Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ପିଏମଏୱାଇ(ସହରୀ) ୨.୦ରେ ଓଡ଼ିଶାକୁ ମିଳିଲା ଜାତୀୟ ପୁରସ୍କାର
ରାଜ୍ୟ ଖବର

ପିଏମଏୱାଇ(ସହରୀ) ୨.୦ରେ ଓଡ଼ିଶାକୁ ମିଳିଲା ଜାତୀୟ ପୁରସ୍କାର

October 6, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ) ୨.୦ କାର୍ଯ୍ୟାନ୍ୱୟନରେ ଉଲ୍ଲେଖନୀୟ ସଂସ୍କାର ପାଇଁ ଓଡ଼ିଶାକୁ ଜାତୀୟ ସ୍ତରରେ ମିଳିଛି ସ୍ୱୀକୃତି। ନୂଆଦିଲ୍ଲୀରେ ଆୟୋଜିତ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରୀ ପୁରସ୍କାର-୨୦୨୬’ ସମାରୋହରେ କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟକୁ ଏହି ବିଶେଷ ସ୍ୱୀକୃତି ପୁରସ୍କାର ପ୍ରଦାନ କରାଯାଇଛି। ସହରୀ ଗରିବଙ୍କ ନିକଟରେ ସରଳ, ସ୍ୱଚ୍ଛ ଓ ପ୍ରଭାବଶାଳୀ ଢଙ୍ଗରେ ଆବାସ ସୁବିଧା ପହଞ୍ଚାଇବା ପାଇଁ ଓଡ଼ିଶା ଗ୍ରହଣ କରିଥିବା ପ୍ରଶାସନିକ ଓ ପ୍ରଯୁକ୍ତିଗତ ପଦକ୍ଷେପ ଯୋଗୁଁ ଏହି ସମ୍ମାନ ମିଳିଛି।

ସହରୀ ଆବାସ ପ୍ରକ୍ରିୟାକୁ ଅଧିକ ନାଗରିକକୈନ୍ଦ୍ରିକ କରିବା ପାଇଁ ରାଜ୍ୟ ସରକାର ପ୍ରଶାସନିକ ଦକ୍ଷତା ବୃଦ୍ଧି, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ସୁଦୃଢ଼ କରିବା ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟାପକ ଉପଯୋଗ ଉପରେ ଗୁରୁତ୍ୱ ଦେଇଥିଲେ। ଏହାଦ୍ୱାରା ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଯୋଜନାର ସୁଫଳ ବିନା ବାଧାରେ ପହଞ୍ଚିପାରିଛି।

ଏହି ସଫଳତା ପାଇଁ ଖୁସି ପ୍ରକାଶ କରି ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, “ଏହି ଜାତୀୟ ସ୍ୱୀକୃତି ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ। କେବଳ ଘର ତିଆରି କରିବା ଆମର ଲକ୍ଷ୍ୟ ନୁହେଁ, ବରଂ ପ୍ରତ୍ୟେକ ଯୋଗ୍ୟ ସହରୀ ପରିବାରକୁ ସ୍ୱଚ୍ଛତା ଓ ସମ୍ମାନର ସହ ଏକ ସୁରକ୍ଷିତ ଛାତ ଯୋଗାଇଦେବା ଆମର ପ୍ରାଥମିକତା।” ଆଗାମୀ ଦିନରେ ମଧ୍ୟ ପିଏମଏୱାଇ (ସହରୀ) ୨.୦ ଅଧୀନରେ ଦ୍ରୁତ କାର୍ଯ୍ୟାନ୍ୱୟନ ଓ ଶେଷ ହିତାଧିକାରୀଙ୍କ ପାଖରେ ସୁବିଧା ପହଞ୍ଚାଇବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେବେ ବୋଲି ସେ ସୂଚନା ଦେଇଛନ୍ତି।

ଓଡିଶା ଜାତୀୟ ପୁରସ୍କାର ପିଏମଏୱାଇ
Share. Facebook Twitter LinkedIn Email WhatsApp Copy Link

Related Posts

ମୋଦୀଙ୍କ ଶାସନ ଓ ଜନସେବାର ୨୫ ବର୍ଷ ପୂର୍ତ୍ତି : ୭ରେ ଦେଶବ୍ୟାପୀ ‘ସେବା ଜ୍ୟୋତି ଯାତ୍ରା’

October 6, 2026

‘ଗ୍ରୀନ୍ ଏନର୍ଜି ଉତ୍କର୍ଷ କେନ୍ଦ୍ର’ ପ୍ରତିଷ୍ଠା ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ

October 6, 2026

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପରିଦର୍ଶନ

October 6, 2026

ଗୁଜରାଟର ଏକତା ନଗରରେ ଆୟୋଜିତ ଦୁଇଦିନିଆ ‘ଚିନ୍ତନ ଶିବିର’ରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

October 6, 2026
Latest News

‘କେଜିପି୨୧’ ଜନ୍ମ ଦେଲା ୫ ଚିତା ଶାବକ: ୬୦ରେ ପହଞ୍ଚିଲା ଚିତା ସଂଖ୍ୟା

October 6, 2026

ୟୁପି ରାଜନୀତିରେ ନୂଆ ହଲଚଲ! ରାଜ୍ୟସଭା ନିର୍ବାଚନ ପୂର୍ବରୁ ବଦଳିବ କି ଭୋଟ୍ ସମୀକରଣ?

October 6, 2026

ପିଏମଏୱାଇ(ସହରୀ) ୨.୦ରେ ଓଡ଼ିଶାକୁ ମିଳିଲା ଜାତୀୟ ପୁରସ୍କାର

October 6, 2026

ପାର୍ବଣ ପୂର୍ବରୁ ବଡ଼ ଆଶ୍ୱସ୍ତି: ଶସ୍ତାରେ ମିଳିବ ଚିନି-ମଇଦା-ସୁଜି! ଜାଣନ୍ତୁ କେତେ ଟଙ୍କାରେ ମିଳିବ

October 6, 2026

ମୋଦୀଙ୍କ ଶାସନ ଓ ଜନସେବାର ୨୫ ବର୍ଷ ପୂର୍ତ୍ତି : ୭ରେ ଦେଶବ୍ୟାପୀ ‘ସେବା ଜ୍ୟୋତି ଯାତ୍ରା’

October 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.