Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇଏଏସ୍‌ରେ ନୂତନ ଛାତ୍ରଛାତ୍ରୀଙ୍କ ନିମନ୍ତେ ଓରିଏଂଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ
ଆଜିର ଖବର

ଆଇଏଏସ୍‌ରେ ନୂତନ ଛାତ୍ରଛାତ୍ରୀଙ୍କ ନିମନ୍ତେ ଓରିଏଂଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

September 22, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଇଏଏସ୍‌ରେ ନୂତନ ଛାତ୍ରଛାତ୍ରୀଙ୍କ ନିମନ୍ତେ ଓରିଏଂଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ
ଆଇଏଏସ୍‌ରେ ନୂତନ ଛାତ୍ରଛାତ୍ରୀଙ୍କ ନିମନ୍ତେ ଓରିଏଂଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ)ର ପ୍ରଥମ ବର୍ଷର ବିଏସ୍‌ସି (ଅନର୍ସ) ଏଗ୍ରିକଲ୍‌ଚର ନୂତନ ଛାତ୍ରଛାତ୍ରୀଙ୍କ ୧୪ ତମ ବ୍ୟାଚ ନିମନ୍ତେ ସୋମବାର ଓରିଏଂଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶ୍ୱବିଦ୍ୟାଳୟରେ ଉପଲ୨ ବିଭିନ୍ନ ବ୍ୟବସ୍ଥା ଓ ସମ୍ବଳର ସୁଯୋଗ ନେବା ନିମନ୍ତେ ଛାତ୍ରଛାତ୍ରୀ ମାନଙ୍କୁ ବିଶେଷ ସୂଚନା ଦେଇଥିଲେ। ଶୃଙ୍ଖଳିତ, କଠିନ ପରିଶ୍ରମ ଓ ସମାୟାନୁବର୍ତିତା ହେବା ସହ ଅଧ୍ୟବସାୟର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଦେଶର ଶ୍ରେଷ୍ଠ ୧୫ତମ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଆରମ୍ଭ କରିବାକୁ ଯାଉଛ ବୋଲି ପ୍ରଫେସର ନନ୍ଦ ସେମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ଛାତ୍ରଛାତ୍ରୀଙ୍କର ଆଚରଣ, ସତ୍ୟତା ଏବଂ ସଚ୍ଚୋଟତା ହିଁ ଭବିଷ୍ୟତରେ ବିଶ୍ୱବିଦ୍ୟାଳୟ ନିମନ୍ତେ ସ୧ାନ ବୃଦ୍ଧି କରିବ ବୋଲି କୁଳପତି କହିଥିଲେ।

ଏହି ସାମ୍ପ୍ରତିକ ଯୁଗରେ କୃଷି କେବଳ ଚାଷରେ ସୀମିତ ନ ରହି ବରଂ ବୈଜ୍ଞାନିକ ଗବେଷଣା ଓ ଉଦ୍ୟୋଗର ଏକ ବଡ ମାଧ୍ୟମ। କୃଷି କ୍ଷେତ୍ରରେ ନୂତନ ଜ୍ଞାନ କୌଶଳ ଓ ଗବେଷଣାର ଆବଶ୍ୟକତା ବୃଦ୍ଧି ପାଉଥିବା ବେଳେ ସୋଆ
ଆଇଏଏସରେ ଅଧ୍ୟୟନ କରିବା ପାଇଁ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ବେଶ ଉତ୍ସାହୀ ବୋଲି ପ୍ରଫେସର ନନ୍ଦ କହିଥିଲେ।

ସେହିପରି ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ସ୧ାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନେ ନିଜକୁ କେବଳ ପାଠପଢ଼ା ଭିତରେ ସୀମିତ ନ ରଖି କିଭଳି ସମାଜର ସର୍ବାଙ୍ଗୀନ ଉନ୍ନତି କରିପାରିବେ ସେ ନେଇ ଆହ୍ୱାନ ଦେଇଥିଲେ।

ବଡ ସ୍ୱପ୍ନକୁ ସାକାର କରିବାକୁ ହେଲେ ନିଜ ମଧ୍ୟରେ ସକାରାତ୍ମକ ଚିନ୍ତାଧାରା ରଖିବା ଉଚିତ୍। ଏହି ମନୋଭାବ ନେଇ ମାଟି ପାଇଁ କାମ କଲେ ସେହି ମାଟି ଦିନେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଗର୍ବ ିତ ହେବ ବୋଲି ପ୍ରଫେସର ଦାସ ମତବ୍ୟକ୍ତ କରିଥିଲେ।

