ଭୁବନେଶ୍ଵର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିମାପଡ଼ା ଗସ୍ତ କରି ଗୋପ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ କାର୍ଯ୍ୟକାରୀ ହେବାକୁ ଥିବା ରାସ୍ତା, ସେତୁ ଓ ଅନ୍ୟ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ ହେବା ଫଳରେ ଗମନାଗମନ ବ୍ୟବସ୍ଥା ଅଧିକ ସୁଦୃଢ଼ ହେବା ସହ ଅଞ୍ଚଳର ସାମଗ୍ରିକ ବିକାଶ ଆହୁରି ତ୍ୱରାନ୍ୱିତ ହେବ ବୋଲି ସେ କହିଛନ୍ତି। ଏଥିସହିତ ନିମାପଡ଼ାର ଦୋଳବେଦୀ ଛକଠାରେ ମା’ ଦକ୍ଷିଣକାଳୀଙ୍କ ନବନିର୍ମିତ ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ମଧ୍ୟ ସେ ଯୋଗଦେଇଛନ୍ତି। ଏହି ଶୁଭ ଅବସରରେ ମା’ ଦକ୍ଷିଣକାଳୀଙ୍କ ଦର୍ଶନ କରିବା ସହ ସମସ୍ତଙ୍କ ସୁଖ, ଶାନ୍ତି ଓ କଲ୍ୟାଣ ପାଇଁ ଶ୍ରୀମତୀ ପରିଡ଼ା ପ୍ରାର୍ଥନା କରିଛନ୍ତି ।


