Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁଡୁଚେରୀ ଉପ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି
ଆଜିର ଖବର

ପୁଡୁଚେରୀ ଉପ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 3, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି ଓ ସୁସ୍ୱାଦୁ ବ୍ୟଞ୍ଜନକୁ ପ୍ରଶଂସା କଲେ ପୁଡୁଚେରୀ ଉପ ରାଜ୍ୟପାଳ
ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି ଓ ସୁସ୍ୱାଦୁ ବ୍ୟଞ୍ଜନକୁ ପ୍ରଶଂସା କଲେ ପୁଡୁଚେରୀ ଉପ ରାଜ୍ୟପାଳ

ପୁଡୁଚେରୀ: ଆନ୍ତଃରାଜ୍ୟ ଗଣମାଧ୍ୟମ ଗସ୍ତର ଅଂଶବିଶେଷ ଭାବେ ସମ୍ପ୍ରତି ପୁଡୁଚେରୀ ଗସ୍ତରେ ଥିବା ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି ଦଳ ଆଜି ପୁଡୁଚେରୀ ଉପ ରାଜ୍ୟପାଳ କେ କୈଳାସନାଥନଙ୍କୁ ସାକ୍ଷାତ କରିଛନ୍ତି। କେନ୍ଦ୍ର ଶାସିତ ପ୍ରଦେଶ ପୁଡୁଚେରୀର ପର୍ଯ୍ୟଟନ, ସଂସ୍କୃତି, ଐତିହ୍ୟ, ଆଧ୍ୟାତ୍ମିକତା, ଉପକୂଳ ବାଣିଜ୍ୟ ଆଦି ବିଭିନ୍ନ ପ୍ରସଙ୍ଗରେ ଉପ ରାଜ୍ୟପାଳ ଓଡ଼ିଶାର ପ୍ରତିନିଧି ଦଳ ସହ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି।

ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କାଳରେ ଉପ ରାଜ୍ୟପାଳ କହିଛନ୍ତି, ପୁଡୁଚେରୀ କେନ୍ଦ୍ର ଶାସିତ ପ୍ରଦେଶ ମୁଖ୍ୟତଃ ପର୍ଯ୍ୟଟନ ପାଇଁ ଖ୍ୟାତି ଲାଭ କରିଛି। ଏହାର ଅର୍ଥବ୍ୟବସ୍ଥା ମଧ୍ୟ ବିଶେଷ ଭାବେ ପର୍ଯ୍ୟଟନ ଉପରେ ନିର୍ଭରଶୀଳ। ଏଠାକାର ସୁନ୍ଦର ବେଳାଭୂମି ସମେତ  ଫରାସୀ ସ୍ଥାପତ୍ୟ ଓ ଭାରତୀୟ ପ୍ରାଚୀନ କିର୍ତ୍ତୀରାଜି ଐତିହ୍ୟ ପର୍ଯ୍ୟଟନ ପାଇଁ ବ୍ୟାପକ ସମ୍ଭାବନା   ସୃଷ୍ଟି କରିଛି। ଶ୍ରୀଅରବିନ୍ଦଙ୍କ ଆଶ୍ରମ ଏବଂ ଅରୋଭିଲ ମଧ୍ୟ ପୁଡୁଚେରୀରେ ଆଧ୍ୟାତ୍ମିକ ପର୍ଯ୍ୟଟନର ଅପାର ସମ୍ଭାବନା ସୃଷ୍ଟି କରୁଛି।

ସେ ଆହୁରି କହିଛନ୍ତି, ପୁଡୁଚେରୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଅନେକ ପ୍ରାଚୀନ ମନ୍ଦିର ରହିଛି। ପ୍ରତ୍ୟେକ ମନ୍ଦିରର ସ୍ୱତନ୍ତ୍ର କିମ୍ବଦନ୍ତୀ ଓ ଇତିହାସ ରହିଛି। ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ସେଗୁଡ଼ିକୁ ଦେଖି ସ୍ୱତନ୍ତ୍ର ଅଭିଜ୍ଞତା ହାସଲ କରିପାରିବେ।

