Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୯ କୋଟି ସରକାରୀ ଅର୍ଥ ଆତ୍ମସାତ: ବନ୍ଧା ହେଲେ ଆଉ ୪
ଆଜିର ଖବର

୯ କୋଟି ସରକାରୀ ଅର୍ଥ ଆତ୍ମସାତ: ବନ୍ଧା ହେଲେ ଆଉ ୪

September 27, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
୯ କୋଟି ସରକାରୀ ଅର୍ଥ ଆତ୍ମସାତ: ବନ୍ଧା ହେଲେ ଆଉ ୪
୯ କୋଟି ସରକାରୀ ଅର୍ଥ ଆତ୍ମସାତ: ବନ୍ଧା ହେଲେ ଆଉ ୪

ଭୁବନେଶ୍ୱର: ୯ କୋଟି ୨୪ ଲକ୍ଷ ୧୦ ହଜାର ୧୯୩ ଟଙ୍କା ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଭୁବନେଶ୍ୱରର ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର, ରୋଡ୍ସ ଏଣ୍ଡ ବିଲ୍ଡିଂସ୍ ଡିଭିଜନ-୧ଙ୍କ କାର୍ଯ୍ୟାଳୟର ସେକ୍ସନ ଅଫିସର ବନଲତା ମହାନ୍ତି ଓ ଜୁନିୟର ଆସିଷ୍ଟାଣ୍ଟ ବିଭୁଦତ୍ତ ନାୟକଙ୍କୁ ଶନିବାର ଭିଜିଲାନ୍ସ ଗିରଫ କରିଥିବା ବେଳେ ରବିବାର ଆଉ ୪ ଜଣଙ୍କୁ ଗିରଫ କରିଛି। ସେମାନେ ମଧ୍ୟ ସେହି କାର୍ଯ୍ୟାଳୟର କର୍ମଚାରୀ । ସେମାନେ ବନଲତା ମହାନ୍ତି ଓ ବିଭୁଦତ୍ତ ନାୟକଙ୍କ ଅଧୀନରେ କାର୍ଯ୍ୟ କରୁଥିଲେ। ଗିରଫ ଏହି ୪ ଅଭିଯୁକ୍ତ ହେଉଛନ୍ତି, ପିଅନ ଦୀପକ କୁମାର ରାଉତରାୟ ଓ ଲକ୍ଷ୍ମଣ ବିଶ୍ୱାଳ ଏବଂ ଡାଟାଏଣ୍ଟ୍ରୀ ଅପରେଟର ରାଜୀବ ଲୋଚନ ସେନାପତି ଓ ସୌମ୍ୟରଞ୍ଜନ ମହାପାତ୍ର। ଏହି ଅଭିଯୁକ୍ତମାନେ ସେକ୍ସନ୍ ଅଫିସର୍ ବନଲତା ମହାନ୍ତି ଓ ଜୁନିଅର୍ ଆସିଷ୍ଟାଣ୍ଟ ବିଭୁଦତ୍ତ ନାୟକଙ୍କ ସହ ମିଳିତ ଭାବେ ସରକାରୀ ଅର୍ଥ ହେରଫେର କରିଥିବା ଅଭିଯୋଗ ରହିଛି। ହେରଫେର ହୋଇଥିବା ସରକାରୀ ଅର୍ଥରୁ ବିପୁଳ ପରିମାଣର ଟଙ୍କା ସେମାନଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଖାତାକୁ ଯାଇଥିବା ତଦନ୍ତରୁ ପ୍ରକାଶ ପାଇଛି। ପିଅନ ଦୀପକ କୁମାର ରାଉତରାୟଙ୍କ ବ୍ୟାଙ୍କ ଖାତାକୁ ୩୨ ଲକ୍ଷ ୪୭ ହଜାର ୮୦୦ ଟଙ୍କା ଯାଇଥିବା ବେଳେ ଲକ୍ଷ୍ମଣ ବିଶ୍ୱାଳଙ୍କ ଖାତାକୁ ଯାଇଛି ୧୬ ଲକ୍ଷ ୨୧ ହଜାର ୪୮୪ ଟଙ୍କା। ସେହିପରି ଡାଟାଏଣ୍ଟ୍ରୀ ଅପରେଟର ରାଜୀବ ଲୋଚନ ସେନାପତିଙ୍କ ବ୍ୟାଙ୍କ ଖାତାକୁ ୨୮ ଲକ୍ଷ ୨୮ ହଜାର ୮୧୭ ଟଙ୍କା ଯାଇଥିବା ବେଳେ ସୌମ୍ୟ ରଞ୍ଜନ ମହାପାତ୍ର ପାଇଥିଲେ ୩୫ ଲକ୍ଷ ୬୯ ହଜାର ୦୯୮ ଟଙ୍କା। ମାମଲାରେ ଅଧିକ ତଦନ୍ତ ଜାରି ରହିଛି। ତଦନ୍ତ ସମୟରେ ଭିଜିଲାନ୍ସ ଜାଣିବାକୁ ପାଇଛି ଯେ ସେମାନେ ୨୦୨୨-୨୩ରୁ ୨୦୨୫-୨୬ ଆର୍ଥିକ ବର୍ଷରେ ଏହି ଅର୍ଥ ଆତ୍ମସାତ୍ ହୋଇଛି। ଅଭିଯୁକ୍ତମାନେ ଷଡ଼ଯନ୍ତ୍ର କରି ଜାଲି ମଞ୍ଜୁର ନିର୍ଦ୍ଦେଶ ଓ ବିଲ୍ ପ୍ରସ୍ତୁତ କରିଥିଲେ। ଏହି ବିଲ୍‌ଗୁଡ଼ିକ ଅବସରପ୍ରାପ୍ତ କର୍ମଚାରୀଙ୍କ ନାଁରେ ପ୍ରୋଭିଜନାଲ ଗ୍ରାଚୁଇଟି ଓ ଅବ୍ୟବହୃତ ଛୁଟି ବାବଦ ଦରମା ବାବଦରେ ଥିଲା। ସରକାରୀ ଅର୍ଥ ହଡ଼ପ କରିବା ପାଇଁ ଏହି ଜାଲ୍ ବିଲ୍‌ଗୁଡ଼ିକୁ ଆଇଏଫ୍‌ଏମ୍‌ଏସ ରେ ବେଆଇନ ଏବଂ ଅନଧିକୃତ ଭାବେ ପ୍ରକ୍ରିୟାକରଣ କରାଯାଇଥିଲା। ମୋଟ ୪୮ ଜଣ ବ୍ୟକ୍ତିଙ୍କର ୭୭ଟି ବ୍ୟାଙ୍କ ଏକାଉଣ୍ଟକୁ ଏହି ୯ କୋଟି ୨୪ ଲକ୍ଷ ୧୦ ହଜାର ୧୯୩ ଟଙ୍କା ଟ୍ରାନ୍ସଫର ହୋଇଥିଲା। ତା’ ମଧ୍ୟରେ ସେକ୍ସନ ଅଫିସର ବନଲତା ମହାନ୍ତିଙ୍କ ପୁଅ, ଡ୍ରାଇଭର ଏବଂ ସହଯୋଗୀମାନଙ୍କ ସହିତ ଜୁନିୟର ଆସିଷ୍ଟାଣ୍ଟ ବିଭୁଦତ୍ତ ନାୟକଙ୍କ ଭାଇ ଓ ସମ୍ପର୍କୀୟମାନଙ୍କ ବ୍ୟାଙ୍କ ଆକାଉଣ୍ଟ ରହିଥିଲା।

