Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସାମ୍ବାଦିକଙ୍କ ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି: ‘ଆୟୁଷ୍ମାନ ଭାରତ’ରେ ମିଶିବନି ‘ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା’
ବିଶେଷ ଖବର

ସାମ୍ବାଦିକଙ୍କ ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି: ‘ଆୟୁଷ୍ମାନ ଭାରତ’ରେ ମିଶିବନି ‘ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା’

September 2, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶାର କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ରାଜ୍ୟ ସରକାର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ସ୍ୱାଗତଯୋଗ୍ୟ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ‘ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା’କୁ ‘ଆୟୁଷ୍ମାନ ଭାରତ’ ଯୋଜନା ସହିତ ମିଶ୍ରଣ କରାଯିବ ନାହିଁ। ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଫଳରେ ରାଜ୍ୟର ସାମ୍ବାଦିକମାନେ ପୂର୍ବପରି ଏହି ସ୍ୱତନ୍ତ୍ର ଯୋଜନା ଅଧୀନରେ ସମସ୍ତ ସ୍ୱାସ୍ଥ୍ୟ ସେବା ସୁବିଧା ଏବଂ ସୁରକ୍ଷା ନିରବଚ୍ଛିନ୍ନ ଭାବେ ପାଇପାରିବେ।

ଯେଉଁ କାର୍ଯ୍ୟରତ ସାମ୍ବାଦିକମାନେ ପୂର୍ବରୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ଅଛନ୍ତି, ସେମାନେ ଏବଂ ସେମାନଙ୍କ ପରିବାରବର୍ଗ ପୂର୍ବଭଳି ସମସ୍ତ ସ୍ୱାସ୍ଥ୍ୟ ବୀମା ସୁବିଧା ପାଇବା ଜାରି ରଖିବେ। ଏହା ସହିତ ଯେଉଁ ସାମ୍ବାଦିକମାନେ ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ସାମିଲ ହୋଇନାହାନ୍ତି, ସେମାନେ ମଧ୍ୟ ହିତାଧିକାରୀ ହେବା ପାଇଁ ନୂତନ ଭାବେ ଆବେଦନ କରିପାରିବେ। ରାଜ୍ୟ ସରକାରଙ୍କ ଏହି ସାମ୍ବାଦିକ-ହିତୈଷୀ ନିଷ୍ପତ୍ତିକୁ ଓଡ଼ିଶାର ବିଭିନ୍ନ ସାମ୍ବାଦିକ ସଂଘ ପକ୍ଷରୁ ଉଚ୍ଛ୍ୱସିତ ସ୍ୱାଗତ କରାଯାଇଛି। ‘ଓଡ଼ିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟସ’ ସରକାରଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ସ୍ୱତନ୍ତ୍ର ଭାବେ କାର୍ଯ୍ୟକାରୀ ରଖିଥିବାରୁ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଗଭୀର କୃତଜ୍ଞତା ଜଣାଯାଇଛି।

ଆୟୁଷ୍ମାନ ଭାରତ ସାମ୍ବାଦିକ ବୀମା
Share. Facebook Twitter LinkedIn Email WhatsApp Copy Link

Related Posts

ଏସପି ପାହ୍ୟାକୁ ପଦୋନ୍ନତି ପାଇଲେ ୧୫ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ

September 2, 2026

‘ଶକ୍ତି ସମ୍ମିଳନୀ’: ଏକାଠି ହେଲେ ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀ

September 2, 2026

ଆଜି ଜଳ ସୁରକ୍ଷା ବିଭାଗୀୟ ସମ୍ମିଳନୀର ଉଦ୍‌ଯାପନୀ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ

September 2, 2026

ପୁଡୁଚେରୀରେ ଐତିହ୍ୟ ସଂରକ୍ଷଣର ପ୍ରତ୍ୟକ୍ଷ ଅନୁଭୂତି ହାସଲ କଲେ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି

September 2, 2026
Latest News

ଟିମ୍ ଇଣ୍ଡିଆରେ ହଠାତ୍ ୮ ପରିବର୍ତ୍ତନ: ଅଧାରୁ ଅଧିକ ଖେଳାଳିଙ୍କୁ ବଦଳାଇଲା ବିସିସିଆଇ

September 2, 2026

ସାମ୍ବାଦିକଙ୍କ ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି: ‘ଆୟୁଷ୍ମାନ ଭାରତ’ରେ ମିଶିବନି ‘ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା’

September 2, 2026

ଏସପି ପାହ୍ୟାକୁ ପଦୋନ୍ନତି ପାଇଲେ ୧୫ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ

September 2, 2026

‘ଶକ୍ତି ସମ୍ମିଳନୀ’: ଏକାଠି ହେଲେ ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀ

September 2, 2026

ଆଜି ଜଳ ସୁରକ୍ଷା ବିଭାଗୀୟ ସମ୍ମିଳନୀର ଉଦ୍‌ଯାପନୀ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ

September 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.