Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା ଜିଲ୍ଲାର ବିଭାଗୀୟ କାର୍ଯ୍ୟକ୍ରମ ଅଗ୍ରଗତି ସମୀକ୍ଷା କଲେ ଜାତୀୟ ଅନୁସୁଚିତ ଜାତି କମିଶନ ଟିମ୍
ଆଜିର ଖବର

ଖୋର୍ଦ୍ଧା ଜିଲ୍ଲାର ବିଭାଗୀୟ କାର୍ଯ୍ୟକ୍ରମ ଅଗ୍ରଗତି ସମୀକ୍ଷା କଲେ ଜାତୀୟ ଅନୁସୁଚିତ ଜାତି କମିଶନ ଟିମ୍

August 18, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଖୋର୍ଦ୍ଧା ଜିଲ୍ଲାର ବିଭାଗୀୟ କାର୍ଯ୍ୟକ୍ରମ ଅଗ୍ରଗତି ସମୀକ୍ଷା କଲେ ଜାତୀୟ ଅନୁସୁଚିତ ଜାତି କମିଶନ ଟିମ୍
ଖୋର୍ଦ୍ଧା ଜିଲ୍ଲାର ବିଭାଗୀୟ କାର୍ଯ୍ୟକ୍ରମ ଅଗ୍ରଗତି ସମୀକ୍ଷା କଲେ ଜାତୀୟ ଅନୁସୁଚିତ ଜାତି କମିଶନ ଟିମ୍

ଖୋରଧା: ଆଜି ଅପରାହ୍ନରେ ଡ଼ଃ ପାର୍ଥ ସାରଥୀ ବିଶ୍ୱାସଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ଜାତୀୟ ଅନୁସୂଚିତ ଜାତି ଟିମ୍ ଖୋରଧା ଜିଲ୍ଲା ପରିଦର୍ଶନ କରି ଜିଲ୍ଲା କାର୍ଯ୍ୟାଳୟ ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ସମୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କ ସହ ଅନୁସୂଚିତ ଜାତି ଯୋଜନା ଗୁଡିକ ଜିଲ୍ଲାରେ କାର୍ଯ୍ୟ କାରୀ ଓ ଅଗ୍ର ଗତି ସମ୍ବନ୍ଧରେ ସମୀକ୍ଷା କରି ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନ କରିଛନ୍ତି। ମାନ୍ୟବର ସଦସ୍ୟଙ୍କ ସହ ସୋନାଲି ଦତ୍ତ, ନିର୍ଦ୍ଦେଶକ, ଜାତୀୟ ଅନୁସୂଚିତ ଜାତି କମିଶନ, ନବୀନ ରୋହିଳ, ମାନ୍ୟବର ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ,ଶ୍ରୀମତୀ ପୁଲୋମା ବସୁ, ବରିଷ୍ଠ ତଦନ୍ତକାରୀ ଏବଂ ଶ୍ରୀ ଶୁଭମ୍ ଦତ୍ତ ଯୋଗଦେଇଥିଲେ।

ସେହିପରି, ଅନୁସୂଚିତ ଜାତି ଓ ଜନଜାତି ରାଜ୍ୟ ସରକାରଙ୍କ ବିଭାଗର ଲକ୍ଷ୍ମଣ କୁମାର ମଲ୍ଲିକ, ନିର୍ଦ୍ଦେଶକ ଅନୁସୂଚିତ ଜାତି ମଙ୍ଗଳ, କୁମୁଦିନୀ ସୁବୁଦ୍ଧି, ଉପ ଶାସନ ସଚିବ, ଭରତ ଭୂଷଣ ବିଶ୍ୱାଳ,ଉପ ନିର୍ଦ୍ଦେଶକ ଯୋଗଦେଇଥିଲେ।

