Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ୟୁଟ୍ୟୁବ୍‌ ଇମ୍ପାକ୍ଟ ଶିଖର ସମ୍ମିଳନୀ ୨୦୨୬ରେ କେନ୍ଦ୍ର ମନ୍ତ୍ରୀଙ୍କ ଉଦବୋଧନ
ଆଜିର ଖବର

ୟୁଟ୍ୟୁବ୍‌ ଇମ୍ପାକ୍ଟ ଶିଖର ସମ୍ମିଳନୀ ୨୦୨୬ରେ କେନ୍ଦ୍ର ମନ୍ତ୍ରୀଙ୍କ ଉଦବୋଧନ

September 30, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Dr. L. Murugan Highlights Role of Creator Economy and AI in Building Viksit Bharat at YouTube Impact Summit 2026
Dr. L. Murugan Highlights Role of Creator Economy and AI in Building Viksit Bharat at YouTube Impact Summit 2026

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ ମୁରୁଗନ ନୂଆଦିଲ୍ଲୀରେ ୟୁଟ୍ୟୁବ୍‌ ଇମ୍ପାକ୍ଟ ଶିଖର ସମ୍ମିଳନୀ ୨୦୨୬ରେ ଉଦବୋଧନ ଦେଇଛନ୍ତି। କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ନୂତନ ଉଦ୍ଭାବନ ଏବଂ ସଶକ୍ତିକରଣର ଉପକରଣ ଭାବେ ବ୍ୟବହାର କରିବା ଲାଗି ସେ ଯୁବ ସ୍ରଷ୍ଟାମାନଙ୍କୁ ଆହ୍ୱାନ କରିଛନ୍ତି। ‘‘ସହ-ପ୍ରସ୍ତୁତି ପ୍ରଭାବ: ଭାରତର ଡିଜିଟାଲ ନେତୃତ୍ୱ ଓ ଅରେଞ୍ଜ ଇକୋନୋମି’’ ବିଷୟବସ୍ତୁ ଉପରେ ବକ୍ତବ୍ୟ ରଖି କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଭବିଷ୍ୟତ – ‘‘ଏଆଇ ବନାମ ସ୍ରଷ୍ଟା’’ ହେବା ଉଚିତ୍‌ ନୁହେଁ। ବରଂ, ଏଆଇ ସ୍ରଷ୍ଟାମାନଙ୍କୁ ସଶକ୍ତ କରିବା ଆବଶ୍ୟକ। ସାହସ, ଉତ୍ତରଦାୟିତ୍ୱ, ଉଦ୍ଦେଶ୍ୟ ସହିତ କଣ୍ଟେଣ୍ଟ ବା ବିଷୟବସ୍ତୁ ପ୍ରସ୍ତୁତ କରିବା ଲାଗି ସେ ସ୍ରଷ୍ଟାମାନଙ୍କୁ ନିବେଦନ କରିଥିଲେ। କେନ୍ଦ୍ର ମନ୍ତ୍ରୀ କହିଥିଲେ,  ପ୍ରଯୁକ୍ତିବିଦ୍ୟା ଦ୍ରୁତ ଗତିରେ ବଦଳିପାରେ, କିନ୍ତୁ ସାମ୍ବିଧାନିକ ମୂଲ୍ୟବୋଧ ବଜାୟ ରଖିବା ଆବଶ୍ୟକ।

ଆର୍ଥିକ ବିକାଶ, ରୋଜଗାର ଏବଂ ବିଶ୍ୱ ସାଂସ୍କୃତିକ ସମ୍ପର୍କକୁ ଆଗେଇ ନେବାରେ ଭାରତର ଡିଜିଟାଲ ଓ ସୃଜନଶୀଳ ଅର୍ଥବ୍ୟବସ୍ଥାର ଭୂମିକା ଉପରେ କେନ୍ଦ୍ର ମନ୍ତ୍ରୀ ଆଲୋକପାତ କରିଥିଲେ। ସମ୍ମିଳନୀରେ ‘ୟୁଟ୍ୟୁବ୍ ଇମ୍ପାକ୍ଟ ରିପୋର୍ଟ’ ଉନ୍ମୋଚନ କରାଯାଇଥିଲା। ଭାରତର ଜିଡିପିରେ ୟୁଟ୍ୟୁବ୍‌ ର ସୃଜନଶୀଳ ଇକୋସିଷ୍ଟମ୍ ୧୮,୦୦୦ କୋଟି ଟଙ୍କାରୁ ଅଧିକର ଯୋଗଦାନ ଦେଇଛି। ଏହା ଦେଶବ୍ୟାପୀ ୯.୬ ଲକ୍ଷରୁ ଅଧିକ ପୂର୍ଣ୍ଣକାଳୀନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସହାୟକ ହୋଇଛି।

