Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦେଶର ଅର୍ଥନୀତିରେ ନୂଆ ରେକର୍ଡ: ସେପ୍ଟେମ୍ବରରେ ୨ ଲକ୍ଷ କୋଟି ଟପିଲା ଜିଏସ୍‌ଟି ସଂଗ୍ରହ
ଜାତୀୟ ଖବର

ଦେଶର ଅର୍ଥନୀତିରେ ନୂଆ ରେକର୍ଡ: ସେପ୍ଟେମ୍ବରରେ ୨ ଲକ୍ଷ କୋଟି ଟପିଲା ଜିଏସ୍‌ଟି ସଂଗ୍ରହ

October 2, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
New record in the country's economy: GST collection crossed ₹2 lakh crore in September.

ନୂଆଦିଲ୍ଲୀ: ସେପ୍ଟେମ୍ବର ୨୦୨୬ ମାସରେ ଦେଶର ଜିଏସ୍‌ଟି ସଂଗ୍ରହ ପୁଣି ଥରେ ୨ ଲକ୍ଷ କୋଟି ଟଙ୍କାର ସୀମା ପାର୍‌ କରି ଏକ ବଡ଼ ସଫଳତା ହାସଲ କରିଛି। ସରକାରୀ ତଥ୍ୟ ଅନୁଯାୟୀ, ଗତବର୍ଷର ଏହି ସମୟ ତୁଳନାରେ ବାର୍ଷିକ ଆଧାରରେ ଜିଏସ୍‌ଟି ଆଦାୟ ୧୪.୨% ବୃଦ୍ଧି ପାଇ ମୋଟ ୨.୦୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଦେଶ ମଧ୍ୟରେ ଘରୋଇ କାରବାର ଏବଂ ସାମଗ୍ରୀ ଆମଦାନୀ ବୃଦ୍ଧି ପାଇବା ଯୋଗୁଁ ଏହି ସଂଗ୍ରହରେ ଉଲ୍ଲେଖନୀୟ ଅଭିବୃଦ୍ଧି ଦେଖିବାକୁ ମିଳିଛି।

ଘରୋଇ କାରବାରରୁ ଜିଏସ୍‌ଟି ଆୟ ୧୦.୧% ବୃଦ୍ଧି ପାଇ ୧.୩୮ ଲକ୍ଷ କୋଟି ଟଙ୍କା ହୋଇଥିବା ବେଳେ, ଆମଦାନୀ ଶୁଳ୍କରୁ ଜିଏସ୍‌ଟି ଆୟ ୨୪.୧% ବୃଦ୍ଧି ପାଇ ୬୪,୪୨୪ କୋଟି ଟଙ୍କାରେ ପହଞ୍ଚିଛି। ସେପ୍ଟେମ୍ବର ମାସରେ ମୋଟ ଜିଏସ୍‌ଟି ସଂଗ୍ରହ ୧.୭୦ ଲକ୍ଷ କୋଟି ଟଙ୍କା ରହିଥିବା ବେଳେ ସେଥିମଧ୍ୟରୁ ସିଜିଏସ୍‌ଟି  ୩୭,୨୬୭ କୋଟି ଟଙ୍କା ଏବଂ ଏସ୍‌ଜିଏସ୍‌‌ଟି ୪୫,୩ଥ୭ କୋଟି ଟଙ୍କା ରହିଛି। ରିଫଣ୍ଡ ବାବଦ ଅର୍ଥ ଫେରସ୍ତ କରାଯିବା ପରେ ଦେଶର ନେଟ୍ ଜିଏସ୍‌‌ଟି ଆୟ ୧୨.୧% ବୃଦ୍ଧି ପାଇ ୧.୭୭ ଲକ୍ଷ କୋଟି ଟଙ୍କା ହୋଇଛି।

ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସ (ଏପ୍ରିଲରୁ ସେପ୍ଟେମ୍ବର) ମଧ୍ୟରେ ମୋଟ ଜିଏସ୍‌ଟି ସଂଗ୍ରହ ୧୨.୪୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି, ଯାହା ଗତବର୍ଷର ସମାନ ଅବଧି ତୁଳନାରେ ୧୧.୭% ଅଧିକ। ରାଜ୍ୟଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର ୨୮,୮୮୬ କୋଟି ଟଙ୍କା ସହ ଶୀର୍ଷରେ ରହିଥିବା ବେଳେ, କର୍ଣ୍ଣାଟକ ୧୩,୮୮୪ କୋଟି ଟଙ୍କା ଏବଂ ଗୁଜରାଟ ୧୨,୭୭୭ କୋଟି ଟଙ୍କା ଜିଏସ୍‌ଟି ଆଦାୟ କରିଛନ୍ତି।

economy GST collection
Share. Facebook Twitter LinkedIn Email WhatsApp Copy Link

Related Posts

୨୦୦୮ ଅହମଦାବାଦ ବିସ୍ଫୋରଣ ମାମଲା: ମୁଜାହିଦିନ୍ ଆତଙ୍କୀର ମୃତ୍ୟୁଦଣ୍ଡ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ

October 2, 2026

ଜଳ ଯୋଦ୍ଧାମାନଙ୍କୁ ଆତିଥ୍ୟ ପ୍ରଦାନ କଲେ କେନ୍ଦ୍ର ଜଳ ଶକ୍ତି

October 2, 2026

ହୱାଲା ଜରିଆରେ ଆସିଥିଲା ୯ କୋଟି: ୟାସିନ୍ ମଲିକଙ୍କ ସମେତ ୭ ଜଣଙ୍କ ବିରୋଧରେ ଚାର୍ଜଫ୍ରେମ୍ ନିର୍ଦ୍ଦେଶ

October 2, 2026

୫୭ତମ ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ: ମିଡିଆ ପ୍ରତିନିଧିଙ୍କ ପାଇଁ ଆକ୍ରିଡିଟେସନ୍‍ ଆବେଦନ ଉନ୍ମୁକ୍ତ

October 2, 2026
Latest News

ଦେଶର ଅର୍ଥନୀତିରେ ନୂଆ ରେକର୍ଡ: ସେପ୍ଟେମ୍ବରରେ ୨ ଲକ୍ଷ କୋଟି ଟପିଲା ଜିଏସ୍‌ଟି ସଂଗ୍ରହ

October 2, 2026

୨୦୦୮ ଅହମଦାବାଦ ବିସ୍ଫୋରଣ ମାମଲା: ମୁଜାହିଦିନ୍ ଆତଙ୍କୀର ମୃତ୍ୟୁଦଣ୍ଡ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ

October 2, 2026

ଜଳ ଯୋଦ୍ଧାମାନଙ୍କୁ ଆତିଥ୍ୟ ପ୍ରଦାନ କଲେ କେନ୍ଦ୍ର ଜଳ ଶକ୍ତି

October 2, 2026

ହୱାଲା ଜରିଆରେ ଆସିଥିଲା ୯ କୋଟି: ୟାସିନ୍ ମଲିକଙ୍କ ସମେତ ୭ ଜଣଙ୍କ ବିରୋଧରେ ଚାର୍ଜଫ୍ରେମ୍ ନିର୍ଦ୍ଦେଶ

October 2, 2026

୫୭ତମ ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ: ମିଡିଆ ପ୍ରତିନିଧିଙ୍କ ପାଇଁ ଆକ୍ରିଡିଟେସନ୍‍ ଆବେଦନ ଉନ୍ମୁକ୍ତ

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.