Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବନ୍ଧୁକ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ ମାମଲା: ଡିସିପିଙ୍କୁ ମହିଳା କମିଶନଙ୍କ ରିପୋର୍ଟ ତଲବ
ଆଜିର ଖବର

ବନ୍ଧୁକ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ ମାମଲା: ଡିସିପିଙ୍କୁ ମହିଳା କମିଶନଙ୍କ ରିପୋର୍ଟ ତଲବ

October 2, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Women's Commission Member Urmila Mohapatra
Women's Commission Member Urmila Mohapatra

ଭୁବନେଶ୍ୱର: ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଘରେ ପଶି ବନ୍ଧୁକ ଦେଖାଇ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ମହିଳା କମିଶନ୍‌ ସଦସ୍ୟା ଉର୍ମିଳା ମହାପାତ୍ର ଶୁକ୍ରବାର ଭୁବନେଶ୍ୱର ଡିସିପିଙ୍କୁ ରିପୋର୍ଟ ତଲବ କରିଛନ୍ତି। ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ମହିଳା କମିଶନ୍‌ ସଦସ୍ୟା ଶ୍ରୀମତୀ ମହାପାତ୍ର ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାକୁ ନେଇ ମହିଳା କମିଶନ ଉଦବେଗ ପ୍ରକାଶ କରିଛନ୍ତି। ଏହି ଘଟଣା ଯେତିକି ଆଶ୍ଚର୍ଯ୍ୟ କରିଛି ମହିଳାଙ୍କ ସୁରକ୍ଷା ପ୍ରତି ମଧ୍ୟ ସେତିକି ପ୍ରଶ୍ନବାଚୀ ଛିଡ଼ା କରିଛି। ନୟାପଲ୍ଲୀ ଭଳି ଜନଗହଳିପୂର୍ଣ୍ଣ ସ୍ଥାନ। ଚାରିଆଡ଼େ ଭିଭିଆଇପିଙ୍କ ଘର। ଚତୁଃପାର୍ଶ୍ୱରେ ସିସିଟିଭି। କିନ୍ତୁ ଏସବୁକୁ ଖାତିର ନକରି ମୁଣ୍ଡରେ ବନ୍ଧୁକ ଲଗାଇ ଦୁଷ୍କର୍ମ କରିବା ଘଟଣା ସଭିଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ତୁରନ୍ତ ଅଭିଯୁକ୍ତକୁ ଧରିବାକୁ ବିଭିନ୍ନ ମହଲରୁ ଦାବି ହେଉଥିବା ବେଳେ ମହିଳା କମିଶନ ତଦନ୍ତ କରିଛନ୍ତି। କ୍ରାଇମସ୍ପଟ୍ ଓ ଥାନାରେ ପହଞ୍ଚି ପୀଡ଼ିତାଙ୍କ ସହ ଆଲୋଚନା କରିଛନ୍ତି। ଆଉ ଘଟଣାର ୧୫ ଦିନ ଭିତରେ ରିପୋର୍ଟ ଦାଖଲ କରିବାକୁ ଭୁବନେଶ୍ୱର ଡିସିପିଙ୍କୁ ମହିଳା କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ବୁଧବାର ରାତି ୯ଟାରୁ ୧୦ଟା ମଧ୍ୟରେ ଏହି ଘଟଣା ଘଟିଥିବା ନେଇ ଅଭିଯୋଗ ହୋଇଛି। ଯୁବତୀ ଜଣଙ୍କ ନୟାପଲ୍ଲୀ ଥାନା ବେହେରା ସାହି ଅଞ୍ଚଳରେ ତାଙ୍କ ବଡ଼ ଭଉଣୀଙ୍କ ସହ ଭଡ଼ା ଘରେ ରହନ୍ତି। ଘର ମାଲିକ ପ୍ରଥମ ମହଲାରେ ରହନ୍ତି। ତାଙ୍କ ବଡ଼ ଭଉଣୀ କୌଣସି କାମରେ ବାହାରକୁ ଯାଇଥିବା ବେଳେ ସେ ଘରର ଦ୍ୱାର ବନ୍ଦ କରିବାକୁ ଭୁଲି ଯାଇଥିଲେ। ଏହାର ସୁଯୋଗ ନେଇ ଜଣେ ମୁଖାପିନ୍ଧି ବ୍ୟକ୍ତି ଘର ଭିତରକୁ ହଠାତ୍ ପଶି ଆସିଥିଲେ। ଯୁବତୀ ଜଣଙ୍କ କିଛି ବୁଝିବା ପୂର୍ବରୁ ସେ ତାଙ୍କ ମୁଣ୍ଡରେ ବନ୍ଧୁକ ରଖି ଚୁପ୍ ରହିବାକୁ ଧମକ ଦେବା ସହ ତାଙ୍କ ମୋବାଇଲ ଛଡ଼ାଇ ନେଇ କଚାଡ଼ି ଭାଙ୍ଗି ଦେଇଥିଲେ। ଏହା ସହିତ ଓଢ଼ଣୀରେ ତାଙ୍କ ପାଟିକୁ ବାନ୍ଧି ଦେଇଥିଲେ। ଅନ୍ୟ ଏକ ଓଢ଼ଣୀରେ ସେ ଯୁବତୀଙ୍କ ଗୋଡ଼ହାତକୁ ବନ୍ଧି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଫେରାର ହେବା ବେଳେ ଘରର ଦ୍ୱାରକୁ ବାହାର ପଟୁ ବନ୍ଦ କରିଦେଇଥିଲେ। ପୁଲିସ୍ ଅନୁମାନ କରୁଛି ଯେ ଉକ୍ତ ବ୍ୟକ୍ତି ଜଣଙ୍କ ପୂର୍ବରୁ ସେହି ଯୁବତୀଙ୍କ ଉପରେ ନଜର ରଖିଆସୁଥିଲା। ବୁଧବାର ରାତିରେ ସେ ଘରେ ଏକୁଟିଆ ଥିବା ଜାଣି ସେ ସେଠାକୁ ଆସିଥିଲା। ପୁଲିସର ତଦନ୍ତ ଜାରି ରହିଥିବା ବେଳେ ଅଭିଯୁକ୍ତ ପାଖରେ ପହଞ୍ଚି ପାରିନାହିଁ।

