ଭୁବନେଶ୍ଵର: ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ପାଟଣାଗଡ଼ଠାରେ ସରକାରଙ୍କ ବିଭିନ୍ନ ସଫଳତାର ଗାଥାକୁ ନେଇ ପ୍ରକାଶିତ ଦୁଇଟି ବିଶେଷ ପୁସ୍ତକ ‘ପ୍ରଗତି ପ୍ରବାହ’ ଓ ‘ବିକାଶର ଧାରା ଓଡ଼ିଶା ସାରା’ ପୁସ୍ତକ ବରିଷ୍ଠ ନେତୃବୃନ୍ଦଙ୍କୁ ବଣ୍ଟନ କରିଛନ୍ତି। ସେ କହିଛନ୍ତି ଆଜି ରାଜ୍ୟର ବିକାଶ ଏକ ନୂତନ ଶିଖର ଅଭିମୁଖେ ଅଗ୍ରସର ହେଉଛି। ଡବଲ ଇଞ୍ଜିନ ସରକାରଙ୍କ ଏହି ପ୍ରଗତିର ଧାରା ପ୍ରତ୍ୟେକ ଓଡ଼ିଆଙ୍କ ଜୀବନରେ ସମୃଦ୍ଧି ଆଣିବା ପାଇଁ ସଂକଳ୍ପବଦ୍ଧ। ବିକାଶର ବାର୍ତ୍ତା ପ୍ରତ୍ୟେକ ଜନସାଧାରଣଙ୍କ ପାଖକୁ ନେବାରେ ଏହି ପୁସ୍ତକଗୁଡ଼ିକ ଏକ ପ୍ରମୁଖ ମାଧ୍ୟମ ସାଜିବ ବୋଲି ଶ୍ରୀ ସିଂହଦେଓ କହିଛନ୍ତି।