ସେହିପରି ସମୀକ୍ଷା ବୈଠକରେ ମାନ୍ୟବର ସଦସ୍ୟଙ୍କ ସହ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଅମ୍ରିତ୍ ଋତୁରାଜ, ଆରକ୍ଷୀ ଅଧିକ୍ଷକ ପାରମାର ସ୍ମିଥ ପାରୁସୋତ୍ତମ ଦାସ, ଉପାୟୁକ୍ତ, ଭୁବନେଶ୍ୱର କମିଶନରେଟ ପୋଲିସ୍ ମଞ୍ଚାଷିନ ଥିବାବେଳେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ସାଫଲ୍ୟ ମଣ୍ଡିତ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଜ୍ୟୋତି ଶଙ୍କର ସାହୁ, ଉପ ଜିଲ୍ଲାପାଳ, ଭୁବନେଶ୍ୱର, ଡ଼ଃ ମନୋରଞ୍ଜନ ସାହୁ, ଉପଜିଲ୍ଲାପାଳ, ଖୋରଧା ସଂକଳ୍ପ ସ୍ଵସ୍ତିକ ସାହୁ, ଉପନିର୍ଦ୍ଦେଶକ ତଥା ଜିଲ୍ଲା ମଙ୍ଗଳ ଅଧିକାରୀ, ଖୋରଧା, ଡ଼ଃ ଗିତାଂଶୁ ମୋହନ ଦାଶ,ଏଲ ଡି ଏମ, ଅଶୋକ କୁମାର ବେହେରା, ସାଧାରଣ ପରିଚାଳକ, ଜିଲ୍ଲା ଶିଳ୍ପ କେନ୍ଦ୍ର, ସମୁଚିତା ମଲ୍ଲିକ, ଉପନିର୍ଦ୍ଦେଶକ ଯୋଜନା ଓ ପରିସଂଖ୍ୟାନ ଶଙ୍କର ବେହେରା ଯୋଗ ଦେଇଥିଲେ।

ମାନ୍ୟବର କମିଶନ ବିଭିନ୍ନ ପୀଡ଼ିତାଙ୍କ କ୍ଷତି ପୂରଣ ପ୍ରଦାନ, ମନରେଗା, ଜମିଜମା ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ, ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷା ବୃତ୍ତି, ଅନୁସୂଚିତ ଜାତି ଛାତ୍ରାବାସ, ପ୍ରଧାନ ମନ୍ତ୍ରୀ ମୁଦ୍ରା ଋଣ,ଜନ ଧନ ଯୋଜନା ଆଦି ବିଭିନ୍ନ କାର୍ଯ୍ୟ କ୍ରମ ଉପରେ ସମୀକ୍ଷା କରିଥିଲେ। ସୂଚନା କ୍ରମେ ମନରେଗା ଯୋଜନାରେ ଜିଲ୍ଲାରେ ୧୬୮୦୧ ଅନୁସୂଚିତ ଜାତି ହିତାଧିକାରୀଙ୍କୁ କାର୍ଡ ବଣ୍ଟନ ହୋଇଅଛି।

ସେହିପରି ଗୃହ ନିର୍ମାଣ ପାଇଁ ୩.୧୨ ଏକର ଜମି ବଣ୍ଟନ କରାଯାଇଅଛି। ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ଯୋଜନାରେ ୨୦୨୫-୨୬ ବର୍ଷରେ ୧୮୫୪ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଅଛି। ଜିଲ୍ଲାରେ ୧୪ ଗୋଟି ହଷ୍ଟେଲରେ ୧୪୦୦ ପିଲାଙ୍କୁ ରଖା ଯାଇଛି। ୨୦୨୫-୨୬ ବର୍ଷରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ୮୫୭୩ ବାଳକ ଏବଂ ୮୬୮୪ ବାଳିକା ନାମ ଲେଖାଇଥିବା ବେଳେ ବେସରକାରୀ ବିଦ୍ୟାଳୟରେ ୩୪୦୭ ବାଳକ ଓ ୨୭୭୪ ବାଳିକା ନାମ ଲେଖାଇଛନ୍ତି।

ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ସରକାରୀ ବିଦ୍ୟାଳୟରେ ୬୮୧୮ ବାଳକ ଓ ୬୬୩୬ ବାଳିକା ନାମ ଲେଖାଇଛନ୍ତି।  ଉଚ୍ଚ ବିଦ୍ୟାଳୟ ଶ୍ରେଣୀରେ ସରକାରୀ ବିଦ୍ୟାଳୟରେ ୩୪୭୯, ବାଳକ ଏବଂ ୩୫୩୯ ବାଳିକା, ବେସରକାରୀ ବିଦ୍ୟାଳୟରେ ୭୨୨ ବାଳକ ଏବଂ ୫୯୦ ବାଳିକା, ଉଚ୍ଚ ମାଧ୍ୟମିକ ସରକାରୀ ବିଦ୍ୟାଳୟ ରେ ୪୮୦ ବାଳକ ଏବଂ ୭୧୮ ବାଳିକା, ବେସରକାରୀ ରେ ୧୧୯୪ ବାଳକ ଏବଂ ୯୧୫ ବାଳିକା ନାମ ଲେଖାଇଛନ୍ତି। ସେହିପରି ଜିଲ୍ଲା ଶିଳ୍ପ କେନ୍ଦ୍ର,, କୃଷି, ଶିକ୍ଷା, ସ୍ଵାସ୍ଥ୍ୟ ଆଦି ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରଣୀତ ଯୋଜନା ଉପରେ ସମୀକ୍ଷା କରି ସନ୍ତୋଷ ବ୍ୟକ୍ତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମସ୍ତ ବିଭାଗୀୟ ଜିଲ୍ଲାସ୍ତରୟ ଅଧିକାରୀ ଏବଂ ବିଭିନ୍ନ ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ।

ଖୋରଧା ଜିଲ୍ଲା ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷ ଜାତୀୟ ଅନୁସୁଚିତ ଜାତି କମିଶନ ଡ଼ଃ ପାର୍ଥ ବିଶ୍ୱାସ
Share. Facebook Twitter LinkedIn Email WhatsApp Copy Link

Related Posts

ଚିଦାମ୍ବରମଙ୍କ “ମାନସିକ ନକ୍ସଲ” ବୟାନ ଉପରେ ସହିଦଙ୍କ ପତ୍ନୀ କ୍ଷୁବ୍ଧ: କହିଲେ….

August 18, 2026

ଟିଏମସି ସାଂସଦ ସୌଗତ ରାୟଙ୍କ କାରକୁ ଆକ୍ରମଣ: ବିଜେପି କର୍ମୀଙ୍କ ଉପରେ ଅଭିଯୋଗ

August 18, 2026

ଶ୍ରୀମୟୀ ମିଶ୍ରଙ୍କ ଅଭିନିତ ଚଳଚ୍ଚିତ୍ର “ପଶାପାଲି-ଖେଳ ରାଜନୀତିର” ପୋଷ୍ଟର ଉନ୍ମୋଚନ

August 18, 2026

“ହରମୁଜ୍ ଉପରେ ଆମର ସମ୍ପୂର୍ଣ୍ଣ ନିୟନ୍ତ୍ରଣ”: ଦାବି କଲେ ଟ୍ରମ୍ପ୍

August 18, 2026
Latest News

ଖୋର୍ଦ୍ଧା ଜିଲ୍ଲାର ବିଭାଗୀୟ କାର୍ଯ୍ୟକ୍ରମ ଅଗ୍ରଗତି ସମୀକ୍ଷା କଲେ ଜାତୀୟ ଅନୁସୁଚିତ ଜାତି କମିଶନ ଟିମ୍

August 18, 2026

ଚିଦାମ୍ବରମଙ୍କ “ମାନସିକ ନକ୍ସଲ” ବୟାନ ଉପରେ ସହିଦଙ୍କ ପତ୍ନୀ କ୍ଷୁବ୍ଧ: କହିଲେ….

August 18, 2026

ଟିଏମସି ସାଂସଦ ସୌଗତ ରାୟଙ୍କ କାରକୁ ଆକ୍ରମଣ: ବିଜେପି କର୍ମୀଙ୍କ ଉପରେ ଅଭିଯୋଗ

August 18, 2026

ସରକାରୀ କାର୍ଯ୍ୟାନୁଷ୍ଠାନ ପରେ ହାର ମାନିଲା ମେଟା!: ହଟାଗଲା ଶିଶୁ ଯୌନ ନିର୍ଯାତନା ସାମଗ୍ରୀ

August 18, 2026

ଶ୍ରୀମୟୀ ମିଶ୍ରଙ୍କ ଅଭିନିତ ଚଳଚ୍ଚିତ୍ର “ପଶାପାଲି-ଖେଳ ରାଜନୀତିର” ପୋଷ୍ଟର ଉନ୍ମୋଚନ

August 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.