Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬ରେ ପରବର୍ତ୍ତୀ ତାରିଖ ଧାର୍ଯ୍ୟ
ଆଜିର ଖବର

ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬ରେ ପରବର୍ତ୍ତୀ ତାରିଖ ଧାର୍ଯ୍ୟ

September 7, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Hearing on DGP appointment in the Supreme Court adjourned again; next date fixed for the 16th.
Hearing on DGP appointment in the Supreme Court adjourned again; next date fixed for the 16th.

ଭୁବନେଶ୍ୱର: ଓଡ଼ିଶାର ପରବର୍ତ୍ତୀ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତି ପ୍ରକ୍ରିୟାକୁ ନେଇ ସୃଷ୍ଟି ହୋଇଥିବା ଆଇନଗତ ଜଟିଳତା ଓ ଦ୍ୱନ୍ଦ ଜାରି ରହିଛି। ଏହି ମାମଲାରେ ସୁପ୍ରିମକୋର୍ଟରେ ହେବାକୁ ଥିବା ଶୁଣାଣି ପୁଣିଥରେ ଘୁଞ୍ଚିଯାଇଛି। ଆସନ୍ତା ସେପ୍ଟେମ୍ବର ୧୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନଧାର୍ଯ୍ୟ କରାଯାଇଥିବା ନେଇ ବରିଷ୍ଠ ଆଇନଜୀବୀ ସଂଗ୍ରାମ ପଟ୍ଟନାୟକ ସୂଚନା ଦେଇଛନ୍ତି। ଶୁଣାଣି ସମୟରେ ଆମିକସକ୍ୟୁରି ଆଜି କୋର୍ଟରେ ନିଜର ଏକ ନୂତନ ରିପୋର୍ଟ ଦାଖଲ କରିଥିବା ବେଳେ ଏହି ରିପୋର୍ଟକୁ ଅନୁଧ୍ୟାନ କରିବା ପାଇଁ ସଲିସିଟର ଜେନେରାଲ ସମୟ ଲୋଡ଼ିଥିଲେ। ଏଥିସହିତ ସୁଶାନ୍ତ ନାଥଙ୍କ ପାଇଁ ତାଙ୍କ ଆଇନଜୀବୀ କୋର୍ଟରେ ଆବେଦନ ଦାଖଲ କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଓଡ଼ିଶା ସରକାର ପୁଲିସ ମହାନିର୍ଦ୍ଦେଶକ ପଦବୀ ପାଇଁ ଜଣେ କନିଷ୍ଠ ପୁଲିସ ଅଧିକାରୀଙ୍କୁ ସାମିଲ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରି ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା। ୨୦୦୬ ମସିହାର ପ୍ରକାଶ ସିଂ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରି ରାଜ୍ୟ ସରକାର ଏହି ପ୍ରକ୍ରିୟା କରୁଛନ୍ତି ବୋଲି ଆବେଦନକାରୀ ଦର୍ଶାଇଥିଲେ। ପ୍ରକାଶ ସିଂ ମାମଲାର ନିୟମାନୁସାରେ, ସଂଘ ଲୋକସେବା ଆୟୋଗ (ୟୁପିଏସସି) ଦ୍ୱାରା ପ୍ରସ୍ତୁତ ସବୁଠାରୁ ବରିଷ୍ଠ ତିନିଜଣ ଯୋଗ୍ୟ ଅଧିକାରୀଙ୍କ ମଧ୍ୟରୁ ହିଁ ପୁଲିସ ମହାନିର୍ଦ୍ଦେଶକଙ୍କୁ ଚୟନ କରାଯିବା ଆବଶ୍ୟକ।

ପୁଲିସ ପ୍ରଶାସନିକ ନେତୃତ୍ୱକୁ ରାଜନୈତିକ ଏବଂ ବାହ୍ୟ ଚାପରୁ ମୁକ୍ତ ରଖିବା ସହ ପ୍ରକ୍ରିୟାରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ସୁପ୍ରିମକୋର୍ଟ ଏହି ମାର୍ଗଦର୍ଶିକା ଜାରି କରିଥିଲେ। ମାମଲାର ପୂର୍ବ ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସର୍ବୋଚ୍ଚ ଅଦାଲତରେ ନିଜର ପକ୍ଷ ରଖି ଜବାବ ଦାଖଲ କରିଥିଲେ। ଅନ୍ୟପଟେ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପି ଚିଦାମ୍ବରମ୍ ପ୍ରତିଜବାବ ଦାଖଲ କରିଥିଲେ। କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସକ୍ୟୁରି ରାଜୁ ରାମଚନ୍ଦ୍ରନ୍ ନିଜର ରିପୋର୍ଟ ପ୍ରସ୍ତୁତ ପାଇଁ ସମୟ ନେଇଥିଲେ। ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ବିଚାରପତି ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ଚାଲିଥିବା ବେଳେ, ବର୍ତ୍ତମାନ ଆମିକସକ୍ୟୁରିଙ୍କ ଦାଖଲ ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ସେପ୍ଟେମ୍ବର ୧୬ରେ କୋର୍ଟ ଚୂଡ଼ାନ୍ତ ଆଲୋଚନା ଓ ଶୁଣାଣି ହାତକୁ ନେବେ।

ପୁଲିସମହାନିର୍ଦ୍ଦେଶକ ସୁପ୍ରିମକୋର୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ମିଶିବ ଦଶମ ଓ ଦ୍ବାଦଶ; ଓଡ଼ିଆରେ ହେବ ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ପାଠପଢ଼ା

September 7, 2026

ଧାନ ବିକ୍ରି ପାଇଁ ରାଜ୍ୟରେ ରେକର୍ଡ ସଂଖ୍ୟକ ଚାଷୀଙ୍କ ନାମ ପଞ୍ଜୀକରଣ

September 7, 2026

ପାଚିଲା ଫଳର ଉପକାରୀତା ସମ୍ପର୍କିତ ସଚେତନତା ଓ ମାଗଣା ସ୍ଵାସ୍ଥ୍ୟ ଶିବିର 

September 7, 2026

ପଞ୍ଜାବ ସରକାରଙ୍କ ବିରୋଧ ସତ୍ତ୍ୱେ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଅଶ୍ୱନୀ ମିଶ୍ର

September 7, 2026
Latest News

ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬ରେ ପରବର୍ତ୍ତୀ ତାରିଖ ଧାର୍ଯ୍ୟ

September 7, 2026

ମିଶିବ ଦଶମ ଓ ଦ୍ବାଦଶ; ଓଡ଼ିଆରେ ହେବ ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ପାଠପଢ଼ା

September 7, 2026

ଧାନ ବିକ୍ରି ପାଇଁ ରାଜ୍ୟରେ ରେକର୍ଡ ସଂଖ୍ୟକ ଚାଷୀଙ୍କ ନାମ ପଞ୍ଜୀକରଣ

September 7, 2026

ନେପାଳ ଜଳପ୍ରଳୟ: ମୃତ୍ୟୁ ସଂଖ୍ୟା ୧୩୫୫କୁ ବୃଦ୍ଧି

September 7, 2026

ସତ୍ୟ ନିକେତନ ଘଟଣାର ପ୍ରଥମ ବଡ଼ କାର୍ଯ୍ୟାନୁଷ୍ଠାନ: ୫ MCD ଅଧିକାରୀ ନିଲମ୍ବିତ

September 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.