ନୂଆଦିଲ୍ଲୀ: ଭାରତ ବନାମ ଆଫଗାନିସ୍ତାନ ଏସୀୟ କ୍ରୀଡ଼ା କ୍ୱାର୍ଟରଫାଇନାଲ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଛି। ଟିମ୍ ଇଣ୍ଡିଆ ସେମାନଙ୍କର ଉନ୍ନତ ରାଙ୍କିଂ ଯୋଗୁଁ ସେମିଫାଇନାଲ ସ୍ଥାନ ସୁରକ୍ଷିତ କରିଛି। ପୂର୍ବରୁ ପାକିସ୍ତାନ ବନାମ ହଂକଂ କ୍ୱାର୍ଟରଫାଇନାଲ ମ୍ୟାଚ୍ ମଧ୍ୟ ଗୋଟିଏ ବି ବଲ ଖେଲାଯାଇପାରିନାହିଁ। ଏହି ମ୍ୟାଚକୁ ମଧ୍ୟ ବାତିଲ କରାଯାଇଥିଲା। ପାକିସ୍ତାନ ମଧ୍ୟ ଗୋଟିଏ ବି ବଲ ନ ଖେଳି ସେମିଫାଇନାଲରେ ପ୍ରବେଶ କରିଛି।


