ଭୁବନେଶ୍ୱର: ଆଗାମୀ ଦୁର୍ଗାପୂଜା ଓ ଦୀପାବଳି ଉତ୍ସବ ସମୟରେ ଯାତ୍ରୀ ଭିଡ଼ ବୃଦ୍ଧିର ସମ୍ଭାବନାକୁ ଦୃଷ୍ଟିରେ ରଖି, ଯାତ୍ରୀମାନଙ୍କ ସୁବିଧାଜନକ ଯାତ୍ରା ଏବଂ ଅତିରିକ୍ତ ଭିଡ଼ ନିୟନ୍ତ୍ରଣ ପାଇଁ ଗୁରୁତ୍ୱପୂର୍ଣ୍ଣ ମାର୍ଗରେ ପୂଜା ସ୍ପେଶାଲ ଟ୍ରେନ୍ ଚଳାଚଳ କରାଯିବ।
ପୁରୀ–ସାନ୍ତ୍ରାଗାଛି–ପୁରୀ ପୂଜା ସ୍ପେଶାଲ
ଟ୍ରେନ୍ ନଂ. ୦୮୪୦୫ ପୁରୀ–ସାନ୍ତ୍ରାଗାଛି ପୂଜା ସ୍ପେଶାଲ ୫ ଅକ୍ଟୋବରରୁ ୨୬ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ପ୍ରତି ସୋମବାର ଚଳାଚଳ କରିବ। ସେହିପରି, ଟ୍ରେନ୍ ନଂ. ୦୮୪୦୬ ସାନ୍ତ୍ରାଗାଛି–ପୁରୀ ପୂଜା ସ୍ପେଶାଲ ୬ ଅକ୍ଟୋବରରୁ ୨୭ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ପ୍ରତି ମଙ୍ଗଳବାର ଚଳାଚଳ କରିବ।
ଟ୍ରେନ୍ ନଂ. ୦୮୪୦୫ ପୁରୀରୁ ସନ୍ଧ୍ୟା ୫:୪୫ ରେ ଛାଡ଼ି ପରଦିନ ଭୋର ୦୩:୪୫ ରେ ସାନ୍ତ୍ରାଗାଛିରେ ପହଞ୍ଚିବ। ଫେରିବା ସମୟରେ ଟ୍ରେନ୍ ନଂ. ୦୮୪୦୬ ସାନ୍ତ୍ରାଗାଛିରୁ ସକାଳ ୦୮:୪୫ ରେ ଛାଡ଼ି ସନ୍ଧ୍ୟା ୦୭ :୦୦ ରେ ପୁରୀରେ ପହଞ୍ଚିବ।
ଷ୍ଟପେଜ୍:
ଏହି ଟ୍ରେନ୍ଗୁଡ଼ିକ ସାକ୍ଷୀଗୋପାଳ, ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ଯାଜପୁର କେନ୍ଦୁଝର ରୋଡ୍, ଭଦ୍ରକ, ବାଲେଶ୍ୱର, ରୂପସା, ଜଳେଶ୍ୱର, ବେଲଦା ଏବଂ ଖଡ଼ଗପୁର ଷ୍ଟେସନରେ ରହଣି କରିବ।
କୋଚ୍ ସଂରଚନା:
ଏହି ସ୍ପେଶାଲ ଟ୍ରେନ୍ରେ ମୋଟ ୧୮ଟି LHB କୋଚ୍ ରହିବ।
ଏସି ୨-ଟାୟାର – ୦୧ଟି କୋଚ୍
ଏସି ୩-ଟାୟାର – ୦୩ଟି କୋଚ୍
ସ୍ଲିପର କ୍ଲାସ୍ – ୦୮ଟି କୋଚ୍
ଜେନେରାଲ୍ – ୦୪ଟି କୋଚ୍
ଲଗେଜ୍-ସହ-ଜେନେରେଟର-ସହ-ବ୍ରେକ୍ ଭ୍ୟାନ୍ (ଦିବ୍ୟାଙ୍ଗ ଅନୁକୂଳ): ୦୨ଟି କୋଚ୍
ଶାଲିମାର –ଖୋର୍ଦ୍ଧା ରୋଡ୍–ଶାଲିମାର ପୂଜା ସ୍ପେଶାଲ
