ବାଣପୁର: ଆଜି ଅପରାହ୍ଣ ୧. ୩୦ ମିନିଟ ସମୟରେ ଛାତ୍ରଛାତ୍ରୀମାନଙ୍କୁ ଗଣତାନ୍ତ୍ରିକ ରାଷ୍ଟ୍ରରେ ମତଦାନର ଗୁରୁତ୍ୱ, ସମ୍ବିଧାନ ବ୍ୟବସ୍ଥା, ମତଦାତାଙ୍କ ଫର୍ମ _୦୬ ରେ ପଞ୍ଜିକରଣ, ନିର୍ବାଚନରେ ସ୍ଵଛତା ଓ଼ S. I. R. ର ଆବଶ୍ୟକତା ଇତ୍ୟାଦି ବିଷୟରେ ଗୋଦାବରୀଶ ମହାବିଦ୍ୟାଳୟର ପଠନ ଶ୍ରେଣୀଗୃହରେ ଅଧକ୍ଷ ଡ଼ଃ ସୁରପ୍ରତାପ ନରେନ୍ଦ୍ର ସିଂ ବର୍ମାଙ୍କ ସଭାପତିତ୍ୱରେ ମତଦାତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମତଦାତା ସାକ୍ଷରତା କ୍ଳବର ସଂଯୋକକ ଗୋଲକ କୁମାର ବେହେରା ଓ଼ ସହସଂଯୋଜିକା ପ୍ରତିଭା ମଲ୍ଲିକଙ୍କ ତତ୍ୱାବଧାନରେ ଛାତ୍ରୀମାନେ ସଚେତନତା ସ୍ବାଗତ ସଂଗୀତ ଗାନ କରିବାପରେ ପରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।
ଶ୍ରୀଯୁକ୍ତ ବେହେରା ମତଦାନର ଗୁରୁତ୍ୱଉପରେ ମତରଖିଥିଲେ। ପ୍ରଶାସନିକ ଅଧିକାରୀ ତଥା ରାଜନୀତି ବିଜ୍ଞାନର ମୁଖ୍ୟ ଆଦିତ୍ୟ ସାରଥୀ ବେଦମତ୍ତା ପ୍ରତ୍ୟେକ ଛାତ୍ରଛାତ୍ରୀ ତାଙ୍କର ସାମାଜିକ ଉତ୍ତରଦାୟିତ୍ୱ ସହିତ ରାଜନୈତିକ ଉତ୍ତରଦାୟୀତ୍ୱ ବିଷୟରେ ଜାଣିବା ବିଷୟରେ ଆଲୋକପାତ କରିଥିଲେ। ଛାତ୍ରୀ ପୂଜା ସାହୁ, ସସ୍ମିତା ବେହେରା, ରାଜଲକ୍ଷ୍ମୀ ପରିମାଣିକ, ଜସ୍ମିନ ଦଳେଇ ଓ଼ ସମୀର ପ୍ରଧାନ ନିର୍ବାଚନରେ ଯୁବଭୋଟରଙ୍କ ଭୂମିକା ସମ୍ପର୍କରେ ମତ ରଖିଥିଲେ। ଡ଼ଃ ବର୍ମା ନୂଆ ମତଦାତାଙ୍କୁ ସ୍ୱାଗତ କରି ଗଣତନ୍ତ୍ରର ମର୍ଯ୍ୟଦା ବିଷୟରେ ଆଲୋକପାତ କରିଥିଲେ।ପରିଶେଷରେ ପ୍ରତିଭା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।


