Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡ଼ିଶାରେ ସରିଲା ଏସ୍‌ଆଇଆର: ତାଲିକାରୁ ବାଦ୍‌ ପଡ଼ିଲେ ୨୦ ଲକ୍ଷ
ବିଶେଷ ଖବର

ଓଡ଼ିଶାରେ ସରିଲା ଏସ୍‌ଆଇଆର: ତାଲିକାରୁ ବାଦ୍‌ ପଡ଼ିଲେ ୨୦ ଲକ୍ଷ

September 22, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟା ଶେଷ ହେବା ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଏହି ନୂତନ ତାଲିକା ଅନୁଯାୟୀ ଓଡ଼ିଶାରେ ମୋଟ ଭୋଟରଙ୍କ ସଂଖ୍ୟା ୩ କୋଟି ୧୬ ଲକ୍ଷ ୩୨ ହଜାର ୭୫୪କୁ ପହଞ୍ଚିଛି। ତାଲିକା ଶୁଦ୍ଧିକରଣ ପ୍ରକ୍ରିୟାରେ ପ୍ରାୟ ୨୦ ଲକ୍ଷ ୧୨ ହଜାର ୫୫୭ ଜଣଙ୍କ ନାମ ବାଦ୍ ପଡ଼ିଥିବା ବେଳେ, ଚିଠା (ଡ୍ରାଫ୍ଟ) ତାଲିକା ତୁଳନାରେ ଚୂଡ଼ାନ୍ତ ଭୋଟର ସଂଖ୍ୟା ୨ ଲକ୍ଷ ୪୫ ହଜାର ୭୨୦ ବୃଦ୍ଧି ପାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ. ଗୋପାଳନ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ମୋଟ ଭୋଟରଙ୍କ ମଧ୍ୟରେ ୧ କୋଟି ୬୧ ଲକ୍ଷ ୩୦ ହଜାର ୩୧୯ ଜଣ ପୁରୁଷ, ୧ କୋଟି ୫୪ ଲକ୍ଷ ୯୯ ହଜାର ୬୬୧ ଜଣ ମହିଳା ଓ ୨୭୭୪ ଜଣ ତୃତୀୟ ଲିଙ୍ଗୀ ଭୋଟର ସାମିଲ ଅଛନ୍ତି। ଏହାସହ ରାଜ୍ୟରେ ଲିଙ୍ଗ ଅନୁପାତ ୯୬୧କୁ ବୃଦ୍ଧି ପାଇଛି ଓ ଭୋଟର-ଜନସଂଖ୍ୟା ଅନୁପାତ ୬୭.୦୫ ପ୍ରତିଶତ ରହିଛି। ମତଦାନ କେନ୍ଦ୍ରଗୁଡ଼ିକର ପୁନର୍ଗଠନ ପରେ ରାଜ୍ୟରେ ବୁଥ୍ ସଂଖ୍ୟା ୪୫୨୫୦କୁ ବୃଦ୍ଧି ପାଇଛି। ଭୋଟର ତାଲିକାକୁ ସ୍ୱଚ୍ଛ ଓ ତ୍ରୁଟିମୁକ୍ତ କରିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ଏସଆଇଆର ପ୍ରକ୍ରିୟାରେ ପ୍ରାୟ ୫୮ ଲକ୍ଷ ୩୬ହଜାର ୩୯୨ଜଣ ଭୋଟରଙ୍କୁ ନୋଟିସ୍ ଜାରି କରାଯାଇଥିଲା ଓ ଗଣନା ଫର୍ମ ଫେରି ନପାଇବାରୁ ୨୦ ଲକ୍ଷ ୧୨ହଜାର ୫୫୭ଜଣ ଭୋଟରଙ୍କୁ ତାଲିକାରୁ ସିଧାସଳଖ ବାଦ୍ ଦିଆଯାଇଛି।
ଜୁଲାଇ ୫ତାରିଖରେ ଜାରି ଚିଠା ଭୋଟର ତାଲିକାରେ ଭୋଟ ୩କୋଟି ୧୩ଲକ୍ଷ ୮୭ହଜାର ୦୩୪ଜଣ ଭୋଟର ଥିବାବେଳେ ସେପ୍ଟେମ୍ବର ୧୭ତାରିଖ ପର୍ଯ୍ୟନ୍ତ ସଂଶୋଧନ ପ୍ରକ୍ରିୟା ପରେ ରାଜ୍ୟରେ ମୋଟ୍ ଭୋଟର ସଂଖ୍ୟା ୩ କୋଟି ୧୬ ଲକ୍ଷ ୩୨ ହଜାର ୭୫୪ରେ ପହଞ୍ଚିଛି। ଯାହା ଆଜି ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ଚୂଡ଼ାନ୍ତ ଭୋଟର ତାଲିକାରୁ ସ୍ପଷ୍ଟ ହୋଇଛି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ୨୦୨୬ ଜୁଲାଇ ୧କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରି