସ୍ପରିକ ଶିକ୍ଷା, ସର୍ବୋତ୍ତମ ଅଭ୍ୟାସର ଆଦାନପ୍ରଦାନ ଏବଂ ସ୍କୁଲ କ୍ରୀଡ଼ା, କ୍ରୀଡ଼ା ବିଜ୍ଞାନ ଓ ଶାରୀରିକ ଶିକ୍ଷାରେ ସାମୁଦାୟିକ ଅଂଶଗ୍ରହଣ ଭଳି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏକ ଶାରୀରିକ ଶିକ୍ଷା ଆଦାନପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇପାରେ।
  • ଯୋଗର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପକାରିତା ଏବଂ ଭାରତରେ ଅବସ୍ଥିତ ଯୋଗାସନ କ୍ରୀଡ଼ାର ମହାସଂଘ ‘ୱାର୍ଲ୍ଡ ଯୋଗାସନ’କୁ ସ୍ୱୀକୃତି ଦେଇ, ଅଷ୍ଟ୍ରେଲିଆରେ ଯୋଗ ବିଷୟରେ ଜ୍ଞାନ ବଣ୍ଟନ, ସହଯୋଗ ବୃଦ୍ଧି ଏବଂ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ସୁଯୋଗ ଚିହ୍ନଟ କରାଯିବ।
  • ‘ଭାରତ ଅଷ୍ଟ୍ରେଲିଆ ହାଇ ପରଫରମାନ୍ସ କୋଚ୍ ଡେଭଲପମେଣ୍ଟ’ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ବଛାବଛା ଭାରତୀୟ ପ୍ରଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଅଷ୍ଟ୍ରେଲିଆ ସ୍ପୋର୍ଟସ କମିଶନଙ୍କ ସହ ମିଶି କାର୍ଯ୍ୟ କରିବା।
  • ଅଷ୍ଟ୍ରେଲିଆରେ ଉଚ୍ଚ-ପ୍ରଦର୍ଶନ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଭାରତ ସରକାରଙ୍କ ପ୍ରଦତ୍ତ ପାଣ୍ଠି ମାଧ୍ୟମରେ ଦିଆଯାଉଥିବା ଛାତ୍ର ବୃତ୍ତି ମାଧ୍ୟମରେ ପ୍ରତିଭାବାନ ଯୁବ ଭାରତୀୟ କ୍ରୀଡ଼ାବିତମାନଙ୍କୁ ସହାୟତା କରିବା ପାଇଁ କ୍ରୀଡ଼ା ସଂଗଠନ ଏବଂ ବିଶ୍ୱବିଦ୍ୟାଳୟ ଭଳି ପ୍ରାସଙ୍ଗିକ ଅଣ-ସରକାରୀ ଅଂଶୀଦାରମାନଙ୍କ ମାଧ୍ୟମରେ ସୁଯୋଗ ଅନ୍ୱେଷଣ କରାଯିବ।

ଖ. ସହଯୋଗଭିତ୍ତିକ କ୍ରୀଡ଼ା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଗବେଷଣା

ଆଥଲେଟ୍ ପ୍ରଦର୍ଶନ ଅନୁଶୀଳନ (Performance Analytics), ଆଘାତ ପ୍ରତିରୋଧ, କ୍ରୀଡ଼ା ପୋଷଣ, ପରିଧାନଯୋଗ୍ୟ ପ୍ରଦର୍ଶନ ପ୍ରଯୁକ୍ତିବିଦ୍ୟା (Wearable Technology), ସୁସ୍ଥତା ଫେରିପାଇବା କୌଶଳ (Recovery Techniques) ଏବଂ ପାରା ସ୍ପୋର୍ଟ ଉପରେ ଭାରତ ଓ ଅଷ୍ଟ୍ରେଲିଆର ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ମିଳିତ ଗବେଷଣା ଏବଂ ବିକାଶ ପ୍ରକଳ୍ପଗୁଡ଼ିକୁ ପ୍ରୋତ୍ସାହିତ କରିବା।

