ବାଣପୁର: ଆଜି ଗୋଦାବରୀଶ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସୁରପ୍ରତାପ ନରେନ୍ଦ୍ରସିଂ ବର୍ମାଙ୍କ ସଭାପତିତ୍ୱରେ ପ୍ରଶାସନିକ ଅଧିକାରୀ ଆଦିତ୍ୟ ସାରଥୀ ବେଦମତ୍ତା, +୨ ଜାତୀୟ ସେବା ଯୋଜନା ଅଧିକାରୀ ଜୟନ୍ତ ବିହାରୀ, ହିଟଲର ବେହେରାଙ୍କ ଉପସ୍ଥିତିରେ ଓ଼ +୩ ଜାତୀୟ ସମାଜ ସେବା ଅଧିକାରୀଣୀ ଡ଼ଃ ଲକ୍ଷ୍ମୀପ୍ରିୟା ପଲାଇଙ୍କ ସଂଯୋଜନାରେ ପଠନ ଗୃହରେ ଜାତୀୟ ସମାଜ ସେବା ସ୍ବେଛାସେବୀଙ୍କଦ୍ୱାରା ଜାତୀୟ ସମାଜ ସେବା ଦିବସ ପାଳନ କରାଯାଇଛି।ସଭା ଆରମ୍ଭରେ ସ୍ବେଛାସେବୀମାନେ ପ୍ରାରମ୍ଭିକ ସଂଗୀତ ଗାନକରିଥିଲେ।
ଡ଼ଃ ବର୍ମା ରାଷ୍ଟ୍ରସେବା ମନୋବୃତିରେ ନିଜକୁ ନିୟୋଜିତ କରି ସୁନାଗରିକ ହେବାକୁ ପ୍ରେରଣା ଦେଇଥିଲେ। ଶ୍ରୀ ବେଦମତ୍ତା ସମାଜ ସେବାଦ୍ବାରା ବ୍ୟକ୍ତିତ୍ୱ ପରିପୁଷ୍ଠନକରିବା ଓ଼ ଶ୍ରୀ ବିହାରୀ ସମାଜ ସେବା ସ୍ଵେଚ୍ଛାସେବୀଙ୍କ ଲକ୍ଷ୍ୟ ଓ଼ ଆଦର୍ଶ, ନେବା ଅପେକ୍ଷା ଦେବା ଗୁଣ ବିକଶିତ କରି ସମାଜ ସେବାରେ ଉତ୍ସର୍ଗିକ ଜୀବନ ଯାପନ କରିବାପାଇଁ ପ୍ରବର୍ତ୍ତାଇ ଥିଲେ। ପରିଶେଷରେ ଡ଼ଃ ପଲାଇ ଧନ୍ୟବାଦ ଅର୍ପଣ କରିବାପରେ ସଭା ଶେଷ ହୋଇଥିଲା।