ଏହି ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମ(ଏସଆଇଆର) ହାତକୁ ନିଆଯାଇଥିଲା। ଏହି ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ୨୦୨୬ ମଇ ୧୭ ସୁଦ୍ଧା ରାଜ୍ୟରେ ମୋଟ ଭୋଟର ସଂଖ୍ୟା ୩ କୋଟି ୩୩ ଲକ୍ଷ ୯୯ ହଜାର ୫୯୧ ଥିଲା। ମାତ୍ର ପ୍ରଥମ ପର୍ଯ୍ୟାୟରେ ବିଏଲଓମାନଙ୍କ ମାଧ୍ୟମରେ ଘରେ ଘରେ ଗଣନା ଫର୍ମ ବଣ୍ଟନ କରାଯିବା ପରେ ୯୩.୯୭% ଅର୍ଥାତ୍ ୩ କୋଟି ୧୩ ଲକ୍ଷ ୮୭ ହଜାର ୩୪ଟି ଫର୍ମ ଫେରି ଆସିଥିଲା। ବାକି ୬.୦୩ ପ୍ରତିଶତ ଅର୍ଥାତ୍ ୨୦ ଲକ୍ଷ ୧୨ ହଜାର ୫୫୭ ଜଣଙ୍କ ଫର୍ମ ଫେରି ନଆସିବାରୁ ସେମାନଙ୍କୁ ଚିଠା ତାଲିକାରୁ ବାଦ୍ ଦିଆଯାଇଥିଲା। ବାଦ୍ ପଡ଼ିଥିବା ଏହି ୨୦.୧୨ଲକ୍ଷ ଭୋଟରଙ୍କ ମଧ୍ୟରୁ ୮ ଲକ୍ଷ ୩୨ ହଜାର ୫୪୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୮ ଲକ୍ଷ ୮ହଜାର ୨୦୫ ଜଣ ସ୍ଥାନାନ୍ତରିତ, ୧ଲକ୍ଷ ୯୯ ହଜାର ୨୪୯ ଜଣ ଅନୁପସ୍ଥିତ, ୧ଲକ୍ଷ ୫୮ହଜାର ୧୧୮ ଜଣ ନକଲି ବା ଡୁପ୍ଲିକେଟ୍ ଓ ୧୪୪୪୧ ଜଣ ଅନ୍ୟାନ୍ୟ କାରଣ ପାଇଁ ଚିହ୍ନଟ ହୋଇଥିଲେ। ଜୁଲାଇ ୫ ତାରିଖରେ ୩ କୋଟି ୧୩ ଲକ୍ଷ ୮୭ ହଜାର ୩୪ ଜଣଙ୍କୁ ନେଇ ଚିଠା ତାଲିକା ପ୍ରକାଶ ପାଇବା ପରେ ଆରମ୍ଭ ହୋଇଥିଲା ଯାଞ୍ଚ ଓ ନୋଟିସ୍ ପର୍ଯ୍ୟାୟ। ଏଥିରେ ୧୨ ଲକ୍ଷ ୯୮ ହଜାର ୭୭୯ ଜଣ ଅନମ୍ୟାପଡ ଭୋଟର ଓ ୪୫ ଲକ୍ଷ ୩୭ ହଜାର ୬୧୩ ଜଣଙ୍କ ତଥ୍ୟରେ ତ୍ରୁଟି ଦେଖାଯିବାରୁ ମୋଟ୍ ୫୮ ଲକ୍ଷ ୩୬ ହଜାର ୩୯୨ ଜଣଙ୍କୁ ନୋଟିସ୍ ଜାରି କରାଯାଇଥିଲା। ନିର୍ବାଚନ ପଞ୍ଜିକରଣ ଅଧିକାରୀ ଓ ସହକାରୀ ନିର୍ବାଚନ ପଞ୍ଜିକରଣ ଅଧିକାରୀମାନେ ପ୍ରତ୍ୟେକ କ୍ଷେତ୍ରରେ କଡ଼ା ଶୁଣାଣି କରିବା ସହ ଦସ୍ତାବିଜ୍ ଯାଞ୍ଚ କରିଥିଲେ। ଦାବି ଓ ଆପତ୍ତି ଅଭିଯୋଗ ଅବଧି ମଧ୍ୟରେ ୨ ଲକ୍ଷ ୫୫ ହଜାର ୯୯୬ଟି ଆବେଦନ ଆସିଥିବାବେଳେ ଶୁଣାଣି ପରେ ୨୪୦୭୦ ଜଣ ଅଯୋଗ୍ୟ ପ୍ରମାଣିତ ହୋଇଥିଲେ ଏବଂ ଫର୍ମ-୭ ଜରିଆରେ ୨୦୭୦୭ ଜଣଙ୍କୁ ମିଶାଇ ମୋଟ ୪୪୭୭୭ ଜଣଙ୍କ ନାମ ବାଦ୍ ପଡ଼ିଥିଲା। ସେହିପରି ନୂତନ ଭାବେ ଫର୍ମ-୬, ୬ଏ ଓ ୮ ମାଧ୍ୟମରେ ୨ ଲକ୍ଷ ୯୦ ହଜାର ୪୯୭ ଜଣଙ୍କ ନାମ ଯୋଡ଼ା ଯାଇଥିଲା, ଯାହାଫଳରେ ଚିଠା ତାଲିକା ତୁଳନାରେ ମୋଟ୍ ୨ ଲକ୍ଷ ୪୫ ହଜାର ୭୨୦ ଜଣ ବୃଦ୍ଧି ପାଇ ଚୂଡ଼ାନ୍ତ ଭୋଟର ସଂଖ୍ୟା ୩,୧୬,୩୨,୭୫୪ରେ ପହଞ୍ଚିଛି। ଏଥିରେ ସେନା ଓ ସୁରକ୍ଷା ବାହିନୀରେ ଥିବା ସେବା ଭୋଟରଙ୍କ ସଂଖ୍ୟା ୪୬୮୧୬ ରହିଛି।