  • କ୍ରୀଡ଼ା ପାଠ୍ୟକ୍ରମର ମିଳିତ ବିକାଶ ପାଇଁ ଭାରତୀୟ ଏବଂ ଅଷ୍ଟ୍ରେଲୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ଭାଗୀଦାରିତାକୁ ପ୍ରୋତ୍ସାହିତ କରିବା।
  • ସ୍ପୋର୍ଟ ଇଣ୍ଟିଗ୍ରିଟି ଅଷ୍ଟ୍ରେଲିଆ ଏବଂ ଜାତୀୟ ଆଣ୍ଟି-ଡୋପିଂ ଏଜେନ୍ସି ଇଣ୍ଡିଆ ସହିତ ସହଭାଗୀତାରେ – ୱାର୍ଲ୍ଡ ଆଣ୍ଟି-ଡୋପିଂ ଏଜେନ୍ସି (WADA) ଦ୍ୱାରା ପରିଚାଳିତ କ୍ଷମତା-ନିର୍ମାଣ କାର୍ଯ୍ୟକ୍ରମଗୁଡ଼ିକୁ ସମର୍ଥନ କରିବା, WADA ଏସିଆ/ଓସେନିଆ କାର୍ଯ୍ୟାଳୟ ସହିତ ସହଯୋଗ କରି ଏବଂ କ୍ରୀଡ଼ା (କନଭେନସନ) ଗ୍ରୁପଗୁଡ଼ିକରେ ୟୁନେସ୍କୋ ଆନ୍ତର୍ଜାତିକ କନଭେନସନରେ ପ୍ରତିନିଧିତ୍ବ।

ଗ. ପ୍ରମୁଖ କ୍ରୀଡ଼ା ପ୍ରତିଯୋଗିତା:

  • ବୃହତ ପ୍ରତିଯୋଗିତାଗୁଡ଼ିକର ଆୟୋଜନ ପାଇଁ ସର୍ବୋତ୍ତମ ଅଭ୍ୟାସ ଆଦାନପ୍ରଦାନ କରିବାକୁ ଅଷ୍ଟ୍ରେଲିଆର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଜାତୀୟ କ୍ରୀଡ଼ା ସଂଗଠନଗୁଡ଼ିକ ସହ ସହଯୋଗ କରିବା।
  • ପାରସ୍ପରିକ ସ୍ୱାର୍ଥ ରହିଥିବା କ୍ରୀଡ଼ାଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ ଉଭୟ ଦେଶରେ ପ୍ରଦର୍ଶନୀ ମ୍ୟାଚ୍ ଏବଂ ଯୁବ ପ୍ରତିଯୋଗିତା ଆୟୋଜନ କରିବାର ସୁଯୋଗ ଅନ୍ୱେଷଣ କରିବା (ଯେପରିକି ଅଷ୍ଟ୍ରେଲିଆରେ କବାଡି ଓ ଖୋ-ଖୋ, ଏବଂ ଭାରତରେ ଅଷ୍ଟ୍ରେଲୀୟ ଫୁଟବଲ ଲିଗ୍ ଓ ବାସ୍କେଟବଲ)।
  • ଅଲିମ୍ପିକ, ପାରାଲିମ୍ପିକ ଏବଂ ରାଷ୍ଟ୍ରମଣ୍ଡଳ କ୍ରୀଡ଼ା ଭଳି ପ୍ରମୁଖ କ୍ରୀଡ଼ା ପ୍ରତିଯୋଗିତାଗୁଡ଼ିକର ପ୍ରସ୍ତୁତି ସମୟକୁ ବ୍ୟବହାର କରି ଭାରତୀୟ ଏବଂ ଅଷ୍ଟ୍ରେଲୀୟ କ୍ରୀଡ଼ା ସଂଗଠନଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ଚାଲିଥିବା ସମୟରେ ଏବଂ ଏହାର ପ୍ରସ୍ତୁତି ପର୍ଯ୍ୟାୟରେ ମିଳିତ ଭିତ୍ତିଭୂମି, ପ୍ରତିଯୋଗିତା ଏବଂ ସହାୟତା ନେଟୱାର୍କ ପାଇଁ ଆନୁଷ୍ଠାନିକ, ପାରସ୍ପରିକ ବ୍ୟବସ୍ଥା ସ୍ଥାପନ କରିବା।
  • ଡିସେମ୍ବର ୨୦୨୬ରେ ଚେନ୍ନାଇଠାରେ ଭାରତରେ ଖେଳାଯିବାକୁ ଥିବା ପ୍ରଥମ ବିଗ୍ ବ୍ୟାଶ୍ ଲିଗ୍ (ବିବିଏଲ) ମ୍ୟାଚକୁ ସ୍ୱାଗତ ଜଣାଇବା ସହ, ଭାରତରେ ବାର୍ଷିକ ବିବିଏଲ ମ୍ୟାଚ୍ ଆୟୋଜନ କରିବା ପାଇଁ ଏକ ପ୍ରତିବଦ୍ଧତା ଦିଗରେ କାର୍ଯ୍ୟ କରିବାକୁ କ୍ରିକେଟ ଅଷ୍ଟ୍ରେଲିଆ ଏବଂ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ପ୍ରୋତ୍ସାହିତ କରିବା।

