Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ହଡ଼ପ: ୩ ପଞ୍ଚାୟତ ଅଧିକାରୀ ଗିରଫ
ଅପରାଧ

ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ହଡ଼ପ: ୩ ପଞ୍ଚାୟତ ଅଧିକାରୀ ଗିରଫ

September 8, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅଧୀନ ୩ ଜଣ ପଞ୍ଚାୟତସ୍ତରୀୟ ଅଧିକାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ହିତାଧିକାରୀଙ୍କ ବଳକା ଭତ୍ତା ଟଙ୍କା ସରକାରୀ ଖାତାକୁ ନଫେରାଇ ସେମାନେ ଜାଲିଆତି ଜରିଆରେ ମୋଟ ୧୬.୭୬ ଲକ୍ଷ ଟଙ୍କା ହଡ଼ପ କରିଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି।

ଗିରଫ ଅଭିଯୁକ୍ତମାନେ ହେଲେ କଖରା ଗ୍ରାମ ପଞ୍ଚାୟତର ପୂର୍ବତନ ପିଇଓ ସୁବ୍ରତ କୁମାର ପତି, କୁମ୍ଭାରମୁଳି ଗ୍ରାମ ପଞ୍ଚାୟତର ପୂର୍ବତନ ପିଇଓ ଚିତ୍ତରଞ୍ଜନ ବାଗସିଂ ଏବଂ ଜଳେଶ୍ୱରପୁର ଗ୍ରାମ ପଞ୍ଚାୟତର ଆକାଉଣ୍ଟାଣ୍ଟ-କମ୍-ଡାଟା ଏଣ୍ଟ୍ରି ଅପରେଟର ଗୌତମ ଦଳାଇ।

ଭିଜିଲାନ୍ସ ତଥ୍ୟ ଅନୁଯାୟୀ, ୨୦୨୨ରୁ ୨୦୨୫ ମଧ୍ୟରେ ଏହି ଅଧିକାରୀମାନେ ଭୋଗରାଇ ବିଡିଓଙ୍କ କାର୍ଯ୍ୟାଳୟରୁ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ ପାଇଁ ନିୟମିତ ଅଗ୍ରିମ ଟଙ୍କା ଉଠାଉଥିଲେ। ମାତ୍ର ଭତ୍ତା ବାଣ୍ଟିବା ପରେ ବଞ୍ଚିଯାଉଥିବା ଅବ୍ୟବହୃତ ଅର୍ଥସବୁକୁ ସରକାରୀ ହିସାବରେ ଜମା ନକରି ନିଜ ଭିତରେ ବାଣ୍ଟି ନେଇଥିଲେ। ଏହିପରି ଭାବେ ସେମାନେ ମୋଟ ୧୬ ଲକ୍ଷ ୭୬ ହଜାର ୫୦୦ ଟଙ୍କା ଆତ୍ମସାତ କରିଥିଲେ। ଗିରଫ ତିନି ଅଭିଯୁକ୍ତଙ୍କୁ ବାଲେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଛି।

ପଞ୍ଚାୟତ ଅଧିକାରୀ ଗିରଫ ବାର୍ଦ୍ଧକ୍ୟ ଭତ୍ତା ହଡ଼ପ ଭିଜିଲାନ୍ସଚଢ଼ାଉ
Share. Facebook Twitter LinkedIn Email WhatsApp Copy Link

Related Posts

ଜୟପୁରରୁ କଲରାପତରିଆ ବାଘଛାଲ ଜବତ: ଡିଆରଆଇ ଚଢ଼ାଉରେ କାର୍‌ ସହ ଅଭିଯୁକ୍ତ ଗିରଫ

September 8, 2026

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ତଦନ୍ତକାରୀ ଅଫିସରଙ୍କୁ ବଦଳାଇବା ସହ ନୂଆ ଦଫା ଲଗାଇବାକୁ ବାପାଙ୍କ ଦାବି

September 8, 2026

ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ DISHAର ଗୁରୁତ୍ୱପୂର୍ଣ୍ଣ ବୈଠକ

September 8, 2026

ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ୍ ଡାକଘରକୁ N-Gen ଡାକଘର ଭାବେ ମିଳିଲା ନୂତନ ରୂପ

September 8, 2026
Latest News

ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ହଡ଼ପ: ୩ ପଞ୍ଚାୟତ ଅଧିକାରୀ ଗିରଫ

September 8, 2026

ଜୟପୁରରୁ କଲରାପତରିଆ ବାଘଛାଲ ଜବତ: ଡିଆରଆଇ ଚଢ଼ାଉରେ କାର୍‌ ସହ ଅଭିଯୁକ୍ତ ଗିରଫ

September 8, 2026

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ତଦନ୍ତକାରୀ ଅଫିସରଙ୍କୁ ବଦଳାଇବା ସହ ନୂଆ ଦଫା ଲଗାଇବାକୁ ବାପାଙ୍କ ଦାବି

September 8, 2026

ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ DISHAର ଗୁରୁତ୍ୱପୂର୍ଣ୍ଣ ବୈଠକ

September 8, 2026

ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ୍ ଡାକଘରକୁ N-Gen ଡାକଘର ଭାବେ ମିଳିଲା ନୂତନ ରୂପ

September 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.