ଏସ୍‌ଆଇଆର ଓଡିଶା ତାଲିକା
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରତୀକ୍ଷାର ଅନ୍ତ: ଆଜି ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ଝଲସିବ ଭାରତୀୟ ସିନେମାର ଶ୍ରେଷ୍ଠତା

September 22, 2026

ମୌସୁମୀ ଅଧିବେଶନରେ ଗରମ ହେବ ଓଡ଼ିଶା ରାଜନୀତି: ଜାଣନ୍ତୁ କେଉଁ ପ୍ରସଙ୍ଗ ରହିବ ଫୋକସ୍‌ରେ

September 22, 2026

ଗିରଫ ପୂର୍ବରୁ କାରଣ ଜଣାଇବା ବାଧ୍ୟତାମୂଳକ: ସୁପ୍ରିମକୋର୍ଟ

September 22, 2026

ଓଡ଼ିଶା ନୂଆ DGP ଚୟନ ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି, ରହିଛି ସମସ୍ତଙ୍କ ନଜର

September 22, 2026
Latest News

ଓଡ଼ିଶାରେ ସରିଲା ଏସ୍‌ଆଇଆର: ତାଲିକାରୁ ବାଦ୍‌ ପଡ଼ିଲେ ୨୦ ଲକ୍ଷ

September 22, 2026

ପ୍ରତୀକ୍ଷାର ଅନ୍ତ: ଆଜି ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ଝଲସିବ ଭାରତୀୟ ସିନେମାର ଶ୍ରେଷ୍ଠତା

September 22, 2026

ମୌସୁମୀ ଅଧିବେଶନରେ ଗରମ ହେବ ଓଡ଼ିଶା ରାଜନୀତି: ଜାଣନ୍ତୁ କେଉଁ ପ୍ରସଙ୍ଗ ରହିବ ଫୋକସ୍‌ରେ

September 22, 2026

ଗିରଫ ପୂର୍ବରୁ କାରଣ ଜଣାଇବା ବାଧ୍ୟତାମୂଳକ: ସୁପ୍ରିମକୋର୍ଟ

September 22, 2026

ଓଡ଼ିଶା ନୂଆ DGP ଚୟନ ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି, ରହିଛି ସମସ୍ତଙ୍କ ନଜର

September 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.