Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏକ କୁକୁରର ନିର୍ଜଳ ଉପବାସ ,୧୫ ଦିନ ଧରି ନା ଖାଇଲା ଖାଦ୍ୟ, ନା ପିଇଲା ପାଣି
ବିଶେଷ ଖବର

ଏକ କୁକୁରର ନିର୍ଜଳ ଉପବାସ ,୧୫ ଦିନ ଧରି ନା ଖାଇଲା ଖାଦ୍ୟ, ନା ପିଇଲା ପାଣି

December 26, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭବାନୀ ଶଙ୍କର ନନ୍ଦ

ଧାର୍ମିକ ମନୁଷ୍ୟ ମାସରେ ଦୁଇଥର ଏକାଦଶୀ ଉପବାସ କରେ।  କେତେକ ଅବଶ୍ୟ ନିର୍ଜଳ ଉପବାସ କରନ୍ତି ନିର୍ଦ୍ଦିଷ୍ଟ ପର୍ବ  ଦିବସରେ। ତାହା   ବାର  ବା ଚବିଶ ଘଣ୍ଟିଆ । ମାତ୍ର କୁକୁରଟି ବାଧ୍ୟ ହେଲା ଏକାଦିକ୍ରମେ 15 ଦିନ ନିର୍ଜଳ   ଉପବାସରେ ରହିବାକୁ। ଭୁବନେଶ୍ୱର ଉପକଣ୍ଠର ମଳିପଡ଼ା ଗ୍ରାମର ଶ୍ରୀବିହାର ଇଲାକାର ଏକ ଘଟଣା। ବିଗତ 15 ଦିନ ତଳେ ଖାଦ୍ୟ ଲୋଭରେ ବୋଧହୁଏ କୁକୁରଟି ଏକ ପ୍ଲାଷ୍ଟିକ ଡବା  ଭିତରେ ମୁହଁ ପୁରାଇଦେଲା। ତା ପରେ ସେଇଟି ତା ମୁହଁ ରେ ଏପରି ଲାଗି ରହିଲା ଯେ ସେ ଆଉ କାଢି ପାରିଲା ନାହିଁ। ଏଣେତେଣେ  ଧାଇଁଲା। ସ୍ଥାନୀୟ ଲୋକେ ତାକୁ ଧରିବା ଅନେକ ଚେଷ୍ଟା  କରି ମଧ୍ୟ ସଫଳ ହୋଇ ପାରୁନଥିଲେ।

ଦିନ ଗଡି ଚାଲିଲା। whats-App ଗ୍ରୁପ ରେ ଅନେକ ଆଲୋଚନା ଚାଲିଲା। ଉତ୍କଣ୍ଠା  ବଢ଼ିଲା। ଭୁବନେଶ୍ୱର ମୁନିସିପାଲିଟିଙ୍କ ଅଧିନସ୍ଥ ଏବିସି ଅର୍ଥାତ ଆନିମଲ ବାର୍ଥ କଣ୍ଟ୍ରୋଲ ସଂସ୍ଥାକୁ ନିବେଦନ କରାଗଲା।  ତାଙ୍କର କୁକୁର ଧରାଳି ଦଳ ସେମାନଙ୍କର ଜାଲ ଓ  ଅନ୍ୟ ଉପକରଣ ଆଣି ସେ ସ୍ଥାନକୁ ଆସିବାକୁ ଅନୁରୋଧ କରାଗଲା। ମାତ୍ର ସେଠାକାର ପଶୁ ଡାକ୍ତର ରୋକ ଠୋକ ମନା କଲେ। କହିଲେ ମଳିପଡ଼ା ଗ୍ରାମ ଭୁବନେଶ୍ୱର ମୁନିସିପାଲିଟି ଅନ୍ତର୍ଗତ ହୋଇ ନ ଥିବାରୁ ସେଠାକୁ  କୁକୁର ଧରାଳିମାନଙ୍କୁ ପଠା ଯାଇ ପାରିବ ନାହିଁ। ଧରିବା ଜାଲ ମାଗିବାରୁ ତାହା ମଧ୍ୟ ଦେବାକୁ ମନା କଲେ। ଅନୁନୟ ବିନୟ କରି କହିବା ପରେ କହିଲେ ଉପରୁ ନିର୍ଦେଶ ଆଣ। ଭୁବନେଶ୍ୱର ମୁନିସିପାଲିଟିର ଡେପୁଟି କମିଶନର ଶ୍ରୀ ଶୁଭ୍ରାଂଶୁ ମିଶ୍ରଙ୍କୁ କହିବାରୁ ସେ ତତକ୍ଷଣ ଅର୍ଡର କରିଦେଲେ। କୁକୁର ଧରାଳି ଦଳ ସେମାନଙ୍କର ଗାଡ଼ିରେ ସମସ୍ତ ଉପକରଣ ଧରି ମଳିପଡ଼ା ଗଲେ।

