Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଧିକ ଶକ୍ତିଶାଳୀ ହେବ ପୁରୁଣା ଲାପଟପ୍ ଏବଂ ଡେସ୍କଟପ୍: ଜିଓପିସି ପ୍ରଦାନ କରିବ ଏହି ସୁବିଧା
ଆଜିର ଖବର

ଅଧିକ ଶକ୍ତିଶାଳୀ ହେବ ପୁରୁଣା ଲାପଟପ୍ ଏବଂ ଡେସ୍କଟପ୍: ଜିଓପିସି ପ୍ରଦାନ କରିବ ଏହି ସୁବିଧା

September 2, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଅଧିକ ଶକ୍ତିଶାଳୀ ହେବ ପୁରୁଣା ଲାପଟପ୍ ଏବଂ ଡେସ୍କଟପ୍: ଜିଓପିସି ପ୍ରଦାନ କରିବ ଏହି ସୁବିଧା
ଅଧିକ ଶକ୍ତିଶାଳୀ ହେବ ପୁରୁଣା ଲାପଟପ୍ ଏବଂ ଡେସ୍କଟପ୍: ଜିଓପିସି ପ୍ରଦାନ କରିବ ଏହି ସୁବିଧା

ମୁମ୍ବାଇ: ଯଦି ଆପଣଙ୍କର ପୁରୁଣା ଲାପଟପ୍ କିମ୍ବା ଡେସ୍କଟପ୍ ମନ୍ଥର ହୋଇଯାଇଛି, ତେବେ ଆପଣଙ୍କୁ ତୁରନ୍ତ ଏକ ନୂଆ କିଣିବାକୁ ନପଡିପାରେ। ରିଲାଏନ୍ସ ଜିଓର ଜିଓପିସି କ୍ଲାଉଡ୍ ପ୍ରଯୁକ୍ତି ବ୍ୟବହାର କରି ଆପଣଙ୍କ ପୁରୁଣା କମ୍ପ୍ୟୁଟରର ଶକ୍ତି ବୃଦ୍ଧି କରିବ। ଉପଭୋକ୍ତାମାନେ ନୂତନ ହାର୍ଡୱେର୍ ନକିଣି ସେମାନଙ୍କର ରହିଥିବା ଲାପଟପ୍ କିମ୍ବା ଡେସ୍କଟପ୍‌ରେ ୧୬ ଜିବି ପର୍ଯ୍ୟନ୍ତ RAM ଏବଂ ୧ ଟିବି ବା ୧୦୦୦ ଜିବି ଷ୍ଟୋରେଜ୍ ଆକ୍ସେସ୍ କରିପାରିବେ।

ଯେକୌଣସି ଇଣ୍ଟରନେଟ୍ ବ୍ୟବହାରକାରୀ ଏକ ସ୍ୱତନ୍ତ୍ର ସବସ୍କ୍ରିପସନ୍ ଭାବରେ ଏହି ଜିଓପିସି ସେବାର ଲାଭ ଉଠାଇପାରିବେ। ଏହାର ଅର୍ଥ ହେଉଛି ଯେକୌଣସି ଟେଲିକମ୍ କିମ୍ବା ବ୍ରଡବ୍ୟାଣ୍ଡ କମ୍ପାନୀ ଇଣ୍ଟରନେଟ୍ ସଂଯୋଗ ପ୍ରଦାନ କରିଥାଉ ନା କାହିଁକି ଜିଓପିସି ବ୍ୟବହାର କରାଯାଇପାରିବ। କମ୍ପାନୀ ସୂଚନା ଅନୁଯାୟୀ, ସେବାକୁ ପାଞ୍ଚ ମିନିଟରୁ କମ୍ ସମୟ ମଧ୍ୟରେ ସକ୍ରିୟ କରାଯାଇପାରିବ, ଯେଉଁଥିପାଇଁ ଡାଟା ସ୍ଥାନାନ୍ତରଣ କିମ୍ବା ନୂତନ ହାର୍ଡୱେର୍ ଲଗାଇବା ଆବଶ୍ୟକ ପଡିବ ନାହିଁ। ଉଲ୍ଲେଖଯୋଗ୍ୟ, ଜିଓପିସି ପୂର୍ବରୁ ଜିଓ ହୋମ୍ ବ୍ରଡବ୍ୟାଣ୍ଡ ଉପଭୋକ୍ତାମାନଙ୍କ ପାଇଁ ସୀମିତ ରହିଥିଲା।

ଜିଓ ପକ୍ଷରୁ ପ୍ରକାଶ କରାଯାଇଛି ଯେ, ଜିଓପିସି ଏକ ପୁରୁଣା କମ୍ପ୍ୟୁଟରକୁ ଏତେ ଶକ୍ତିଶାଳୀ କରିପାରିବ ଯେ ଏହା ଏଆଇ ସହିତ ଜଡିତ ବ୍ୟାପକ ପ୍ରସେସିଙ୍ଗ ଏବଂ ଷ୍ଟୋରେଜ୍ ଚାହିଦାକୁ ସହଜରେ ପୂରଣ କରିପାରିବ। ଏଥିପାଇଁ କମ୍ପ୍ୟୁଟିଂର ଏକ ବଡ ଭାଗ ଜିଓପିସି କ୍ଲାଉଡ୍‌ରେ ହେବ। କମ୍ପାନୀ ସୂଚନା ଅନୁଯାୟୀ ୮ ବର୍ଷ ପୁରୁଣା କମ୍ପ୍ୟୁଟର ମଧ୍ୟ ଆଧୁନିକ ଏଆଇ-ଚାଳିତ ଆପ୍ ପାଇଁ ଆବଶ୍ୟକ କାର୍ଯ୍ୟଦକ୍ଷତା, ଷ୍ଟୋରେଜ୍ ଏବଂ କ୍ଷମତା ହାସଲ କରିପାରିବ।

