Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭିଜିଲାନ୍ସ ଜାଲରେ DEO ଅଫିସ୍‌ ପ୍ରୋଗ୍ରାମର ଚନ୍ଦ୍ରଜିତ୍‌ ପରିଜା
ଆଜିର ଖବର

ଭିଜିଲାନ୍ସ ଜାଲରେ DEO ଅଫିସ୍‌ ପ୍ରୋଗ୍ରାମର ଚନ୍ଦ୍ରଜିତ୍‌ ପରିଜା

October 8, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭିଜିଲାନ୍ସ ଜାଲରେ DEO ଅଫିସ୍‌ ପ୍ରୋଗ୍ରାମର ଚନ୍ଦ୍ରଜିତ୍‌ ପରିଜା

କଟକ: ବିଦ୍ୟାଳୟଗୁଡ଼ିକରେ ଡିଜିଟାଲ ବ୍ଲାକ୍‌ବୋର୍ଡ ସ୍ଥାପନ କାର୍ଯ୍ୟର ବକେୟା ବିଲ୍‌ ମଞ୍ଜୁର କରାଇଦେବା ନାଁରେ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜଗତସିଂହପୁର ଜିଲ୍ଲା ଶିକ୍ଷା ଅଧିକାରୀ (DEO) ତଥା ସମଗ୍ର ଶିକ୍ଷା ଅଭିଯାନ (SSA) କାର୍ଯ୍ୟାଳୟର ପ୍ରୋଗ୍ରାମର ଚନ୍ଦ୍ରଜିତ ପରିଜା ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି । ଜଣେ ଠିକାଦାରଙ୍କ ଅଭିଯୋଗ ଆଧାରରେ ରଚାଯାଇଥିବା ସ୍ୱତନ୍ତ୍ର ଯୋଜନା ମୁତାବକ ଆଜି ଭିଜିଲାନ୍ସ ଟିମ୍‌ ଶ୍ରୀ ପରିଜାଙ୍କୁ ଲାଞ୍ଚ ଟଙ୍କା ନେଉଥିବା ସମୟରେ କାବୁ କରିବା ସହ ସମ୍ପୂର୍ଣ୍ଣ ଅର୍ଥ ଜବତ କରିଛି।

ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍କୁଲରେ ଡିଜିଟାଲ ବ୍ଲାକ୍‌ବୋର୍ଡ ସ୍ଥାପନ କରିଥିବା ଜଣେ ଠିକାଦାରଙ୍କ ବକେୟା ବିଲ୍‌ ପାସ୍‌ ପାଇଁ ଶ୍ରୀ ପରିଜା ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଥିଲା। ସେ କ୍ରୟ ଓ ବୈଷୟିକ କମିଟିର ସଦସ୍ୟ ଥିବାରୁ ସ୍ଥାପନ କାର୍ଯ୍ୟ ଯାଞ୍ଚ କରି ପ୍ରମାଣପତ୍ର ଦେବା ପରେ ବିଲ୍‌ ମଞ୍ଜୁର ହେବାର ବ୍ୟବସ୍ଥା ରହିଛି। ତେବେ ଅଭିଯୋଗକାରୀଙ୍କ ଅଭିଯୋଗ ଅନୁସାରେ, କାର୍ଯ୍ୟ ଯାଞ୍ଚ ଓ ପ୍ରମାଣପତ୍ର ଦେବା ପାଇଁ ଶ୍ରୀ ପରିଜା ୩୦ ହଜାର ଟଙ୍କା ଦାବି କରିଥିଲେ। ଟଙ୍କା ଦେବାକୁ ଅସମ୍ମତ ହେବାରୁ ବିଲ୍‌ ପ୍ରକ୍ରିୟା ଆଗକୁ ବଢ଼ାଯାଉନଥିବା ଅଭିଯୋଗ ହେବା ପରେ ଠିକାଦାର ଭିଜିଲାନ୍ସରେ ଅଭିଯୋଗ କରିଥିଲେ।

ଏହି ଘଟଣା ପରେ ଶ୍ରୀ ପରିଜାଙ୍କ ଆୟବହିର୍ଭୂତ ସମ୍ପତ୍ତି ସମ୍ପର୍କରେ ଯାଞ୍ଚ ପାଇଁ ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍‌ ତାଙ୍କ ସହ ଜଡ଼ିତ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରଖିଛି। ଏନେଇ କଟକ ଭିଜିଲାନ୍ସ ଥାନାରେ ମାମଲା ନମ୍ବର ୩୯/୨୦୨୬ ରୁଜୁ ହୋଇଛି। ଧାରା ୭, ପିସି (ସଂଶୋଧନ) ଆଇନ, ୨୦୧୮ ଅନୁଯାୟୀ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।

ଅଫିସ୍‌ ପ୍ରୋଗ୍ରାମର ଭିଜିଲାନ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ଅକ୍ଟୋବର ୯ରେ ମହିଳା ଓ ଶିଶୁ ବିକାଶ ବିଭାଗୀୟ ସମ୍ମିଳନୀର ସମାପନୀ ଅଧିବେଶନରେ ଯୋଗଦେବେ ପ୍ରଧାନମନ୍ତ୍ରୀ

October 8, 2026

ସ୍ମୃତି ୟୁପିରେ ସକ୍ରିୟ: ବିଦ୍ରୋହୀ ଏସପି ବିଧାୟକଙ୍କୁ ବିଜେପିରେ କରିବେ ସାମିଲ

October 8, 2026

ରେଢ଼ାଖୋଲରେ ଓଡିଶା ବନ୍ଦର ପ୍ରଭାବ: ଜାତୀୟ ରାଜପଥକୁ ୬ ଘଣ୍ଟା ଧରି ଅବରୋଧ

October 8, 2026

ବାଦ ପଡ଼ିଲା ପାକିସ୍ତାନ: ଭାରତରେ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫିରେ ବାଂଲାଦେଶ ସାମିଲ

October 8, 2026
Latest News

ଭିଜିଲାନ୍ସ ଜାଲରେ DEO ଅଫିସ୍‌ ପ୍ରୋଗ୍ରାମର ଚନ୍ଦ୍ରଜିତ୍‌ ପରିଜା

October 8, 2026

ଅକ୍ଟୋବର ୯ରେ ମହିଳା ଓ ଶିଶୁ ବିକାଶ ବିଭାଗୀୟ ସମ୍ମିଳନୀର ସମାପନୀ ଅଧିବେଶନରେ ଯୋଗଦେବେ ପ୍ରଧାନମନ୍ତ୍ରୀ

October 8, 2026

ସ୍ମୃତି ୟୁପିରେ ସକ୍ରିୟ: ବିଦ୍ରୋହୀ ଏସପି ବିଧାୟକଙ୍କୁ ବିଜେପିରେ କରିବେ ସାମିଲ

October 8, 2026

ରେଢ଼ାଖୋଲରେ ଓଡିଶା ବନ୍ଦର ପ୍ରଭାବ: ଜାତୀୟ ରାଜପଥକୁ ୬ ଘଣ୍ଟା ଧରି ଅବରୋଧ

October 8, 2026

ବାଦ ପଡ଼ିଲା ପାକିସ୍ତାନ: ଭାରତରେ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫିରେ ବାଂଲାଦେଶ ସାମିଲ

October 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.