Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇଏମ୍‌ଏସ୍ ଓ ସମ୍ ହସ୍ପିଟାଲ୍‌ରେ ଗବେଷଣା ଓ ନବସୃଜନ ୟୁନିଟ୍ ଉଦ୍‌ଘାଟିତ
ଆଜିର ଖବର

ଆଇଏମ୍‌ଏସ୍ ଓ ସମ୍ ହସ୍ପିଟାଲ୍‌ରେ ଗବେଷଣା ଓ ନବସୃଜନ ୟୁନିଟ୍ ଉଦ୍‌ଘାଟିତ

October 13, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
RESEARCH AND INNOVATION UNIT INAUGURATED AT IMS AND SUM HOSPITAL
RESEARCH AND INNOVATION UNIT INAUGURATED AT IMS AND SUM HOSPITAL

ଭୁବନେଶ୍ୱର: ଆଧୁନିକ ସ୍ୱାସ୍ଥ୍ୟସେବା ଓ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ନବସୃଜନର ଗୁରୁତ୍ୱ ବୃଦ୍ଧି ପାଉଥିବାବେଳେ ଗବେଷଣାଭିତିକ ନୂତନ ଚିନ୍ତାଧାରାକୁ ବାସ୍ତବ ସ୍ୱାସ୍ଥ୍ୟସେବାରେ ପ୍ରୟୋଗ କରିବା ଦିଗରେ ଆଉ ଏକ ପଦକ୍ଷେପ ନେଇଛି ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ୍ ସମ୍ ହସ୍ପିଟାଲ୍। ଏହି ଅନୁଷ୍ଠାନରେ ନିକଟରେ ଗବେଷଣା ଓ ନବସୃଜନ ୟୁନିଟ୍ ଉଦ୍‌ଘାଟିତ ହୋଇଛି।

ଏହି ୟୁନିଟ୍‌ର ଉଦ୍‌ଘାଟନ ଅବସରରେ ବିଶିଷ୍ଟ ଅତିଥି, ଅଧ୍ୟାପକ ଓ ବିଭିନ୍ନ ବିଭାଗର ମୁଖ୍ୟମାନେ ଉପସ୍ଥିତ ଥିଲେ। ଏହି ୟୁନିଟ୍ ମାଧ୍ୟମରେ ଗବେଷଣା, ନୂତନ ଉଦ୍‌ଭାବନ, ଭବିଷ୍ୟତରେ ବିଭିନ୍ନ ଅନୁଷ୍ଠାନ ସହ ସହଯୋଗ ଏବଂ ନୂତନ ଧାରଣାକୁ ବ୍ୟବହାରିକ ସ୍ୱାସ୍ଥ୍ୟସେବା ସମାଧାନରେ ପରିଣତ କରିବା ନେଇ ଆଲୋଚନା କରାଯାଇଥିଲା।

ଏହି ଅବସରରେ ଆଇଏମ୍‌ଏସ୍ ଓ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର କହିଥିଲେ ଯେ, ଦିନକୁ ଦିନ ଉପୁଜୁଥିବା ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ଆହ୍ୱାନର ମୁକାବିଲା ପାଇଁ ଗବେଷଣାଭିତିିକ ସମାଧାନ ଅତ୍ୟନ୍ତ ଜରୁରୀ। ଏହି ୟୁନିଟ୍ ପ୍ରତିଷ୍ଠା ପାଇଁ ସେ ଉଦ୍ୟମକୁ ପ୍ରଶଂସା କରିବା ସହ ଆନ୍ତଃବିଭାଗୀୟ ଓ ଆନ୍ତଃଅନୁଷ୍ଠାନ ସହଯୋଗ ମାଧ୍ୟମରେ ଆଇଏମ୍‌ଏସ୍ ଓ ସମ୍ ହସ୍ପିଟାଲ୍ ସ୍ୱାସ୍ଥ୍ୟସେବା ନବସୃଜନ କ୍ଷେତ୍ରରେ ଏକ ଉତ୍କର୍ଷ କେନ୍ଦ୍ର ଭାବେ ଉଭା ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ।