ଘ. କ୍ରୀଡ଼ା ଶିଳ୍ପ ଏବଂ ନିବେଶ କ୍ଷେତ୍ର

  • ଡିସେମ୍ବର ୨୦୨୬ରେ ମୁମ୍ବାଇରେ ଅଷ୍ଟ୍ରେଲିଆର ଆର୍ଥିକ ପ୍ରେତ୍ସାହନରେ ହେବାକୁ ଥିବା ‘ସ୍ପୋର୍ଟସ ଇଣ୍ଡଷ୍ଟ୍ରି ସମିଟ୍’ କୁ ଆଧାର କରି କ୍ରୀଡ଼ା ସରଞ୍ଜାମ ଉତ୍ପାଦନ, କ୍ରୀଡ଼ା ଗଣମାଧ୍ୟମ ଓ ପ୍ରସାରଣ, ପ୍ରତିଯୋଗିତା ପରିଚାଳନା ଏବଂ କ୍ରୀଡ଼ା ଷ୍ଟାର୍ଟଅପ୍ କ୍ଷେତ୍ରରେ ଭାରତୀୟ ଏବଂ ଅଷ୍ଟ୍ରେଲୀୟ କମ୍ପାନୀଗୁଡ଼ିକ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହିତ କରିବା ।
  • ସୂଚନା ଆଦାନପ୍ରଦାନ ଅଧିବେଶନ ମାଧ୍ୟମରେ ଭାରତୀୟ କ୍ରୀଡ଼ା ବଜାରରେ ଅଷ୍ଟ୍ରେଲୀୟ କ୍ରୀଡ଼ା କ୍ଷେତ୍ରର ବ୍ୟବସାୟକୁ ସହଜ କରିବା ଏବଂ ବିପରୀତ ଭାବେ ଅଷ୍ଟ୍ରେଲୀୟ ବଜାରରେ ଭାରତୀୟ ବ୍ୟବସାୟକୁ ସହାୟତା କରିବା।
  • ଅଷ୍ଟ୍ରେଲିଆକୁ ଉଚ୍ଚ ଗୁଣବତ୍ତା ସମ୍ପନ୍ନ, ପ୍ରତିଯୋଗିତାମୂଳକ ମୂଲ୍ୟବିଶିଷ୍ଟ ଭାରତୀୟ କ୍ରୀଡ଼ା ସାମଗ୍ରୀର ରପ୍ତାନି ବୃଦ୍ଧି।
  • ପ୍ରଶିକ୍ଷଣ, ପ୍ରଶିକ୍ଷକ ବିକାଶ, ସାମର୍ଥ୍ୟ ଏବଂ କଣ୍ଡିସନିଂ, ଆଥଲେଟ୍ କଲ୍ୟାଣ, ପୋଷଣ ଏବଂ ମନୋବିଜ୍ଞାନ ସମେତ ଉଚ୍ଚ ପ୍ରଦର୍ଶନକାରୀ କ୍ରୀଡ଼ା କ୍ଷେତ୍ରରେ ଅଷ୍ଟ୍ରେଲୀୟ ବିଶେଷଜ୍ଞତାର ଉପଯୋଗ ବୃଦ୍ଧି।

