ବାଣପୁର: ସ୍ଥାନୀୟ ପ୍ରଜାପତି ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଦ୍ୟାଳୟ ବାଣପୁର ଶାଖା ତରଫରୁ ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶାଖା ଅଧିକାରିଣୀ ଭଉଣୀ ବି.କେ.ସୁଜାତାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକ ନିଶାମୁକ୍ତି ମହାଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ସର୍ବେଶ୍ଵର ଷଡ଼ଙ୍ଗୀ ଅଧ୍ୟକ୍ଷତା କରିଥିବାବେଳେ ଅନ୍ୟାନ୍ୟ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ସମେତ ଛାତ୍ରୀମାନେ ଯୋଗ ଦେଇଥିଲେ। ସମସ୍ତଙ୍କୁ ଏକ ନିଶାମୁକ୍ତ ସମାଜ ଗଠନ କରିବା ପାଇଁ ସଚେତନ କରାଯିବା ସହିତ ନିଜ ମଧ୍ୟରେ ଏକ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରାଇ ଏକ ସୁସ୍ଥ ସମାଜ ଗଠନ ପାଇଁ ଆହ୍ୱାନ ଦିଆଯାଇଥିଲା।
ଏହି ସଚେତନତା କାର୍ଯ୍ୟକ୍ରମରେ ବ୍ରହ୍ମା କୁମାରୀ ଶାଖାର ଅନ୍ୟାନ୍ୟ କର୍ମକର୍ତ୍ତା ବୃନ୍ଦ ମଧ୍ୟ ଯୋଗଦେଇଥିଲେ।