ଜିଓପିସି ପାଇଁ ପ୍ଲାନଗୁଡିକ ୧,୦୦୦ ଟଙ୍କାରୁ ଆରମ୍ଭ ହେବ। ୮ ଜିବି RAM ଏବଂ ୫୦୦ ଜିବି ଷ୍ଟୋରେଜ୍ ପ୍ରଦାନ କରୁଥିବା ଦୁଇ ମାସିଆ ପ୍ଲାନ୍ ୧,୦୦୦ ଟଙ୍କାରେ ଉପଲବ୍ଧ ହେବ। ସେହିଭଳି ୧୬ ଜିବି RAM ଏବଂ ୧ ଟିବି ବା ୧୦୦୦ ଜିବି ଷ୍ଟୋରେଜ୍ ଉପଲବ୍ଧ ହେଉଥିବା ଜିଓପିସି ଅଲଟ୍ରା ପ୍ଲାନର ମୂଲ୍ୟ ଦୁଇ ମାସ ପାଇଁ ୧,୨୦୦ ଟଙ୍କା ରହିଛି। ପାଞ୍ଚ ମାସିଆ ପ୍ଲାନ୍ ଯଥାକ୍ରମେ ୨,୦୦୦ ଟଙ୍କା ଏବଂ ୨,୫୦୦ ଟଙ୍କାରେ ଉପଲବ୍ଧ ହେବ। ସେହିଭଳି ୧୨ ମାସିଆ ପ୍ଲାନ୍ (୧୦+୨ ମାସ) ର ମୂଲ୍ୟ ଯଥାକ୍ରମେ ୪,୦୦୦ ଟଙ୍କା ଏବଂ ୫,୦୦୦ ଟଙ୍କା ରହିଛି। ସମସ୍ତ ପ୍ଲାନ ମୂଲ୍ୟରେ ଜିଏସଟି ଅନ୍ତର୍ଭୁକ୍ତ ରହିଛି।

ଜିଓପିସି କ୍ଲାଉଡ୍‌ରେ ଚାଲିଥାଏ, ତେଣୁ ଏକ ସ୍ଥିର ଇଣ୍ଟରନେଟ୍ ସଂଯୋଗ ଆବଶ୍ୟକ ହୋଇଥାଏ। ବ୍ରଡବ୍ୟାଣ୍ଡ ବ୍ୟତୀତ, ଏହାକୁ ଏକ ନିର୍ଭରଯୋଗ୍ୟ ୪ଜି କିମ୍ବା ୫ଜି ସଂଯୋଗ ସହିତ ମଧ୍ୟ ବ୍ୟବହାର କରାଯାଇପାରିବ।

JIOPC ଜିଓପିସି ଜିଓପିସି କ୍ଲାଉଡ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟର ୪୬ତମ ପ୍ରତିଷ୍ଠା ଉତ୍ସବ

September 2, 2026

ରାମ ମନ୍ଦିର ଟ୍ରଷ୍ଟରେ ତିନି ନୂତନ ଟ୍ରଷ୍ଟି ନିଯୁକ୍ତ: ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

September 2, 2026

ଚମ୍ପତ ରାୟଙ୍କ ପାଇଁ ସମସ୍ତ ଦ୍ୱାର ବନ୍ଦ!: ଗୋବିନ୍ଦ ଦେବ ଗିରି ହେଲେ ଟ୍ରଷ୍ଟର ସାଧାରଣ ସମ୍ପାଦକ

September 2, 2026

ରାମ ମନ୍ଦିରକୁ ମିଳିଲା ପ୍ରଥମ ସିଇଓ: ଦାୟିତ୍ୱ ନେବେ ଏୟାର ମାର୍ଶାଲ ଜିତେନ୍ଦ୍ର ମିଶ୍ର

September 2, 2026
Latest News

ଅଧିକ ଶକ୍ତିଶାଳୀ ହେବ ପୁରୁଣା ଲାପଟପ୍ ଏବଂ ଡେସ୍କଟପ୍: ଜିଓପିସି ପ୍ରଦାନ କରିବ ଏହି ସୁବିଧା

September 2, 2026

ବାଲୁଗାଁ ମହାବିଦ୍ୟାଳୟର ୪୬ତମ ପ୍ରତିଷ୍ଠା ଉତ୍ସବ

September 2, 2026

ରାମ ମନ୍ଦିର ଟ୍ରଷ୍ଟରେ ତିନି ନୂତନ ଟ୍ରଷ୍ଟି ନିଯୁକ୍ତ: ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

September 2, 2026

ଚମ୍ପତ ରାୟଙ୍କ ପାଇଁ ସମସ୍ତ ଦ୍ୱାର ବନ୍ଦ!: ଗୋବିନ୍ଦ ଦେବ ଗିରି ହେଲେ ଟ୍ରଷ୍ଟର ସାଧାରଣ ସମ୍ପାଦକ

September 2, 2026

ରାମ ମନ୍ଦିରକୁ ମିଳିଲା ପ୍ରଥମ ସିଇଓ: ଦାୟିତ୍ୱ ନେବେ ଏୟାର ମାର୍ଶାଲ ଜିତେନ୍ଦ୍ର ମିଶ୍ର

September 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.