ଟ୍ରେନ୍ ନଂ. ୦୮୦୪୩ ଶାଲିମାର–ଖୋର୍ଦ୍ଧା ରୋଡ୍ ପୂଜା ସ୍ପେଶାଲ ୧୨ ଅକ୍ଟୋବରରୁ ୯ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ପ୍ରତି ସୋମବାର ଚଳାଚଳ କରିବ। ଫେରିବା ଦିଗରେ ଟ୍ରେନ୍ ନଂ. ୦୮୦୪୪ ଖୋର୍ଦ୍ଧା ରୋଡ୍–ଶାଲିମାର ପୂଜା ସ୍ପେଶାଲ ୧୩ ଅକ୍ଟୋବରରୁ ୧୦ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ପ୍ରତି ମଙ୍ଗଳବାର ଚଳାଚଳ କରିବ।
ଟ୍ରେନ୍ ନଂ. ୦୮୦୪୩ ଶାଲିମାରରୁ ସନ୍ଧ୍ୟା ୦୫: ୫୫ ରେ ଛାଡ଼ି ପରଦିନ ରାତି ୦୨:୪୫ ରେ ଖୋର୍ଦ୍ଧା ରୋଡ୍ରେ ପହଞ୍ଚିବ। ଟ୍ରେନ୍ ନଂ. ୦୮୦୪୪ ଖୋର୍ଦ୍ଧା ରୋଡ୍ରୁ ଭୋର ୦୬:୪୫ ରେ ଛାଡ଼ି ଅପରାହ୍ନ ୦୩:୦୦ ରେ ଶାଲିମାରରେ ପହଞ୍ଚିବ।
ଷ୍ଟପେଜ୍:
ଏହି ଟ୍ରେନ୍ ସାନ୍ତ୍ରାଗାଛି, ଖଡ଼ଗପୁର, ବାଲେଶ୍ୱର, ରୂପସା ଜଙ୍କସନ୍, ଭଦ୍ରକ, ଯାଜପୁର କେନ୍ଦୁଝର ରୋଡ୍, କଟକ ଏବଂ ଭୁବନେଶ୍ୱର ଷ୍ଟେସନରେ ରହଣି କରିବ।
କୋଚ୍ ସଂରଚନା
ଏହି ସ୍ପେଶାଲ ଟ୍ରେନ୍ରେ ମୋଟ ୨୨ଟି ICF କୋଚ୍ ରହିବ।
ଏସି ୨-ଟାୟାର – ୦୨ଟି କୋଚ୍
ଏସି ୩-ଟାୟାର – ୦୬ଟି କୋଚ୍
ସ୍ଲିପର କ୍ଲାସ୍ – ୦୮ଟି କୋଚ୍
ଜେନେରାଲ୍ – ୦୪ଟି କୋଚ୍
ଲଗେଜ୍-କମ୍-ଜେନେରେଟର-କମ୍-ବ୍ରେକ୍ ଭ୍ୟାନ୍ ସହ ଦିବ୍ୟାଙ୍ଗ ଅନୁକୂଳ ସୁବିଧା – ୦୨ଟି କୋଚ୍
ଯାତ୍ରୀମାନଙ୍କୁ ସମୟସୂଚୀ ପ୍ରତି ଧ୍ୟାନ ଦେବାକୁ ଏବଂ ସେହି ଅନୁଯାୟୀ ନିଜର ଯାତ୍ରା ଯୋଜନା କରିବାକୁ ପରାମର୍ଶ। ଟ୍ରେନ୍ ସମ୍ବନ୍ଧୀୟ ଅପଡେଟ ସୂଚନା ପାଇଁ, ଯାତ୍ରୀମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ‘ନ୍ୟାସନାଲ୍ ଟ୍ରେନ ଏନକ୍ୱାରୀ ସିଷ୍ଟମ୍’ (NTES) କୁ ଭିଜିଟ୍ କରନ୍ତୁ କିମ୍ବା ରେଳବାଇର ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରିପାରିବେ।


