ପୁରୀ: ପିପିଲି ଆଠବାଟିଆ ଅଞ୍ଚଳରେ ମାଟିଆପଡ଼ା RI ଆଶୁତୋଷ ସାହୁଙ୍କୁ ଅତର୍କିତ ଆକ୍ରମଣ ହୋଇଛି । ଗତ ରାତି ପ୍ରାୟ ୧୧ଟାରେ ସେ ଘରକୁ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ମୁଣ୍ଡରେ ଆକ୍ରମଣ କରିଥିଲେ। ଏଥିରେ ଆଶୁତୋଷ ଗୁରୁତର ଆହତ ହୋଇ ରକ୍ତାକ୍ତ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା ନେଇ ପିପିଲି ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଆକ୍ରମଣର କାରଣ ଓ ଦୁର୍ବୃତ୍ତଙ୍କ ପରିଚୟ ଖୋଜୁଛି ପୁଲିସ।