ଭାରତ ସରକାରଙ୍କ ଜାତୀୟ ଶିକ୍ଷାନୀତି ଅନୁସାରେ ସେପ୍ଟେମ୍ବର ୨୧ରୁ ୩୦ ତାରିଖ ପର୍ଯ୍ୟନ୍ତ ଦୀକ୍ଷାରମ୍ଭ
କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ସଂସ୍କୃତି, ଶୈକ୍ଷିକ ବାତାବରଣ,ମୂଲ୍ୟବୋଧ ପାଠ୍ୟକ୍ରମ ଓ ଏହାର ବିଭିନ୍ନ ଦିଗ ବିଷୟରେ ଶିକ୍ଷାବିତ, କୃଷି ବିଜ୍ଞାନୀ ଓ ଅଭିଜ୍ଞ ଅଧ୍ୟାପକମାନେ ନୂତନ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ ପ୍ରଦାନ କରାଇବେ।

ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତକହିଥିଲେ ଯେ ବର୍ତମାନ ସମୟରେ କୃଷି ଆଉ ପାରମ୍ପରିକ ବ୍ୟବସାୟ ଭାବେ ସୀମିତ ହୋଇ ରହି ନାହିଁ । ଏହା ଖାଦ୍ୟସୁରକ୍ଷା, ଜଳବାୟୁ ପରିବର୍ତ୍ତନ, ପ୍ରଯୁକ୍ତି ବିଦ୍ୟା, ଗ୍ରାମୀଣ ବିକାଶ, ଉଦ୍ୟୋଗ ଏବଂ ସମାଜ କଲ୍ୟାଣ ସହିତ ମଧ୍ୟ ଜଡିତହୋଇଯାଇଛି। ଚାକିରି ପଛରେ ସମୟ ଅତିବାହିତ ନ କରି ବରଂ ସଫଳ ଉଦ୍ୟୋଗୀ ହୋଇ ଅନ୍ୟମାନଙ୍କୁ ବୃତି ପ୍ରଦାନ କରିବା ଆବଶ୍ୟକ। ପରିବର୍ତ୍ତିତ ଜଳବାୟୁ ପରିସ୍ଥିତିରେ କୃଷି ଭିତିକ ଶିକ୍ଷା ଲାଭକୁ କିପରି ଭାବେ ସମାଜସୁରକ୍ଷା, କୃଷିର

ସୁରକ୍ଷା ଓ କୃଷି ଉତ୍ପାଦନରେ ନିୟୋଜିତ କରାଯାଇ ପାରିବ ସେ ନେଇ ଛାତ୍ରଛାତ୍ରୀଙ୍କୁ ପ୍ରଫେସର ରାଉତ ଆହ୍ୱାନଦେଇଥିଲେ। ଉଦ୍ଭିଦ ସଂଗଠନ ବିଭାଗୀୟ ମୁଖ୍ୟ ପ୍ରଫେସର ସରୋଜ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ଆଇଏଏସ୍‌ ଓରିଏଂଟେସନ୍ କାର୍ଯ୍ୟକ୍ରମ ଶିକ୍ଷା ଓ ଅନୁସନ୍ଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ମହିଳା ଚାଷୀଙ୍କୁ ମିଳିଲା ‘ପେଡାଲ୍-ଚାଳିତ ମହିଳା-ଅନୁକୂଳ ନଡ଼ିଆ ଛଡ଼ାଇବା ଯନ୍ତ୍ର’

September 22, 2026

ଅକ୍ଟୋବର ୨୭ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି

September 22, 2026

୨୮ ତାରିଖକୁ ଘୁଞ୍ଚିଲା ଓସିଏ ନିର୍ବାଚନ ମାମଲା ପରବର୍ତ୍ତୀ ଶୁଣାଣି

September 22, 2026

ବଜ୍ରାଘାତରେ ୧୭ ବର୍ଷୀୟା ଯୁବତୀ ମୃତ, ୩ ଗୁରୁତର

September 22, 2026
Latest News

ଆଇଏଏସ୍‌ରେ ନୂତନ ଛାତ୍ରଛାତ୍ରୀଙ୍କ ନିମନ୍ତେ ଓରିଏଂଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

September 22, 2026

ମହିଳା ଚାଷୀଙ୍କୁ ମିଳିଲା ‘ପେଡାଲ୍-ଚାଳିତ ମହିଳା-ଅନୁକୂଳ ନଡ଼ିଆ ଛଡ଼ାଇବା ଯନ୍ତ୍ର’

September 22, 2026

ଅକ୍ଟୋବର ୨୭ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି

September 22, 2026

୨୮ ତାରିଖକୁ ଘୁଞ୍ଚିଲା ଓସିଏ ନିର୍ବାଚନ ମାମଲା ପରବର୍ତ୍ତୀ ଶୁଣାଣି

September 22, 2026

ବଜ୍ରାଘାତରେ ୧୭ ବର୍ଷୀୟା ଯୁବତୀ ମୃତ, ୩ ଗୁରୁତର

September 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.