ଆତ୍ମସାତ୍‌ ସରକାରୀ ଅର୍ଥ
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ୱଚ୍ଛତା ନିୟମ ପାଳନକୁ ଅଧିକ ସୁଦୃଢ଼ କଲା ପୂର୍ବତଟ ରେଳପଥ

September 27, 2026

ମହାନଦୀରେ ପୁଣି ବନ୍ୟା: ମୁଣ୍ଡଳୀରେ ପ୍ରବାହିତ ହେବ ୮ ଲକ୍ଷ କ୍ୟୁସେକ ଜଳ, ୫ ଜିଲ୍ଲାକୁ ସତର୍କତା ଜାରି

September 27, 2026

ଖୋର୍ଦ୍ଧା ଜିଲ୍ଲାରେ ‘ଅଙ୍ଗନ କା ଉତ୍ସବ’ ପାଳିତ

September 27, 2026

କୋରିଅର ଯୋଗେ ଚାଲାଣ ହେଉଥିବା ୫ କ୍ୟୁଣ୍ଟାଲ ଗଞ୍ଜେଇ ଜବତ

September 27, 2026
Latest News

୯ କୋଟି ସରକାରୀ ଅର୍ଥ ଆତ୍ମସାତ: ବନ୍ଧା ହେଲେ ଆଉ ୪

September 27, 2026

ସ୍ୱଚ୍ଛତା ନିୟମ ପାଳନକୁ ଅଧିକ ସୁଦୃଢ଼ କଲା ପୂର୍ବତଟ ରେଳପଥ

September 27, 2026

ମହାନଦୀରେ ପୁଣି ବନ୍ୟା: ମୁଣ୍ଡଳୀରେ ପ୍ରବାହିତ ହେବ ୮ ଲକ୍ଷ କ୍ୟୁସେକ ଜଳ, ୫ ଜିଲ୍ଲାକୁ ସତର୍କତା ଜାରି

September 27, 2026

ଖୋର୍ଦ୍ଧା ଜିଲ୍ଲାରେ ‘ଅଙ୍ଗନ କା ଉତ୍ସବ’ ପାଳିତ

September 27, 2026

କୋରିଅର ଯୋଗେ ଚାଲାଣ ହେଉଥିବା ୫ କ୍ୟୁଣ୍ଟାଲ ଗଞ୍ଜେଇ ଜବତ

September 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.