Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲଗାଣ ବର୍ଷାରେ ବିପର୍ଯ୍ୟସ୍ତ ରାୟଗଡ଼ା: ଗୁଡ଼ାରି ପାହାଡ଼ିଆ ରାସ୍ତାରେ ଭୂସ୍ଖଳନ
ଆଜିର ଖବର

ଲଗାଣ ବର୍ଷାରେ ବିପର୍ଯ୍ୟସ୍ତ ରାୟଗଡ଼ା: ଗୁଡ଼ାରି ପାହାଡ଼ିଆ ରାସ୍ତାରେ ଭୂସ୍ଖଳନ

September 24, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Rayagada battered by incessant rain: Landslide on the Gudari hill road.
Rayagada battered by incessant rain: Landslide on the Gudari hill road.

ଭୁବନେଶ୍ବର: ଲଗାଣ ବର୍ଷାର ରୂପ ଯେତିକି ଭୟାନକ, ପ୍ରକୃତିର ତାଣ୍ଡବ ସେତିକି କଷ୍ଟଦାୟକ। ରାୟଗଡ଼ା ଜିଲ୍ଲା ଗୁଡ଼ାରି ଅଞ୍ଚଳରେ ଅବିଶ୍ରାନ୍ତ ବର୍ଷା ଯୋଗୁଁ ସୃଷ୍ଟି ହୋଇଛି ଭୟଙ୍କର ଭୂସ୍ଖଳନ, ଯାହା ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିପକାଇଛି। ପାହାଡ଼ ଉପରୁ ବିଶାଳ ମାଟି ଅତଡ଼ା ସହ ବଡ଼ ବଡ଼ ପଥର ଖସି ରାସ୍ତା ଉପରେ ପଡ଼ିବାରୁ ଅନେକ ଗାଁ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି।

ଗୁଡ଼ାରି ବ୍ଲକ ମଧୁବନ ଗ୍ରାମ ପଞ୍ଚାୟତର ସୁକୁଡ଼ୁବାଜୁ ଗାଁକୁ ଯିବା ରାସ୍ତାରେ ଏହି ବଡ଼ ବିପର୍ଯ୍ୟୟ ଘଟିଛି। ପେଣ୍ଡିଲି ପଞ୍ଚାୟତର ତେମ୍ବାଗୁଡ଼ା ଛକରୁ ସୁକୁଡ଼ୁବାଜୁ ଗାଁ ନିକଟସ୍ଥ ପାହାଡ଼ିଆ ରାସ୍ତାରେ ଦୁଇଟି ଆକାରରେ ବହୁତ ବଡ଼ ପଥର ଓ ମାଟି ଅତଡ଼ା ଖସିପଡ଼ିବା ଯୋଗୁଁ ଗାଡ଼ିମୋଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।

ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାଟି ବଡ଼ କତିଲି, ସାନ କତିଲି, ବଣ୍ଡିଲି, ତାଡ଼ିଲୋଟା ସମେତ ପାଖାପାଖି ବହୁ ଗାଁର ଲୋକଙ୍କ ପାଇଁ ଯାତାୟାତର ନିରବଚ୍ଛିନ୍ନ ମାଧ୍ୟମ ଥିଲା। ମୁଖ୍ୟ ରାସ୍ତା ଅବରୋଧ ହୋଇଯିବା ଫଳରେ ଦୈନନ୍ଦିନ ହାଟ-ବଜାର, ମେଡିକାଲ ଓ ଜରୁରୀକାଳୀନ କାମ ପାଇଁ ବାହାରକୁ ବାହାରିପାରୁ ନାହାନ୍ତି ଗ୍ରାମବାସୀ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପ୍ରବଳ ବର୍ଷା ହେଲେ ପାହାଡ଼ରୁ ମାଟି ଓ ପଥର ଖସିବା ଏଠାରେ ଏକ ପ୍ରକାର ନିୟମିତ ବିପଦ ପାଲଟିଛି। ପ୍ରତିବର୍ଷ ବର୍ଷା ଦିନେ ଅଞ୍ଚଳବାସୀ ଏହି ଦୁର୍ଦ୍ଦଶା ଭୋଗୁଛନ୍ତି। ଏହି ସମସ୍ୟାର ସ୍ଥାୟୀ ସମାଧାନ ଏବଂ ପାହାଡ଼ିଆ ରାସ୍ତାରେ ପ୍ରତିରୋଧକ ସୁରକ୍ଷା ବ୍ୟବସ୍ଥା କରିବାକୁ ସୁକୁଡ଼ୁବାଜୁ ଗ୍ରାମର ପୂର୍ବତନ ସରପଞ୍ଚ ପାଣି ମାମ୍ବଲାକା, ନୀର ମାମ୍ବଲାକା ଓ ଗମାଙ୍ଗ ମାମ୍ବଲାକା ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି। ତୁରନ୍ତ ରାସ୍ତାରୁ ପଥର ହଟାଇ ଗମନାଗମନ ସ୍ୱାଭାବିକ କରିବାକୁ ନିବେଦନ କରାଯାଇଛି।

ଭୂସ୍ଖଳନ ବିପର୍ଯ୍ୟସ୍ତ ରାୟଗଡ଼ା
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମହାବିଦ୍ୟାଳୟରେ ଜାତୀୟ ସାମାଜିକ ସେବା (ଏନଏସଏସ) ଦିବସ

September 24, 2026

ବନ୍ୟା କ୍ଷୟକ୍ଷତି: ୭ ଜୀବନ ହାନି, ୨ ଲକ୍ଷ ହେକ୍ଟରରୁ ଉର୍ଦ୍ଧ୍ୱ ଫସଲ ନଷ୍ଟ

September 24, 2026

ପ୍ରଶାନ୍ତ ମହାସାଗରରେ ବିରାଟ ମହାବାତ୍ୟା ‘ପୋଲୋ’: ୩୦୦ କିମି ଟପିପାରେ ପବନର ବେଗ

September 24, 2026

ଏମ୍ସରେ ଆରୋଗ୍ୟ ହେଉଛନ୍ତି ବିଧାନସଭା ବାଚସ୍ପତି ସୁରମା ପାଢ଼ୀ

September 24, 2026
Latest News

ଲଗାଣ ବର୍ଷାରେ ବିପର୍ଯ୍ୟସ୍ତ ରାୟଗଡ଼ା: ଗୁଡ଼ାରି ପାହାଡ଼ିଆ ରାସ୍ତାରେ ଭୂସ୍ଖଳନ

September 24, 2026

“ଜ୍ଞାନେଶ କୁମାର ଇସ୍ତଫା ଦିଅନ୍ତୁ ନଚେତ୍…”: ଅଭିଜିତ୍ ଦୀପକେ ଦେଲେ ୪୮ ଘଣ୍ଟାର ଅଲଟିମେଟମ୍

September 24, 2026

ଗୋଦାବରୀଶ ମହାବିଦ୍ୟାଳୟରେ ଜାତୀୟ ସାମାଜିକ ସେବା (ଏନଏସଏସ) ଦିବସ

September 24, 2026

ବନ୍ୟା କ୍ଷୟକ୍ଷତି: ୭ ଜୀବନ ହାନି, ୨ ଲକ୍ଷ ହେକ୍ଟରରୁ ଉର୍ଦ୍ଧ୍ୱ ଫସଲ ନଷ୍ଟ

September 24, 2026

ସୁପର୍ ‘ଏଲ୍-ନିନୋ’ ଆଣୁଛି ବଡ଼ ବିପଦ: ୬ ମାସରେ ଯିବ ବିଶ୍ୱର ୪.୫୧ ଲକ୍ଷଙ୍କ ଜୀବନ

September 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.