ଭୁବନେଶ୍ୱର: ଅଗଷ୍ଟ ମାସର ପାଗକୁ ନେଇ ଚିନ୍ତା ବଢ଼ାଇଛି ଭାରତୀୟ ପାଣିପାଗ ବିଭାଗ (IMD)। ଆଇଏମଡିର ସଦ୍ୟତମ ପୂର୍ବାନୁମାନ ଅନୁସାରେ, ଅଗଷ୍ଟରେ ଦେଶରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବା ସହ ତାପମାତ୍ରା ବୃଦ୍ଧି ପାଇବ। ଏଲ୍-ନିନୋ ପ୍ରଭାବରେ ମୌସୁମୀର ଦ୍ୱିତୀୟ ପର୍ଯ୍ୟାୟ ଦୁର୍ବଳ ରହିବ ବୋଲି ବିଭାଗ କହିଛି।
ଜୁଲାଇରେ ପ୍ରବଳ ବର୍ଷା ଯୋଗୁଁ ଅନେକ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ, ଅଗଷ୍ଟରେ ବର୍ଷା ଦୀର୍ଘକାଳୀନ ହାରର ପ୍ରାୟ ୯୪ ପ୍ରତିଶତ କିମ୍ବା ତା’ଠାରୁ କମ୍ ରହିପାରେ। ଓଡ଼ିଶାର ଉପକୂଳ ଓ ଉତ୍ତର ଜିଲ୍ଲାଗୁଡ଼ିକରେ ତାତି ଓ ଗୁଳୁଗୁଳି ବଢ଼ିବା ସହ କୃଷି ଓ ଖରିଫ ଫସଲ ଉପରେ ଏହାର ପ୍ରଭାବ ପଡ଼ିବାର ଆଶଙ୍କା ରହିଛି।


