Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କ୍ୟାମ୍ପସରେ ଭୋଟ୍ ମାହୋଲ୍ : ଆଜି ନାମାଙ୍କନ
ଆଜିର ଖବର

କ୍ୟାମ୍ପସରେ ଭୋଟ୍ ମାହୋଲ୍ : ଆଜି ନାମାଙ୍କନ

October 9, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
କ୍ୟାମ୍ପସରେ ଭୋଟ୍ ମାହୋଲ୍ : ଆଜି ନାମାଙ୍କନ

ଭୁବନେଶ୍ୱର: ବହୁ ବର୍ଷର ବ୍ୟବଧାନ ପରେ ରାଜ୍ୟର ବିଭିନ୍ନ ଉଚ୍ଚଶିକ୍ଷାନୁଷ୍ଠାନରେ ହେବାକୁ ଯାଉଥିବା ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେଉଛି। କ୍ଲାସ୍‌ରୁମ୍‌ରୁ ଆରମ୍ଭ କରି କ୍ୟାମ୍ପସ୍ ଚା’ ଖଟି ପର୍ଯ୍ୟନ୍ତ ସବୁଠି ପ୍ରାର୍ଥୀ ଚୟନ ଓ ଭୋଟ୍ ଅଙ୍କକଷା ଜୋରଦାର ଚାଲିଥିବା ବେଳେ, ଅନ୍ୟପଟେ କେତେକ ସ୍ଥାନରେ ହିଂସାକାଣ୍ଡ ଓ ବିଶୃଙ୍ଖଳା କାରଣରୁ ନିର୍ବାଚନ ମାହୋଲ୍ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ଯାଜପୁର ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରିନ୍ସିପାଲଙ୍କ ବାସଭବନ ଓ ବାଳକ ଛାତ୍ରାବାସ ଉପରକୁ ବିଳମ୍ବିତ ରାତିରେ ବୋମାମାଡ଼ ହେବା ପରେ ସେଠାରେ ନିର୍ବାଚନକୁ ସ୍ଥଗିତ ରଖାଯିବା ସହ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ହଷ୍ଟେଲ୍ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଆଜି ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଆଗ୍ରହୀ ପ୍ରାର୍ଥୀମାନେ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ନାମାଙ୍କନ ଯାଞ୍ଚ କରାଯିବା ପରେ ସନ୍ଧ୍ୟା ୫ଟାରେ ବୈଧ ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ତେବେ ନିର୍ବାଚନ ପୂର୍ବରୁ କ୍ୟାମ୍ପସ୍‌ଗୁଡ଼ିକରେ ଅନ୍ତର୍ଦ୍ୱନ୍ଦ୍ୱ, ଅଣଛାତ୍ରଙ୍କ ଆତଙ୍କ ଓ ବିରୋଧୀଙ୍କ ପ୍ରଲୋଭନ ଅଭିଯୋଗକୁ ନେଇ ସ୍ଥିତି ଜଟିଳ ହୋଇଛି। ଜୟପୁର ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ପ୍ରାର୍ଥୀ ଚୟନକୁ ନେଇ ଦ୍ୱନ୍ଦ୍ୱ ଲାଗିରହିଥିବା ବେଳେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅଣଛାତ୍ରମାନେ ମଧ୍ୟରାତ୍ରିରେ ପଶି ଧମକଚମକ ଦେଇଥିବା ଅଭିଯୋଗ ହୋଇଛି। ଅନ୍ୟପଟେ କ୍ୟାପିଟାଲ ଲ’ କଲେଜରେ ନିର୍ବାଚନ ଦାବିରେ ଛାତ୍ର ଆନ୍ଦୋଳନ ଜାରି ରହିଥିବା ବେଳେ ମୁଗୁପାଳ ଉପେନ୍ଦ୍ରନାଥ ଶାରଦା ମହାବିଦ୍ୟାଳୟରେ ମଧ୍ୟ ନିର୍ବାଚନ ବାତିଲ କରାଯାଇଛି। ଆଜି ନାମାଙ୍କନ ପ୍ରକ୍ରିୟା ଶେଷ ହେବା ପରେ କେଉଁ କଲେଜରେ କିଏ ମୈଦାନକୁ ଓହ୍ଲାଉଛନ୍ତି, ତାହାର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ।

ଛାତ୍ର ସଂସଦ ନିର୍ବାଚନ ନାମାଙ୍କନ
Share. Facebook Twitter LinkedIn Email WhatsApp Copy Link

Related Posts

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ‘ସ୍ୱଚ୍ଛତା ହିଁ ସେବା ୨୦୨୬’ ଅଭିଯାନ ସଫଳତାର ସହ ସମ୍ପନ୍ନ

October 9, 2026

ପାରାଦୀପ ଉପକୂଳରେ ଭାରତୀୟ ତଟରକ୍ଷୀ ବାହିନୀର ଦ୍ୱାଦଶ ଜାତୀୟ ସାମୁଦ୍ରିକ ସନ୍ଧାନ ଓ ଉଦ୍ଧାର ଅଭ୍ୟାସ

October 9, 2026

ମା’ ଭଗବତୀଙ୍କ ପୀଠରେ ପ୍ରସିଦ୍ଧ ଭେଟ ଯାତ୍ରା: ଏହି ଦିନ ଦୁଇ ଭଉଣୀଙ୍କ ହେବ ଅପୂର୍ବ ମିଳନ ଉତ୍ସବ

October 9, 2026

ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ‘ବିଶ୍ୱ ବିକାଶ ରିପୋର୍ଟ ୨୦୨୬: କୃତ୍ରିମ ବୁଦ୍ଧିମତାର ପ୍ରତିଶ୍ରୁତି’ ଉନ୍ମୋଚିତ

October 9, 2026
Latest News

କ୍ୟାମ୍ପସରେ ଭୋଟ୍ ମାହୋଲ୍ : ଆଜି ନାମାଙ୍କନ

October 9, 2026

ଜଳବାୟୁରେ ମହାବିପର୍ଯ୍ୟୟ: ତାପମାତ୍ରା ରେକର୍ଡ ଭାଙ୍ଗିଲା ଅଲ୍ ନିନୋ

October 9, 2026

ମୋତେ ନୋବେଲ୍ ନଦେଲେ କମିଟି ବଦନାମ ହେବ: ଡୋନାଲ୍ଡ ଟ୍ରମ୍ପ୍

October 9, 2026

୧୫ ରେ ଏସିଆଡ୍ ବିଜେତାଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ

October 9, 2026

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ‘ସ୍ୱଚ୍ଛତା ହିଁ ସେବା ୨୦୨୬’ ଅଭିଯାନ ସଫଳତାର ସହ ସମ୍ପନ୍ନ

October 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.