Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା : ଚୂଡ଼ାନ୍ତ ରାୟ ଉପରେ ନଜର
ଆଜିର ଖବର

ଆଜି ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା : ଚୂଡ଼ାନ୍ତ ରାୟ ଉପରେ ନଜର

September 7, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଓଡ଼ିଶାର ପରବର୍ତ୍ତୀ ପୁଲିସ ମହାନିର୍ଦ୍ଦେଶକ (DGP) ନିଯୁକ୍ତିକୁ ନେଇ ଆଜି ସୁପ୍ରିମକୋର୍ଟରେ ହେବ ଗୁରୁତ୍ବପୂର୍ଣ୍ଣ ଶୁଣାଣି। ଡିଜିପି ଚୟନ ପ୍ରକ୍ରିୟାକୁ ନେଇ ଦାଖଲ ହୋଇଥିବା PIL ଉପରେ ସର୍ବୋଚ୍ଚ ଅଦାଲତ ଶୁଣାଣି କରିବେ। ଏହି ଶୁଣାଣିରେ ଡିଜିପି ଚୟନ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଆସିପାରେ ବୋଲି ନଜର ରହିଛି।

ପ୍ରଧାନ ବିଚାରପତିଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଏହି ମାମଲାର ବିଚାର କରୁଛନ୍ତି। ଗତ ୨ ତାରିଖରେ ମାମଲାର ଶୁଣାଣି ହେବାର ଥିଲେ ମଧ୍ୟ ସୁପ୍ରିମକୋର୍ଟ ଏହାକୁ ଆଜି ପାଇଁ ସ୍ଥଗିତ ରଖିଥିଲେ। ତେଣୁ ଆଜିର ଶୁଣାଣି ଉପରେ ରାଜ୍ୟ ସରକାର ଓ ପୁଲିସ ପ୍ରଶାସନର ନଜର ରହିଛି।

ଓଡ଼ିଶାର ନୂଆ ଡିଜିପି ଚୟନ ପାଇଁ ରାଜ୍ୟ ସରକାର UPSCକୁ ପଠାଇଥିବା IPS ଅଧିକାରୀଙ୍କ ତାଲିକାକୁ ନେଇ ଆପତ୍ତି ଉଠିଛି। ଡିଜିପି ଚୟନରେ ସୁପ୍ରିମକୋର୍ଟଙ୍କ ‘ପ୍ରକାଶ ସିଂହ’ ମାମଲାର ରାୟରେ ନିର୍ଦ୍ଦିଷ୍ଟ ନିୟମକୁ ଠିକ୍ ଭାବେ ପାଳନ କରାଯାଇନଥିବା ଅଭିଯୋଗ କରାଯାଇ PIL ଦାଖଲ ହୋଇଛି।

ସୂଚନା ଅନୁଯାୟୀ, ଡିଜିପି ଚୟନ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର UPSCକୁ ୩ ଜଣ DG-rank ଅଧିକାରୀଙ୍କ ନାଁ ପଠାଇଥିଲେ। ତେବେ ପରବର୍ତ୍ତୀ ସମୟରେ ଏହି ତାଲିକାରେ ଆହୁରି କିଛି ଅଧିକାରୀଙ୍କୁ ସାମିଲ କରାଯିବାକୁ ନେଇ ପ୍ରଶ୍ନ ଉଠିଛି।

ଏବେ ସମସ୍ତଙ୍କ ନଜର ସୁପ୍ରିମକୋର୍ଟଙ୍କ ଆଜିର ଶୁଣାଣି ଉପରେ। ସର୍ବୋଚ୍ଚ ଅଦାଲତଙ୍କ ନିଷ୍ପତ୍ତି ପରେ ଓଡ଼ିଶାର ନୂଆ ଡିଜିପି ନିଯୁକ୍ତି ପ୍ରକ୍ରିୟା ଆଗକୁ ବଢ଼ିବ। ତେଣୁ ଆଜିର ରାୟ ରାଜ୍ୟ ପୁଲିସ ମୁଖ୍ୟ ଚୟନ ପ୍ରକ୍ରିୟା ପାଇଁ ଗୁରୁତ୍ବପୂର୍ଣ୍ଣ ମୋଡ଼ ସାବ୍ୟସ୍ତ ହୋଇପାରେ।

ଓଡ଼ିଶା ଡିଜିପି ନିଯୁକ୍ତି ମାମଲା ଚୂଡ଼ାନ୍ତ ରାୟ ସୁପ୍ରିମକୋର୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ରାଜ୍ୟ କ୍ୟାବିନେଟ ବୈଠକ

September 7, 2026

ବ୍ରହ୍ମପୁର ଡକ୍ଟରର୍ସ ଫୋରମ୍ ର ମାସିକ ବୈଠକ ଅନୁଷ୍ଠିତ

September 7, 2026

ପୁଣି ବଦଳିଲା ସୁନା ଏବଂ ରୂପା ମୂଲ୍ୟ: ଯାଞ୍ଚ କରନ୍ତୁ ଆଜିର ଦର

September 7, 2026

କୋଠା ନା ମୃତ୍ୟୁଯନ୍ତା? କେବେ ଥମିବ ମୃତ୍ୟୁର ଏହି ଧାରା?

September 7, 2026
Latest News

ଆଜି ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା : ଚୂଡ଼ାନ୍ତ ରାୟ ଉପରେ ନଜର

September 7, 2026

ଆଜି ରାଜ୍ୟ କ୍ୟାବିନେଟ ବୈଠକ

September 7, 2026

ବ୍ରହ୍ମପୁର ଡକ୍ଟରର୍ସ ଫୋରମ୍ ର ମାସିକ ବୈଠକ ଅନୁଷ୍ଠିତ

September 7, 2026

ପୁଣି ବଦଳିଲା ସୁନା ଏବଂ ରୂପା ମୂଲ୍ୟ: ଯାଞ୍ଚ କରନ୍ତୁ ଆଜିର ଦର

September 7, 2026

କୋଠା ନା ମୃତ୍ୟୁଯନ୍ତା? କେବେ ଥମିବ ମୃତ୍ୟୁର ଏହି ଧାରା?

September 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.