Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»OMVD କନଷ୍ଟେବଳ ଆଶୁତୋଷ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଆଜିର ଖବର

OMVD କନଷ୍ଟେବଳ ଆଶୁତୋଷ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

September 8, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶା ମୋଟର ଯାନ ବିଭାଗ (ଓଏମଭିଡି)ର କନଷ୍ଟେବଳ ଆଶୁତୋଷ ମୃଦଙ୍ଗିଆଙ୍କ ହତ୍ୟା ମାମଲାରେ ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇଛନ୍ତି। ବ୍ରହ୍ମପୁର ପୋଲିସର ତଦନ୍ତ ଶୈଳୀକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ମାମଲାର ନିରପେକ୍ଷ ତଦନ୍ତ ପାଇଁ ହାଇକୋର୍ଟ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି। ଆଦେଶ ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ବ୍ରହ୍ମପୁର ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ପ୍ରକାଶ କରି ଆଶୁତୋଷଙ୍କ ଭଉଣୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଶୁତୋଷଙ୍କ ପତ୍ନୀ ସନ୍ଧ୍ୟା ନାୟକ ନିଜେ ଜଣେ ପୋଲିସ କନଷ୍ଟେବଳ ହୋଇଥିବାରୁ, ପୋଲିସ ତାଙ୍କୁ ସୁରକ୍ଷା ଦେଉଛି ଏବଂ ଗିରଫ କରୁନାହିଁ ବୋଲି ସେ ଅଭିଯୋଗ ଆଣିଥିଲେ।

ଗତ ଜୁନ୍ ୫ ତାରିଖରେ ନିଆଁରେ ପୋଡ଼ିଯାଇ ଆଶୁତୋଷ ଗୁରୁତର ହୋଇପଡ଼ିଥିଲେ। ତାଙ୍କ ଶରୀରର ୮୦ ପ୍ରତିଶତରୁ ଅଧିକ ଭାଗ ପୋଡ଼ିଯାଇଥିବାରୁ ପ୍ରଥମେ ବ୍ରହ୍ମପୁର ଏମକେସିଜି ଏବଂ ପରେ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର AIIMSକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଡାକ୍ତରଖାନାରେ ଚିକିତ୍ସା ସମୟରେ ଆଶୁତୋଷଙ୍କର ଦୁଇ ଥର ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ କରାଯାଇଥିଲା। ଏହି ବୟାନରେ ତାଙ୍କ ପତ୍ନୀ ସନ୍ଧ୍ୟା ନାୟକ ଓ ଶଳା ମିଶି ଯୋଜନାବଦ୍ଧ ଭାବେ ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ସେ ଅଭିଯୋଗ କରିଥିଲେ। ହାଇକୋର୍ଟ ଏହି ସମସ୍ତ ଅଭିଯୋଗ ଓ ମୃତ୍ୟୁକାଳୀନ ଜମାନବନ୍ଦୀକୁ ଗୁରୁତ୍ୱର ସହ ନେଇ ସମ୍ପୂର୍ଣ୍ଣ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛନ୍ତି।

ଆଶୁତୋଷ ହତ୍ୟା ମାମଲା ହାଇକୋର୍ଟଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ
Share. Facebook Twitter LinkedIn Email WhatsApp Copy Link

Related Posts

ଯଦି ଦୁଲୀପ ଟ୍ରଫି ଫାଇନାଲ ଡ୍ର ହୁଏ, ତେବେ କିଏ ଜିତିବ ଟ୍ରଫି?: ଜାଣନ୍ତୁ ନିୟମ 

September 8, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ମନ୍ତବ୍ୟ ସମ୍ପର୍କିତ ମାମଲା: ରାହୁଲ ଗାନ୍ଧୀଙ୍କୁ ହାଇକୋର୍ଟରୁ ଝଟକା

September 8, 2026

ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ୫ ବିରଳ ଓରାଙ୍ଗଉଟାନ ଉଦ୍ଧାର

September 8, 2026

“ଭଗବାନ ରାମ ଭୂମିକାରେ ରଣବୀର କପୁର ଗ୍ରହଣୀୟ ନୁହଁନ୍ତି”: ରାମାନନ୍ଦ ସାଗରଙ୍କ ନାତି

September 8, 2026
Latest News

OMVD କନଷ୍ଟେବଳ ଆଶୁତୋଷ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

September 8, 2026

ଯଦି ଦୁଲୀପ ଟ୍ରଫି ଫାଇନାଲ ଡ୍ର ହୁଏ, ତେବେ କିଏ ଜିତିବ ଟ୍ରଫି?: ଜାଣନ୍ତୁ ନିୟମ 

September 8, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ମନ୍ତବ୍ୟ ସମ୍ପର୍କିତ ମାମଲା: ରାହୁଲ ଗାନ୍ଧୀଙ୍କୁ ହାଇକୋର୍ଟରୁ ଝଟକା

September 8, 2026

ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ୫ ବିରଳ ଓରାଙ୍ଗଉଟାନ ଉଦ୍ଧାର

September 8, 2026

“ଭଗବାନ ରାମ ଭୂମିକାରେ ରଣବୀର କପୁର ଗ୍ରହଣୀୟ ନୁହଁନ୍ତି”: ରାମାନନ୍ଦ ସାଗରଙ୍କ ନାତି

September 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.