ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଭାବିତ ଅଞ୍ଚଳରେ ନିରାପଦ ପାନୀୟ ଜଳ ଯୋଗାଣକୁ ସରକାର ପ୍ରାଥମିକତା ଦେଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରଭାବିତ ଜଳ ଉତ୍ସଗୁଡ଼ିକର ବିଶୋଧନ ସହ ପାଇପ୍ ଜଳଯୋଗାଣ ପ୍ରକଳ୍ପର ଆଶୁ ପୁନରୁଦ୍ଧାର କରାଯାଉଛି। ଏଥିସହ ବିକଳ୍ପ ଜଳଯୋଗାଣ ବ୍ୟବସ୍ଥା ମାଧ୍ୟମରେ ଲୋକଙ୍କୁ ସୁରକ୍ଷିତ ପାନୀୟ ଜଳ ପହଞ୍ଚାଯାଉଥିବା ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ପ୍ରଭାବିତ ଅଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ବୋତଲ ଓ ପାଉଚ୍ ବଣ୍ଟନ କରାଯାଉଛି।
ଆବଶ୍ୟକତା ପାଇଁ ପର୍ଯ୍ୟାପ୍ତ ଜଳ ବୋତଲ ଓ ବ୍ଲିଚିଂ ପାଉଡର୍ ମହଜୁଦ ରହିଛି। ନିରବଚ୍ଛିନ୍ନ ଜଳଯୋଗାଣ ପାଇଁ MTU, ଡିଜି ସେଟ୍, ପାଣି ଟ୍ୟାଙ୍କର ଓ ସିନ୍ଥେଟିକ୍ ଟ୍ୟାଙ୍କ ସଂଯୁକ୍ତ ଯାନ କ୍ଷେତ୍ରରେ ମୁତୟନ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।


