ଭୁବନେଶ୍ବର: ଆଜି ଖଣ୍ଡଗିରି ପୋଲିସ ହତ୍ୟା ଉଦ୍ୟମ ଏବଂ ଭୟଭୀତ ପ୍ରଦର୍ଶନ କରିବା ଅଭିଯୋଗରେ ସାମ୍ବାଦିକ ସୁଧାଂଶୁ ରାଉତ ଗିରଫ କରିଥିବା ସୂଚନା ମିଳିଛି ଏବଂ ତାଙ୍କୁ କୋର୍ଟଚାଲାଣ କରାଯିବ। ପୂର୍ବରୁ ମଧ୍ୟ ସୁଧାଂଶୁଙ୍କ ନାଁରେ ଏକାଧିକ ସଙ୍ଗୀନ ମାମଲା ରହିଛି। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଲାଞ୍ଚ ଯାଚିଥିବା ନେଇ ସେ ଏକ ମିଥ୍ୟା ଖବର ପ୍ରସାରଣ କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଓଡ଼ିଶା ହାଇକୋର୍ଟ ତାଙ୍କର ଅଗ୍ରିମ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ପରେ ସେ ସୁପ୍ରିମକୋର୍ଟଙ୍କୁ ଦ୍ବାରସ୍ଥ ହୋଇ ସେଠାରୁ ସର୍ତ୍ତମୂଳକ ଜାମିନ ପାଇଥିଲେ। ଏହା ବ୍ୟତୀତ, ସୋସିଆଲ ମିଡିଆରେ ଅଶ୍ଳୀଳ ତଥା ଭ୍ରମାତ୍ମକ ଖବର ପ୍ରସାରଣ ଏବଂ ଆଥଲେଟ୍ ଦୂତୀ ଚାନ୍ଦଙ୍କ ଅଭିଯୋଗ ଆଧାରରେ ବ୍ଲାକମେଲିଂ ମାମଲାରେ ମଧ୍ୟ ସେ ପୂର୍ବରୁ ପୋଲିସ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିଲେ।


