ଭୁବନେଶ୍ଵର: ରାଜସ୍ଥାନର ଜୟପୁରଠାରେ ଆଜି ଉଦଯାପିତ ୪୨ ତମ ଜାତୀୟ ଉପ-କନିଷ୍ଠ ଜଳକ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶାର ସୌରଭ ପୁଟେଲ ୩ ଟି ସ୍ୱର୍ଣ୍ଣ ପଦକ ସହ ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି। ସେ ଆଜି ଗ୍ରୁପ୍ – ଦୁଇ, ୫୦ ମିଟର ବ୍ରେଷ୍ଟ୍ ଷ୍ଟ୍ରୋକ୍ ସନ୍ତରଣରେ ୩୧ ଦଶମିକ ୦୨ ସେକେଣ୍ଡ ସମୟ ନେଇ ତୃତୀୟ ସ୍ୱର୍ଣ୍ଣ ପଦକ ଲାଭ କରିଛନ୍ତି।
ଏହି ଇଭେଣ୍ଟରେ ସେ ମଧ୍ୟ ନୂତନ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି। ହିଟ୍ସ୍ ପର୍ଯ୍ୟାୟରେ ସୌରଭ ୩୦ ଦଶମିକ ୯୬ ସେକେଣ୍ଡ୍ ସମୟ ନେଇ ପୂର୍ବ ଜାତୀୟ ରେକର୍ଡ ଭଙ୍ଗ କରିଥିଲେ। ବଲାଙ୍ଗୀର ଜିଲ୍ଲାର ଉଦୀୟମାନ ପହଁରାଳି ସୌରଭ ଏହା ପୂର୍ବରୁ ଶହେ ଓ ଦୁଇ ଶହ ମିଟର ବ୍ରେଷ୍ଟ୍ ଷ୍ଟ୍ରୋକ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିଲେ।