ପ୍ରାୟ ଦୁଇଘଣ୍ଟା ଚେଷ୍ଟାକଲେ କୁକୁରକୁ ଧରିବା ପାଇଁ। କୁକୁର ଲୁଚିଲା। ସେମାନେ ଫେରିଗଲେ। ସ୍ଥାନୀୟ ଲୋକମାନେ ନିଷ୍ଠାର ସହିତ କୁକୁର ଧରିବା ପାଇଁ ନିରବଛିନ୍ନ ଭାବରେ ନଜର ରଖି ଥାଆନ୍ତି। ସେମାନଙ୍କ ମଧ୍ୟରୁ ଜଣେ ୭୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଉଦ୍ୟମ ଅତୁଳନୀୟ। ସେଦିନ ସକାଳେ ସେଠାକାର  ବାସିନ୍ଦା ପ୍ରଦୀପ ବାବୁ, ମନୋରଞ୍ଜନ ବାବୁ କୁକୁରର ଯିବା ଆସିବା ବାଟ ଅନୁସନ୍ଧାନ କରି ସେଠାରେ  ଏକ ମଶାରୀ ଧରି ଛକି ରହିଥିଲେ। କୁକୁର ବାହାରିଲା ଏବଂ ତାକୁ ମଶାରୀ ଦ୍ୱାରା ଧରି ତା ମୁହଁରୁ ପ୍ଲାଷ୍ଟିକ ଡବା ଟି କାଢ଼ିବାରେ ସକ୍ଷମ ହେଲେ। ଡବା  ବାହାରିବା ମାତ୍ରେ କୁକୁରଟି ଦୌଡ଼ି ପଳାଇଲା।

ପନ୍ଦର  ଦିନ ଧରି ଟୋପାଏ ଜଳ ନପିଇ ମଧ୍ୟ ଏତେ ଦିନ ପରେ ତାର ଯଥେଷ୍ଟ ଶକ୍ତି ଥିଲା। ଆଜି ସନ୍ଧ୍ୟା ସମୟରେ ସେ ପୁଣି ଦେଖା ଦେଇଥିଲା ଓ ତା ପାଇଁ ସ୍ନେହ ଶ୍ରଦ୍ଧା ବଢି ଯାଇଥିବାରୁ ସୁରୁଚି ଖାଦ୍ୟ ବ୍ୟବସ୍ଥା  କରାଯାଇଅଛି। ଏହି ଘଟଣା ଏକ ମାମୁଲି ଘଟଣା ଭଳି କେତେକଙ୍କୁ ଲାଗୁଥିଲେ ମଧ୍ୟ ଏଥିରୁ ଅନେକ ସନ୍ଦେଶ ମିଳୁଛି। ସମାଜରେ କିଭଳି ଦାୟିତ୍ୱ ହୀନ ବ୍ୟକ୍ତି ମାନେ ଅଛନ୍ତି ଯେଉଁମାନେ କି ପ୍ଲାଷ୍ଟିକ ବର୍ଜନ କଥା ବାରମ୍ବାର କୁହାଯାଉଥିଲେ ମଧ୍ୟ ତାହା ବ୍ୟବହାର କରୁଛନ୍ତି ଏବଂ ଏଣେତେଣେ ଫିଙ୍ଗୁଛନ୍ତି। ସରକାର ନିୟମ ବାବୁମାନଙ୍କ ନାଲିଫିତା ତଳେ | କେଉଁଠି କଣ ହେଉଅଛି  ତାହା ଦେଖିବାକୁ କେହି ନାହିଁ। ଦ୍ଵିତୀୟରେ କୁକୁର ମାନେ ସୃଷ୍ଟିର ଏକ ଜୀବ ଏବଂ ସେମାନଙ୍କର ମଧ୍ୟ ଭଲରେ ବଂଚିବାର ଅଧିକାର ଅଛି। ବୁଲାକୁକୁର ଭଳି ଅନାଥଙ୍କ ପାଇଁ ସହୃଦୟତା ଆବଶ୍ୟକ। ତେଣୁ ସେମାନେ କିପରି ବିପଦରେ ନପଡିବେ ସେଥିପ୍ରତି ସମସ୍ତେ ଯତ୍ନବାନ ହେବା ଉଚିତ।