ଦୁଷ୍କର୍ମ ମାମଲା ମହିଳା କମିଶନ୍
Share. Facebook Twitter LinkedIn Email WhatsApp Copy Link

Related Posts

RBIରେ ବଡ଼ ନିଯୁକ୍ତି: ସୁଧାକର ମଲ୍ଲୀ ହେଲେ ନୂଆ Executive Director, ଜାଣନ୍ତୁ କ’ଣ ରହିବ ଦାୟିତ୍ୱ

October 2, 2026

ଷ୍ଟାଲିନଙ୍କ ତୀବ୍ର ଆକ୍ରମଣ, TVK ଓ ବିଜୟଙ୍କୁ ନେଇ ତାମିଲନାଡୁରେ ବଢ଼ିଲା ଚର୍ଚ୍ଚା

October 2, 2026

ନକଲି RTO ଗିରଫ

October 2, 2026

୧୨ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ, ପୁଣି ଡରାଇଲାଣି ଅକ୍ଟାେବର

October 2, 2026
Latest News

RBIରେ ବଡ଼ ନିଯୁକ୍ତି: ସୁଧାକର ମଲ୍ଲୀ ହେଲେ ନୂଆ Executive Director, ଜାଣନ୍ତୁ କ’ଣ ରହିବ ଦାୟିତ୍ୱ

October 2, 2026

ବନ୍ଧୁକ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ ମାମଲା: ଡିସିପିଙ୍କୁ ମହିଳା କମିଶନଙ୍କ ରିପୋର୍ଟ ତଲବ

October 2, 2026

ଷ୍ଟାଲିନଙ୍କ ତୀବ୍ର ଆକ୍ରମଣ, TVK ଓ ବିଜୟଙ୍କୁ ନେଇ ତାମିଲନାଡୁରେ ବଢ଼ିଲା ଚର୍ଚ୍ଚା

October 2, 2026

ନକଲି RTO ଗିରଫ

October 2, 2026

୧୨ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ, ପୁଣି ଡରାଇଲାଣି ଅକ୍ଟାେବର

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.