ଉପ ରାଜ୍ୟପାଳ ଆହୁରି କହିଛନ୍ତି, ବର୍ତ୍ତମାନର କେନ୍ଦ୍ର ସରକାର ପୁଡୁଚେରୀର ସାମଗ୍ରିକ ବିକାଶ ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହି କେନ୍ଦ୍ର ଶାସିତ ଅଞ୍ଚଳର କଲ୍ୟାଣ ନିମନ୍ତେ ଯଥେଷ୍ଠ ପାଣ୍ଠି ଆବଣ୍ଟନ କରାଯାଉଛି। ପୁଡୁଚେରୀ ସରକାର ମଧ୍ୟ କେନ୍ଦ୍ର ସହ ସମନ୍ୱୟ ସ୍ଥାପନ କରି ସାମଗ୍ରିକ ବିକାଶ ପ୍ରତି ଧ୍ୟାନ କେନ୍ଦ୍ରିତ କରୁଛନ୍ତି।

ଶ୍ରୀ କୈଳାସନାଥନ କହିଛନ୍ତି, ଗତ କିଛି ବର୍ଷ ମଧ୍ୟରେ ପୁଡୁଚେରୀରେ ସରକାରୀ ନିଯୁକ୍ତି ପ୍ରକ୍ରିୟାକୁ ବିସ୍ତାର କରିବା ସହ ଏହାକୁ ସ୍ୱଚ୍ଛ ଓ ପାରଦର୍ଶୀ କରାଯାଇଛି। ଫଳରେ ପ୍ରକୃତ ଯୁବ ପ୍ରତିଭାମାନଙ୍କୁ ଅଧିକରୁ ଅଧିକ ସୁଯୋଗ ମିଳୁଛି ଏବଂ ସେମାନେ ପୁଡୁଚେରୀର ବିକାଶରେ ମୂଲ୍ୟବାନ ଯୋଗଦାନ ଦେଉଛନ୍ତି।

ସେ କହିଛନ୍ତି, ଏଠାରେ ମାଛ ଚାଷ, ଉତ୍ପାଦନ ଓ ରପ୍ତାନି ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି। ସାମୁଦ୍ରିକ ଖାଦ୍ୟ ସାମଗ୍ରୀର ଉତ୍ପାଦନ ଓ ରପ୍ତାନିକୁ ମଧ୍ୟ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ମତ୍ସ୍ୟଜୀବୀଙ୍କ କଲ୍ୟାଣ ଓ ସଶକ୍ତିକରଣ ପାଇଁ ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି।

ଓଡ଼ିଶା ସମ୍ପର୍କରେ ମତ ରଖି ଉପ ରାଜ୍ୟପାଳ କହିଛନ୍ତି, ଆର୍ଥିକ ଦୃଷ୍ଟିରୁ ଓଡ଼ିଶା ବିକାଶଶୀଳ ରାଜ୍ୟ ରୂପେ ମୁଣ୍ଡ ଟେକୁଛି। ଓଡ଼ିଶାରେ ଥିବା ସୁଦୀର୍ଘ ବେଳାଭୂମି, ଅପାର ଖଣିଜ ସମ୍ପଦ, ବୃହତ ବନ୍ଦର ଭଳି ଆଧୁନିକ ଭିତ୍ତିଭୂମି ଆର୍ଥିକ ବିକାଶ ପାଇଁ ବ୍ୟାପକ ସମ୍ଭାବନା ସୃଷ୍ଟି କରୁଛି। ରାଜ୍ୟରେ ଥିବା ବହୁସଂଖ୍ୟକ ଯୁବ ପ୍ରତିଭାଙ୍କ ଯୋଗଦାନ ବଳରେ ଓଡ଼ିଶା ଆଗାମୀ ଦିନରେ ଆର୍ଥିକ ଓ ସାମଗ୍ରିକ ପ୍ରଗତି ହାସଲ କରିବା ସହ ବିକଶିତ ରାଷ୍ଟ୍ର ନିର୍ମାଣରେ ଯୋଗଦାନ ଦେବ ବୋଲି ସେ ବିଶ୍ୱାସ ପ୍ରକଟ କରିଛନ୍ତି।

ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି ଓ ଐତିହ୍ୟକୁ ମଧ୍ୟ ଉପ ରାଜ୍ୟପାଳ ଶ୍ରୀ କୈଳାସନାଥନ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଭାରତୀୟ ପ୍ରଶାସନିକ ସେବାରେ ଥିବା ସମୟରେ ତାଙ୍କର ଅନେକ ଓଡ଼ିଆ ସହକର୍ମୀଙ୍କ ସହ ପରିଚୟ ଥିଲା। ସେମାନଙ୍କ ସଂସ୍ପର୍ଶରେ ଆସି ସେ ଓଡ଼ିଆ ବ୍ୟଞ୍ଜନର ସ୍ୱାଦ ପାଇଥିଲେ। ଏହି ଅବସରରେ ସେ ଓଡ଼ିଆ ବ୍ୟଞ୍ଜନ ପଖାଳ ଖାଇଥିବାର ସ୍ମୃତିଚାରଣ କରିଥିଲେ। ଓଡ଼ିଆ ଗଣମାଧ୍ୟମ ପ୍ରତିନିଧିଙ୍କ ଏହି ଗସ୍ତ ଓଡ଼ିଶା ଓ ପୁଡୁଚେରୀ ମଧ୍ୟରେ ସମ୍ପର୍କକୁ ମଜବୁତ କରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଯୋଜନା ବିଷୟରେ ତଥ୍ୟ ଓ ସୂଚନା ପ୍ରଦାନ କରିବାର ଏକ ବିଶ୍ୱସନୀୟ ମାଧ୍ୟମ ବୋଲି ଉପ ରାଜ୍ୟପାଳ କହିଥିଲେ। ଓଡ଼ିଶାରେ ପିଆଇବିର କାର୍ଯ୍ୟଧାରା, ଗଣମାଧ୍ୟମକୁ ସୂଚନା ପ୍ରଦାନ କରିବାର ବ୍ୟବସ୍ଥା ଏବଂ ଗଣଯୋଗାଯୋଗ କ୍ଷେତ୍ରରେ ଏହାର ଦାୟିତ୍ୱ ସମ୍ପର୍କରେ ସାମ୍ବାଦିକମାନଙ୍କ ସହ ଉପ ରାଜ୍ୟପାଳ ଆଲୋଚନା କରିଥିଲେ।

ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ପକ୍ଷରୁ ଏହି ଗସ୍ତ ଆୟୋଜନ କରାଯାଇଛି। ଏହା ସାମ୍ବାଦିକମାନଙ୍କୁ ଭାରତ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପ୍ରମୁଖ ବିକାଶମୂଳକ ପଦକ୍ଷେପର ପ୍ରଭାବ ଏବଂ କାର୍ଯ୍ୟକାରିତାର ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିବାର ସୁଯୋଗ ପ୍ରଦାନ କରିବ।

ପିଆଇବି, ଭୁବନେଶ୍ୱରର ଉପନିର୍ଦ୍ଦେଶକ ମନୋଜ କୁମାର ଜାଲି ଏବଂ ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ସ୍ୱାଧୀନ ଶକ୍ତି ପ୍ରସାଦଙ୍କ ନେତୃତ୍ୱରେ ସାମ୍ବାଦିକମାନେ ଏହି ଗସ୍ତ କରିଛନ୍ତି।

 

ଓଡିଶା ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ପୁଡୁଚେରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ସେପ୍ଟେମ୍ବର ୩ ତାରିଖରେ ଏହି ତିନୋଟି ରାଶି ହେବେ ମାଲେମାଲ୍

September 3, 2026

ଓଡ଼ିଶାର ଜଳସେଚନ ସଫଳତା ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ, ୫୪ ହଜାର କୋଟିର ଜଳ ଭିତ୍ତିଭୂମି ମଞ୍ଜୁର

September 2, 2026

ଖୋର୍ଦ୍ଧା ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

September 2, 2026

ଡ଼ଇଁଚାରେ ମେଧାବୀ ଛାତ୍ରଛାତ୍ରୀମାନଙ୍କ ପ୍ରଶିକ୍ଷିଣ ଶିବିର

September 2, 2026
Latest News

ପୁଡୁଚେରୀ ଉପ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 3, 2026

ଆଜି ସେପ୍ଟେମ୍ବର ୩ ତାରିଖରେ ଏହି ତିନୋଟି ରାଶି ହେବେ ମାଲେମାଲ୍

September 3, 2026

ଓଡ଼ିଶାର ଜଳସେଚନ ସଫଳତା ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ, ୫୪ ହଜାର କୋଟିର ଜଳ ଭିତ୍ତିଭୂମି ମଞ୍ଜୁର

September 2, 2026

ଖୋର୍ଦ୍ଧା ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

September 2, 2026

ଡ଼ଇଁଚାରେ ମେଧାବୀ ଛାତ୍ରଛାତ୍ରୀମାନଙ୍କ ପ୍ରଶିକ୍ଷିଣ ଶିବିର

September 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.