ମନ୍ତ୍ରୀ କହିଥିଲେ, ଭାରତରେ ପ୍ରସ୍ତୁତ କଣ୍ଟେଣ୍ଟ ବା ବିଷୟବସ୍ତୁକୁ ବିଦେଶର ୧୫ ପ୍ରତିଶତରୁ ଅଧିକ ଦର୍ଶକ ଦେଖିଥା’ନ୍ତି। ୧୮ ହଜାରରୁ ଅଧିକ ଭାରତୀୟ ୟୁଟ୍ୟୁବ ଚ୍ୟାନେଲ ଦଶ ଲକ୍ଷ ସବସ୍କ୍ରାଇବର ଅତିକ୍ରମ କରିସାରିଛି। ସେ କହିଲେ ଯେ ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ସୁଯୋଗର ଭୌଗୋଳିକ ପରିସରକୁ ବଦଳାଇ ଦେଇଛି । ଫଳରେ ପ୍ରତ୍ୟେକ ଜିଲ୍ଲା, ଭାଷା ଓ ସମ୍ପ୍ରଦାୟର ପ୍ରତିଭା ବିଶ୍ୱସ୍ତରୀୟ ଦର୍ଶକଙ୍କ ନିକଟରେ ପହଞ୍ଚିପାରୁଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାରତରେ କାର୍ଯ୍ୟକ୍ରମ ପ୍ରସ୍ତୁତି, ଦୁନିଆ ପାଇଁ ପ୍ରସ୍ତୁତି ଦୃଷ୍ଟିକୋଣ ବିଷୟରେ ଉଲ୍ଲେଖ କରି କେନ୍ଦ୍ର ମନ୍ତ୍ରୀ କହିଥିଲେ, ଅରେଞ୍ଜ ଇକୋନୋମିର ତିନୋଟି ସ୍ତମ୍ଭ ରହିଛି – କଣ୍ଟେଣ୍ଟ ବା ବିଷୟବସ୍ତୁ, ସୃଜନଶୀଳତା ଓ ସଂସ୍କୃତି। ସେ ୱେଭ୍ସ, ଆଇଆଇସିଟି, କ୍ରିଏଟ୍‌ ଇନ୍‌ ଚ୍ୟାଲେଞ୍ଜେସ୍‌, ଜେମ୍ସ ଅଫ୍‌ ଇଣ୍ଡିଆ, ୱେଭ୍ସ ବଜାର, ମାଇ ୱେଭ୍ସ ଏବଂ କ୍ରିଏଟର୍ସ କର୍ଣ୍ଣର୍‌ ଭଳି ସରକାରଙ୍କ ବିଭିନ୍ନ ପ୍ରୟାସ ବିଷୟରେ ଉଲ୍ଲେଖ କରିଥିଲେ। ଏସବୁ ସୃଜନଶୀଳ ପ୍ରତିଭାକୁ ଚିହ୍ନଟ, ବିକାଶ ଏବଂ ବଜାର ସହିତ ସଂଯୋଗ କରିବା ପାଇଁ ମାର୍ଗ ପ୍ରଶସ୍ତ କରିଛନ୍ତି।

ଏଆଇର ଭୂମିକା ଡକ୍ଟର ଏଲ. ମୁରୁଗନ ବିକଶିତ ଭାରତ ୟୁଟ୍ୟୁବ୍‌ ଇମ୍ପାକ୍ଟ ଶିଖର ସମ୍ମିଳନୀ ସୃଜନଶୀଳ ଅର୍ଥବ୍ୟବସ୍ଥା
Share. Facebook Twitter LinkedIn Email WhatsApp Copy Link

Related Posts

ବୁଡ଼ଗାମ୍‌ ଏନ୍‌କାଉଣ୍ଟର: ‘ଅପରେସନ୍ କୋରାଗ’ରେ ଲଶ୍କର ଟପ୍ କମାଣ୍ଡର ମୂସା ନିପାତ

September 30, 2026

ସିଏସଆଇଆର୍ – ସିଏମଇଆରଆଇ ଦ୍ୱାରା ସ୍ୱଚ୍ଛ ଭାରତ ଟେଷ୍ଟ ବେଡ୍ ର ଶୁଭାରମ୍ଭ

September 30, 2026

ରାୟଗଡ଼ା ଡିଭିଜନରେ ଭୂସ୍ଖଳନ ଯୋଗୁଁ ବାତିଲ ହେଲା ଟ୍ରେନ୍

September 30, 2026

ଉତ୍କଳ ବିଶ୍ୱବିଦ୍ୟାଳୟରେ ଭାରତୀୟ ଭାଷା ଇକୋସିଷ୍ଟମ ଉପରେ ଦୁଇ ଦିନିଆ କର୍ମଶାଳା

September 30, 2026
Latest News

ବୁଡ଼ଗାମ୍‌ ଏନ୍‌କାଉଣ୍ଟର: ‘ଅପରେସନ୍ କୋରାଗ’ରେ ଲଶ୍କର ଟପ୍ କମାଣ୍ଡର ମୂସା ନିପାତ

September 30, 2026

ୟୁଟ୍ୟୁବ୍‌ ଇମ୍ପାକ୍ଟ ଶିଖର ସମ୍ମିଳନୀ ୨୦୨୬ରେ କେନ୍ଦ୍ର ମନ୍ତ୍ରୀଙ୍କ ଉଦବୋଧନ

September 30, 2026

ସିଏସଆଇଆର୍ – ସିଏମଇଆରଆଇ ଦ୍ୱାରା ସ୍ୱଚ୍ଛ ଭାରତ ଟେଷ୍ଟ ବେଡ୍ ର ଶୁଭାରମ୍ଭ

September 30, 2026

ରାୟଗଡ଼ା ଡିଭିଜନରେ ଭୂସ୍ଖଳନ ଯୋଗୁଁ ବାତିଲ ହେଲା ଟ୍ରେନ୍

September 30, 2026

ଉତ୍କଳ ବିଶ୍ୱବିଦ୍ୟାଳୟରେ ଭାରତୀୟ ଭାଷା ଇକୋସିଷ୍ଟମ ଉପରେ ଦୁଇ ଦିନିଆ କର୍ମଶାଳା

September 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.