ନୂଆଦିଲ୍ଲୀ: ଆଜି ଠାରୁ ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳଙ୍କ ହଙ୍ଗାମା ଆରମ୍ଭ ହୋଇଛି। ରାମ ମନ୍ଦିର ଚାନ୍ଦା ଚୋରୀ ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ହଟ୍ଟଗୋଳ କରିଥିଲେ। ଯାହାଫଳରେ ଲୋକସଭା ବାଚସ୍ପତି ଓମ ବିର୍ଲା ଗୃହ କାର୍ଯ୍ୟକୁ ଅପରାହ୍ନ ୧୨ ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ।