ଏଥିସହ ସୋଆ ପରିଚାଳିତ ଅଟଳ ଇନୋଭେସନ୍ ସେଂଟର (ଏଆଇସି) ମାଧ୍ୟମରେ ଯୋଜନାବଦ୍ଧ ପ୍ରକଳ୍ପଗୁଡ଼ିକର ବିକାଶ ଓ ଇନ୍‌କ୍ୟୁବେସନ୍ ଦ୍ୱାରା ବିଶ୍ୱବିଦ୍ୟାଳୟର ଷ୍ଟାର୍ଟଅପ୍ ପରିବେଶ ଆହୁରି ସୁଦୃଢ଼ ହେବ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ସମ୍ ହସ୍ପିଟାଲର ମେଡିକାଲ୍ ସୁପରିନ୍‌ଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହା, ଆଇଆଇସିର ସଂଯୋଜକ ପ୍ରଫେସର (ଡାକ୍ତର) ଶିଶିର କୁମାର ଏବଂ ସହ-ସଂଯୋଜିକା ଡକ୍ଟର ଚୌଧୁରୀ ସୁମିତ୍ରା ସ୍ୱାଇଁ ଉପସ୍ଥିତ ଥିଲେ। ଅନୁଷ୍ଠାନର ଇନ୍‌ଷ୍ଟିଚ୍ୟୁସନ୍ ଇନୋଭେସନ୍ କାଉନ୍ସିଲ୍ (ଆଇଆଇସି)ର ସଦସ୍ୟ ଡାକ୍ତର ଅମିତ ପ୍ରୀତମ ସ୍ୱାଇଁ, ଡାକ୍ତର ସୁମନ ସୌରଭ ରାଉତ, ଡାକ୍ତର ମିତାଲି ମଧୁମିତା ରଥ, ଡାକ୍ତର ସୁଜାତା ପ୍ରଧାନ ଓ ଡାକ୍ତର ପ୍ରିୟଦର୍ଶିନୀ ଦେହୁରୀଙ୍କ ସମେତ ବିଭିନ୍ନ ବିଭାଗର ମୁଖ୍ୟ, ଅଧ୍ୟାପକ ଓ କର୍ମଚାରୀମାନେ ଯୋଗ ଦେଇଥିଲେ। ପ୍ରଫେସର ସାମନ୍ତସିଂହାର ଏପରି ଏକ ୟୁନିଟ୍ ପ୍ରତିଷ୍ଠା ପଦକ୍ଷେପକୁ ପ୍ରଶଂସା କରିବା ସହ ଆଗାମୀ ପ୍ରକଳ୍ପଗୁଡ଼ିକ ପାଇଁ ଶୁଭେଚ୍ଛା ଜଣାଇଥିଲେ ଏବଂ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବାକୁ ଆଶ୍ୱାସନା ଦେଇଥିଲେ।

ଅନ୍ୟପକ୍ଷରେ ପ୍ରଫେସର ଶିଶିର କୁମାର ଏହି ୟୁନିଟ୍ ପ୍ରତିଷ୍ଠାରେ ସହଯୋଗ ଓ ଉତ୍ସାହ ପ୍ରଦାନ କରିଥିବା ସୋଆର ପ୍ରତିଷ୍ଠାତା-ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ, କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଡିନ୍ ପ୍ରଫେସର ମିଶ୍ରଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ। ନବସୃଜନଭିତିକ ସ୍ୱାସ୍ଥ୍ୟସେବାକୁ ଆଗେଇ ନେବା ପାଇଁ ତାଙ୍କ ଟିମ୍ ସଂପୂର୍ଣ୍ଣ ଉତ୍ସାହୀ ଓ ପ୍ରତିବଦ୍ଧ ବୋଲି ସେ କହିଥିଲେ।

ଆଇଏମ୍‌ଏସ୍ ଓ ସମ୍ ହସ୍ପିଟାଲ୍‌ ନବସୃଜନ ୟୁନିଟ୍ ଶିକ୍ଷା ଓ ଅନୁସନ୍ଧାନ
Share. Facebook Twitter LinkedIn Email WhatsApp Copy Link

Related Posts

“ସତ୍ୟକୁ କେହି ଅସ୍ୱୀକାର କରିପାରିବେ ନାହିଁ”: ଲଦାଖ ଉପରେ ଚୀନକୁ ଭାରତର କଡ଼ା ବାର୍ତ୍ତା

October 13, 2026

ଘାଟିକିଆ ଓ ଗାଡ଼କଣଠାରେ ଦୁଇଟି ସୁଲଭ ଆବାସିକ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

October 13, 2026

ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବାକୁ ହେଲେ ଦୃଢ଼ ପରିସଂଖ୍ୟାନ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ: ଡକ୍ଟର ପି.କେ. ମିଶ୍ର

October 13, 2026

ଦଳବିରୋଧୀ କାର୍ଯ୍ୟ: ବିଜେଡିରୁ ଦୁଇ ଜିଲ୍ଲା ପରିଷଦ ସଭ୍ୟ ନିଲମ୍ବିତ

October 13, 2026
Latest News

ଆଇଏମ୍‌ଏସ୍ ଓ ସମ୍ ହସ୍ପିଟାଲ୍‌ରେ ଗବେଷଣା ଓ ନବସୃଜନ ୟୁନିଟ୍ ଉଦ୍‌ଘାଟିତ

October 13, 2026

“ସତ୍ୟକୁ କେହି ଅସ୍ୱୀକାର କରିପାରିବେ ନାହିଁ”: ଲଦାଖ ଉପରେ ଚୀନକୁ ଭାରତର କଡ଼ା ବାର୍ତ୍ତା

October 13, 2026

ଘାଟିକିଆ ଓ ଗାଡ଼କଣଠାରେ ଦୁଇଟି ସୁଲଭ ଆବାସିକ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

October 13, 2026

ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବାକୁ ହେଲେ ଦୃଢ଼ ପରିସଂଖ୍ୟାନ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ: ଡକ୍ଟର ପି.କେ. ମିଶ୍ର

October 13, 2026

ଦଳବିରୋଧୀ କାର୍ଯ୍ୟ: ବିଜେଡିରୁ ଦୁଇ ଜିଲ୍ଲା ପରିଷଦ ସଭ୍ୟ ନିଲମ୍ବିତ

October 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.