ନୂଆଦିଲ୍ଲୀ: ଆଜି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ବନ୍ଦେ ମାତରମ୍ ସମ୍ପର୍କରେ ଏକ ପ୍ରସ୍ତାବ ଗୃହୀତ ହୋଇଛି। ଦୁଇ ପଦ ବିଶିଷ୍ଟ ଗୀତ ସମ୍ପର୍କରେ ଏହି ପ୍ରସ୍ତାବ ଗୃହୀତ ହୋଇଛି।
ରାହୁଲ ଗାନ୍ଧୀ କହିଛନ୍ତି ଯେ, ମୋଦି ଏବଂ ଅମିତ ଶାହ ଶେଷ ହୋଇସାରିଛନ୍ତି। ଆମ ଦଳରେ ଏକତା ଏକ ବଡ଼ ଶକ୍ତି। ମମତା ବାନାର୍ଜୀଙ୍କ ଦଳ କିପରି ଭାଙ୍ଗି ଯାଇଛି ତାହା ଦେଖନ୍ତୁ। ଆମର ଏକତା ଆମର ବିଚାରଧାରା, ଆମର ଶକ୍ତି।
ବୈଠକରେ ରାହୁଲ ଗାନ୍ଧୀ କଂଗ୍ରେସ ଶାସିତ ରାଜ୍ୟର ଚାରି ମୁଖ୍ୟମନ୍ତ୍ରୀଙ୍କୁ ଶିକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ବଜାୟ ରଖିବାକୁ କହିଛନ୍ତି। ସଂଗଠନକୁ ମଜବୁତ କରନ୍ତୁ। ଛାତ୍ରଛାତ୍ରୀମାନଙ୍କୁ କ୍ଷତି ପହଞ୍ଚାଇବା ଉଚିତ୍ ନୁହେଁ। ଦେଶର ଯୁବପିଢ଼ି ଆମର ଶକ୍ତି। ସାରା ଦେଶରେ ଛାତ୍ରଛାତ୍ରୀମନଙ୍କ ପ୍ରସଙ୍ଗ ଉଠାଯିବ। ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରତ୍ୟେକ ମୋର୍ଚ୍ଚାରେ ସବୁସ୍ଥାନରେ ଲଢାଯିବ।