ଙ. କ୍ରୀଡ଼ା ସହଯୋଗିତାରେ ମହିଳା

ମହିଳାମାନଙ୍କ ଆର୍ଥିକ ସଶକ୍ତୀକରଣ, ନେତୃତ୍ବ, ସ୍ବାସ୍ଥ୍ୟ ଓ ସାମାଜିକ ଅନ୍ତର୍ଭୁକ୍ତୀକରଣ ଲାଗି କ୍ରୀଡ଼ାକୁ ଏକ ଶକ୍ତିଶାଳୀମାଧ୍ୟମଭାବେ ସ୍ବୀକାର କରି ଅଷ୍ଟ୍ରେଲୀୟ କ୍ରୀଡ଼ା ଆୟୋଗଙ୍କ ପ୍ରମୁଖ କାର୍ଯ୍ୟକ୍ରମ ଅନୁସାରେ କ୍ରୀଡ଼ାରେ ମହିଳାଙ୍କ ନେତୃତ୍ବ, ସ୍ବାସ୍ଥ୍ୟ, ଉଚ୍ଚ ପ୍ରଦର୍ଶନ ଓ ଅଂଶଗ୍ରହଣ ଲାଗି ଏକ ମିଳିତ ପଦକ୍ଷେପ ଆରମ୍ଭ କରାଯିବ। ଏହା ମଧ୍ୟରେ ଅନ୍ତର୍ଭୁକ୍ତ ରହିବ ମହିଳା ଆଥଲେଟମାନଙ୍କ ପାଇଁ ଦ୍ବିପାକ୍ଷିକ ପ୍ରତିଯୋଗିତା।

କ୍ରୀଡ଼ା ସହଯୋଗିତା ରୋଡମ୍ୟାପ୍ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଭାରତ-ଅଷ୍ଟ୍ରେଲିଆ
Share. Facebook Twitter LinkedIn Email WhatsApp Copy Link

Related Posts

ପାଲଲହଡ଼ା କେନ୍ଦ୍ରୀୟ ବିଦ୍ୟାଳୟର ଭୂମିପୂଜନ ସହ ଅସ୍ଥାୟୀ କ୍ୟାମ୍ପସ ଉଦଘାଟିତ

July 10, 2026

ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ବିରୋଧ କରି ଝାରସୁଗୁଡାରେ ବିଜେଡିର ବିକ୍ଷୋଭ

July 10, 2026

ରଥଯାତ୍ରା ବୈଠକ, ଏଥର ସୁରକ୍ଷା ବ୍ୟବସ୍ଥା ତଦାରଖ କରିବେ ୧୯ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀ

July 10, 2026

ବାଙ୍କିପୁର ଉପନିର୍ବାଚନ ପାଇଁ ନାମାଙ୍କନ ପ୍ରତ୍ୟାହାର କଲେ ବିଜେପି ପ୍ରାର୍ଥୀ ଅଭିଷେକ କୁମାର

July 10, 2026
Latest News

ଭାରତ-ଅଷ୍ଟ୍ରେଲିଆ କ୍ରୀଡ଼ା ସହଯୋଗିତା ରୋଡମ୍ୟାପ୍

July 10, 2026

ଏମ୍ସ ଭୁବନେଶ୍ୱରର ଅନନ୍ୟ ସଫଳତା: ୧୦୦ଟି ସଫଳ ରୋବୋଟିକ୍ ଅସ୍ତ୍ରୋପଚାର ସମ୍ପନ୍ନ

July 10, 2026

ପାଲଲହଡ଼ା କେନ୍ଦ୍ରୀୟ ବିଦ୍ୟାଳୟର ଭୂମିପୂଜନ ସହ ଅସ୍ଥାୟୀ କ୍ୟାମ୍ପସ ଉଦଘାଟିତ

July 10, 2026

ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ବିରୋଧ କରି ଝାରସୁଗୁଡାରେ ବିଜେଡିର ବିକ୍ଷୋଭ

July 10, 2026

ପ୍ରକାଶ ପାଇଲା ବିଏଡ, ଏମଏଡ ଏବଂ ବିଏଚଏଡ ପ୍ରବେଶିକା ପରୀକ୍ଷା ଫଳ

July 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.