Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରେମୀ ଯୁଗଳଙ୍କୁ ଫାଶୀଦଣ୍ଡ
ଜାତୀୟ ଖବର

ପ୍ରେମୀ ଯୁଗଳଙ୍କୁ ଫାଶୀଦଣ୍ଡ

October 16, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
A pair of lovers facing the death penalty
A pair of lovers facing the death penalty

ନୂଆଦିଲ୍ଲୀ: ପୁଣି ଏକ ପ୍ରେମୀ ଯୁଗଳଙ୍କୁ ମିଳିଛି ଫାଶୀଦଣ୍ଡ। ସ୍ୱାମୀଙ୍କୁ ହତ୍ୟା କରିବା ଘଟଣାରେ ପତ୍ନୀ ଓ ତା’ ପ୍ରେମିକଙ୍କୁ ମୀରଟର ଗୋଟିଏ କୋର୍ଟ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି। ପତ୍ନୀ ରବିତା ପ୍ରେମିକ ଅମରଦୀପ ସହ ମିଶି ଆକବରପୁର ସାଦାତ ଗାଁରେ ସ୍ୱାମୀ ଅମିତ କଶ୍ୟପଙ୍କୁ ୨୦୨୫ ମସିହା ଏପ୍ରିଲ ୧୨ରେ ହତ୍ୟା କରିଥିଲେ। ଏହାପରେ ତାଙ୍କ ମୃତଦେହ ତଳେ ଗୋଟିଏ ସାପ ଛାଡ଼ି ଦେଇଥିଲେ। ସାପ କାମୁଡ଼ାରେ ଅମିତଙ୍କ ମୃତ୍ୟୁ ହୋଇଥିବା ସେମାନେ ଦେଖାଇବାକୁ ଚେଷ୍ଟା କରିଥିଲେ। ହେଲେ ସେମାନଙ୍କ ସବୁ ଗୁମର ଖୋଲି ଯାଇଛି। ଆଉ ମୀରଟ କୋର୍ଟ ଉଭୟଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି।

ମୀରଟ କୋର୍ଟର ଅତିରିକ୍ତ ଜିଲ୍ଲା ଜଜ-୧୨ ଉଭୟଙ୍କୁ ଏପରି ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାପୂର୍ବରୁ ଅକ୍ଟୋବର ୭ରେ ରବିତା ଓ ଅମନଦୀପକୁ କୋର୍ଟ ହତ୍ୟା ଏବଂ ହତ୍ୟା ଷଡ଼ଯନ୍ତ୍ରରେ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି ଘଟଣାରେ ପୁଲିସ ୫୦୦ ପୃଷ୍ଠାର ଚାର୍ଜଶିଟ୍ ଦାଖଲ କରିଥିଲା। ସେହିପରି କୋର୍ଟ ୧୨ରୁ ଅଧିକ ସାକ୍ଷୀଙ୍କ ବୟାନ ରେକର୍ଡ କରିଥିଲେ। ଦଣ୍ଡ ବିଧାନର ଶୁଣାଣି ବେଳେ ସରକାରୀ ଓକିଲ କେକେ ଚୌବେ ଅମିତ ନିଜ ଯୁକ୍ତିରେ ଦର୍ଶାଇଥିଲେ ଯେ ମୃତଦେହ ତଳୁ ମିଳିଥିବା ସାପ ବିଷାକ୍ତ ନୁହେଁ। ଉକ୍ତ ସାପ କାମୁଡ଼ିବା ଦ୍ୱାରା ମୃତ୍ୟୁ ଅସମ୍ଭବ। ଅମିତଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ମେଡିକାଲ ରିପୋର୍ଟରୁ ସ୍ପଷ୍ଟ ହୋଇଥିବା ଚୌବେ କୋର୍ଟଙ୍କୁ ଜଣାଇଥିଲେ। ପରକୀୟା ପ୍ରୀତି ଯୋଗୁ ଆରମ୍ଭ ହୋଇଥିବା ବିବାଦ କାରଣରୁ ଅମିତଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା ବୋଲି କହି ଚୌବେ ସିଧାସଳଖ ଶବନମ ହତ୍ୟା ମାମଲା, ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ବିଭିନ୍ନ ରାୟ କଥା ଉଠାଇଥିଲେ। ମାମଲାର ଗମ୍ଭୀରତା, ଅପରାଧର ଶୈଳୀ ଓ ଦୋଷୀଙ୍କ ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ଦଣ୍ଡବିଧାନ କରାଯିବା ଦରକାର ବୋଲି ସେ କହିଥିଲେ। ଅନ୍ୟତମ ସରକାରୀ ଓକିଲ ଫରଜାନା ମଧ୍ୟ ଦୁଇ ଦୋଷୀଙ୍କୁ ମୃତ୍ୟଦଣ୍ଡରେ ଦଣ୍ଡିତ କରିବାକୁ ଦାବି କରିଥିଲେ। ଅମିତଙ୍କ ପରିବାର ପକ୍ଷରୁ ମାମଲା ପରିଚାଳନା କରୁଥିବା ବଲରାଜ ସିଂହ ମଧ୍ୟ ସମାନ କଥା ଦୋହରାଇଥିଲେ।ଦଣ୍ଡବିଧାନର ଶୁଣାଣି ବେଳେ ରବିତାକୁ କୋର୍ଟଙ୍କ ନିଷ୍ପତ୍ତି ସମ୍ପର୍କରେ ପଚରା ଯାଇଥିଲା। ସେ କୋର୍ଟଙ୍କ ରାୟକୁ ସମ୍ମାନ କରୁଥିବା କହିଛି। ଏହାପୂର୍ବରୁ ନୀଳ ଡ୍ରମ ହତ୍ୟା ମାମଲାରେ ମଧ୍ୟ ମୁସ୍କାନ ଓ ତା’ ପ୍ରେମିକ ସାହିଲ ଶୁକ୍ଳାକୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଥିଲା।

ପ୍ରେମୀ ଯୁଗଳ ଫାଶୀଦଣ୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

October 16, 2026

୮ ବର୍ଷ ପରେ ଓଡ଼ିଶାରେ ହୋଇଛି ଏବିଭିପିର ବିପୁଳ ବିଜୟ: ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ

October 16, 2026

୧୫ ବର୍ଷରେ ପାଦ ଥାପିଲା ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪

October 16, 2026

ଘରୋଇ କମ୍ପାନୀର ୯ କୋଟି ବକେୟା: ସରକାରୀ ସମ୍ପତ୍ତି ଆଟାଚ୍ ନିର୍ଦ୍ଦେଶ

October 16, 2026
Latest News

ଓଡ଼ିଶାରୁ ବିଦାୟ ନେଲେ ବିଦାୟୀ ରାଜ୍ୟପାଳ

October 16, 2026

ପ୍ରେମୀ ଯୁଗଳଙ୍କୁ ଫାଶୀଦଣ୍ଡ

October 16, 2026

ସ୍ୱର୍ଣ୍ଣ ପଦକ ବିଜୟୀ ଭାରତୀୟ ହକି ଦଳକୁ ଭବ୍ୟ ସମ୍ବର୍ଦ୍ଧନା

October 16, 2026

ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

October 16, 2026

୮ ବର୍ଷ ପରେ ଓଡ଼ିଶାରେ ହୋଇଛି ଏବିଭିପିର ବିପୁଳ ବିଜୟ: ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ

October 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.