ସେମାନଙ୍କୁ ଧମକ ଚମକ ନଦେଇ ଟିକିଏ ଆଶ୍ୱାସନା ଦେଲେ ବା ସ୍ନେହାଭାବ ଦେଖାଇଲେ ସେମାନେ ଅତି ଆପଣାର ହୋଇ ଯାଆନ୍ତି। ସେମାନଙ୍କର ରୋଗାକ୍ରାନ୍ତ ଅବସ୍ଥାରେ ବା ଅସହାୟତା ଅବସ୍ଥାରେ ସହାୟତାର ହାତ ବଢ଼ିଲେ ଆତ୍ମସନ୍ତୋଷ ମିଳେ। ଓଡିଶା ସରକାରଙ୍କର ମାତ୍ର ଦୁଇଖଣ୍ଡି କୁକୁର ଧରା ଗାଡି ଅଛି। ହାତ ଗଣତି କେଇଜଣ କୁକୁର ଧରାଳି ଅଛନ୍ତି। ସେମାନେ ଭୁବନେଶ୍ୱର ମୁନିସିପାଲିଟି ଅଧୀନରେ କାମ କରନ୍ତି। ରାତି ରେ ବା ଛୁଟିଦିନ ମାନଙ୍କରେ ସେମାନଙ୍କର ସେବା ମିଳେ ନାହିଁ। ଦାୟିତ୍ୱରେ ଥିବା ମୁନିସିପାଲିଟିର ପଶୁ ଡାକ୍ତରମାନେ ଦାୟିତ୍ୱ ହୀନ ଭାବରେ ଜୀବନ ମରଣ ସମସ୍ୟାର ସମ୍ମୁଖୀନ ହୋଇଥିବା ଏକ ଅନାଥ ପଶୁ ପ୍ରତି ନିର୍ଦୟ ଭାବରେ ସେବା ଯୋଗାଇବା ପାଇଁ ରୋକ ଠୋକ ମନା  କରିବା ଅତ୍ୟନ୍ତ ନିନ୍ଦନୀୟ। ସରକାର ମଧ୍ୟ ଗାଡି, ଧରାଳି ଓ ଉପକରଣ ଆବଶ୍ୟକ ମୁତାବକ ଯୋଗାଇଦେବା ଜରୁରୀ।

(ଶ୍ରୀ ନନ୍ଦ ହେଉଛନ୍ତି ଜଣେ ସୂଚନା ଅଧିକାର କର୍ମୀ)

Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଚୁର ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ରହିବା ସତ୍ତ୍ୱେ କାହିଁକି ବଢୁଛି ମୂଲ୍ୟ: ଜାଣନ୍ତୁ କାରଣ

May 23, 2026

ସିିଜିମାଳି ବିସ୍ଥାପିତଙ୍କୁ ନ୍ୟାୟ ଦାବୀରେ ଯୁବ କଂଗ୍ରେସ ତରଫରୁ ପଦଯାତ୍ରା 

May 23, 2026

ଏଥର ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ବସିଲା ଉଚ୍ଚ ସ୍ତରୀୟ ବୈଠକ

May 23, 2026

ଜାତୀୟ ଆୟୁର୍ବେଦ କଂଗ୍ରେସ ପ୍ରତିଷ୍ଠା ଦିବସ, ୨୪ ତାରିଖରେ ହେବ ପାଳନ

May 22, 2026
Latest News

ପ୍ରଚୁର ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ରହିବା ସତ୍ତ୍ୱେ କାହିଁକି ବଢୁଛି ମୂଲ୍ୟ: ଜାଣନ୍ତୁ କାରଣ

May 23, 2026

ଇଭାଙ୍କା ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚେଷ୍ଟା କରୁଥିଲେ ଇରାନୀ ଆତଙ୍କବାଦୀ ଅଲ-ସାଦି !

May 23, 2026

ଜାତୀୟ ରାଜପଥ ଦୁର୍ଘଟଣାରେ ବାପା ମୃତ ଝିଅ ଗୁରୁତର

May 23, 2026

ଅସହ୍ୟ ଗରମ : କଲବଲ କରୁଛି ଗୁଳୁଗୁଳି

May 23, 2026

ଅଂଶୁଘାତରେ ବନ କର୍ମଚାରୀଙ୍କ ମୃତ୍ୟୁ

May 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.