Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଇସ୍ରାଏଲରେ ପାକିସ୍ତାନୀ ପାଇଲଟଙ୍କୁ ନୋ-ଏଣ୍ଟ୍ରି
ଅନ୍ତରାଷ୍ଟ୍ରୀୟ

ଇସ୍ରାଏଲରେ ପାକିସ୍ତାନୀ ପାଇଲଟଙ୍କୁ ନୋ-ଏଣ୍ଟ୍ରି

October 15, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଇସ୍ରାଏଲରେ ପାକିସ୍ତାନୀ ପାଇଲଟଙ୍କୁ ନୋ-ଏଣ୍ଟ୍ରି

ତେଲ୍ ଆଭିଭ୍‌: ଇସ୍ରାଏଲ ଯାଉଥିବା ବିମାନଗୁଡ଼ିକରେ ଏବେ ପାକିସ୍ତାନ ସମେତ ୩୧ଟି ଦେଶର ପାଇଲଟ୍ ଏବଂ କ୍ୟାବିନ୍ କ୍ରିୟୁଙ୍କ ନିୟୋଜନ ଉପରେ କଟକଣା ଜାରି କରାଯାଉଛି। ଏହି ନିୟମ ସେହି ଦେଶଗୁଡ଼ିକର ପାଇଲଟ୍ ଏବଂ କ୍ରିୟୁ ସଦସ୍ୟଙ୍କ ପାଇଁ ଲାଗୁ ହେବ, ଯେଉଁ ଦେଶଗୁଡ଼ିକ ସହିତ ଇସ୍ରାଏଲର କୌଣସି କୂଟନୈତିକ ସମ୍ପର୍କ ନାହିଁ। ଏଥିରେ ପାକିସ୍ତାନ ବ୍ୟତୀତ ଇରାନ, ଓମାନ, ସାଉଦି ଆରବ ଏବଂ ବାଂଲାଦେଶ ଭଳି ଦେଶ ସାମିଲ ଅଛନ୍ତି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସରକାର ଏଭଳି ଏକ ଅଜବ ନିୟମ ଆଣିବା ପରେ ଏହାକୁ ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

୩୦ ସେପ୍ଟେମ୍ବର ୨୦୨୬ରେ ଦୁବାଇରୁ ତେଲ୍ ଆଭିଭ୍ ଯାଉଥିବା ଫ୍ଲାଏଦୁବାଇ ବିମାନରେ ଓମାନର କୋ-ପାଇଲଟ୍ ହମାମ ଅଲ-ହମାମୀ ଭାରତୀୟ କ୍ୟାପଟେନ୍ ସ୍ମିତ ମଚ୍ଛରଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଘଟଣା ପରେ ଇସ୍ରାଏଲ ବିଦେଶୀ ଏୟାରଲାଇନ୍ସର ପାଇଲଟ୍ ଏବଂ କ୍ରିୟୁମାନଙ୍କ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରିଦେଇଛି। କୋ-ପାଇଲଟଙ୍କ ଆକ୍ରମଣ ପରେ ଭାରତୀୟ ପାଇଲଟ୍ ଆହତ ହୋଇଥିଲେ, ଏବଂ ବିମାନରେ ଉପସ୍ଥିତ ଥିବା ଜଣେ ଡାକ୍ତର ତାଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ। ତେବେ ଇସ୍ରାଏଲର ଏହି କଡ଼ା ନିୟମର ପ୍ରଭାବ ମଙ୍ଗଳବାର ଦିନ ଇଥିଓପିଆନ୍ ଏୟାରଲାଇନ୍ସର ଏକ ବିମାନ ଉପରେ ମଧ୍ୟ ପଡ଼ିଥିଲା। ‘ଦ ଜେରୁଜେଲମ୍ ପୋଷ୍ଟ’ର ରିପୋର୍ଟ ଅନୁଯାୟୀ, ବିମାନଟି ଇଥିଓପିଆର ଆକାଶମାର୍ଗରେ ଥିବା ସମୟରେ ଇସ୍ରାଏଲୀ ଅଧିକାରୀମାନେ ତାହାକୁ ଫେରିଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅଧିକାରୀମାନଙ୍କୁ ସୂଚନା ମିଳିଥିଲା ଯେ ସେହି ବିମାନରେ ଜଣେ ଇଣ୍ଡୋନେସୀୟ ପାଇଲଟ୍ ଉପସ୍ଥିତ ଅଛନ୍ତି। ଇଣ୍ଡୋନେସିଆର ମଧ୍ୟ ଇସ୍ରାଏଲ ସହିତ କୌଣସି କୂଟନୈତିକ ସମ୍ପର୍କ ନାହିଁ। ଏହା ପରେ ବିମାନଟି ପୁନର୍ବାର ଇଥିଓପିଆର ରାଜଧାନୀ ଆଦିସ୍ ଆବାବାକୁ ଫେରିଆସିଥିଲା। ସେଠାରେ ପାଇଲଟ୍ ବଦଳାଯିବା ପରେ ବିମାନଟି ପୁଣିଥରେ ଉଡ଼ାଣ ଭରି ତେଲ୍ ଆଭିଭ୍‌ରେ ପହଞ୍ଚିଥିଲା।

ଇସ୍ରାଏଲ ନେତାନ୍ୟାହୁ ପାଇଲଟ ପାକିସ୍ତାନୀ
Share. Facebook Twitter LinkedIn Email WhatsApp Copy Link

Related Posts

ୟୁକ୍ରେନରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ୍ ସ୍ପିଡ୍ କମାଇଲେ ଏଲନ୍ ମସ୍କ

October 15, 2026

ଭାରତ ଗସ୍ତରେ ଆସିବେ ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ

October 14, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ବ୍ଲୁମବର୍ଗ ନ୍ୟୁ ଇକୋନୋମି ଫୋରମ୍’କୁ ସମ୍ବୋଧନ

October 13, 2026

ଭାରତର GDP କୁ ରକେଟ୍ ବେଗ ଦେଲା IMF!: ଜାଣନ୍ତୁ କେତେ?

October 13, 2026
Latest News

ଆଇପିଏଲ୍ ଟ୍ରେଡ୍: ସନରାଇଜର୍ସକୁ ଫେରିଲେ ନଟରାଜନ୍

October 15, 2026

୧୬ ରେ ପୁଣି କକ୍‌ରୋଚ୍ ଜନତା ପାର୍ଟିର ବିକ୍ଷୋଭ

October 15, 2026

ଏସ୍‌ଆଇଆର୍‌କୁ ନେଇ ସୁପ୍ରିମକୋର୍ଟରେ ଆଜି ହାଇଭୋଲ୍ଟେଜ୍ ଶୁଣାଣି

October 15, 2026

ୟୁକ୍ରେନରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ୍ ସ୍ପିଡ୍ କମାଇଲେ ଏଲନ୍ ମସ୍କ

October 15, 2026

ଇସ୍ରାଏଲରେ ପାକିସ୍ତାନୀ ପାଇଲଟଙ୍କୁ ନୋ-ଏଣ୍ଟ୍ରି

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.