Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମର୍ମନ୍ତୁଦ ଦୁର୍ଘଟଣା: ୮ ମୃତ, ୧୫ରୁ ଉର୍ଦ୍ଧ୍ୱ ଗୁରୁତର
ଜାତୀୟ ଖବର

ମର୍ମନ୍ତୁଦ ଦୁର୍ଘଟଣା: ୮ ମୃତ, ୧୫ରୁ ଉର୍ଦ୍ଧ୍ୱ ଗୁରୁତର

October 17, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Tragic accident: 8 dead, over 15 critically injured

କୋଟା: ରାଜସ୍ଥାନର କୋଟା ଜିଲ୍ଲାସ୍ଥିତ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ମଧ୍ୟପ୍ରଦେଶରୁ ଯାତ୍ରୀମାନଙ୍କୁ ନେଇ ଜୟପୁର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ଗାଡ଼ି ନିୟନ୍ତ୍ରଣ ହରାଇ ଡିଭାଇଡର ଭାଙ୍ଗିବା ସହ ପ୍ରାୟ ୨୦ ଫୁଟ ତଳେ ଥିବା ଏକ ଷ୍ଟର୍ମ ଡ୍ରେନ୍ ଭିତରକୁ ଖସିପଡ଼ିଥିଲା। ଆଜି ସକାଳ ପ୍ରାୟ ୭ଟା ସମୟରେ ସିମିଲିଆ ପୁଲିସ ଷ୍ଟେସନ ଅଞ୍ଚଳସ୍ଥିତ କରାଡିଆ ଟୋଲ୍ ପ୍ଲାଜା ଅତିକ୍ରମ କରିବା ପରେ ସୁଲତାନପୁର ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଘଟଣା ସ୍ଥଳରେ ୮ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଦ୍ରୁତ ଗତିରେ ଗାଡ଼ି ଚାଲୁଥିବା ବେଳେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଗାଡ଼ିଟି ଉପରୁ ନିୟନ୍ତ୍ରଣ ହଟିଯାଇଥିଲା ଏବଂ ଧକ୍କା ଏତେ ତୀବ୍ର ଥିଲା ଯେ ଗାଡ଼ିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୁରମାର୍ ହୋଇଯାଇଥିଲା। ଦୁର୍ଘଟଣା ପରେ ଏକ୍ସପ୍ରେସୱେରେ ପ୍ରବଳ ଭିଡ଼ ଜମିଥିବାବେଳେ ଖବର ପାଇ ସିମିଲିଆ ପୁଲିସ ଷ୍ଟେସନ ଅଧିକାରୀ ନନ୍ଦ ସିଂହଙ୍କ ନେତୃତ୍ୱରେ ପୁଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଡ୍ରେନ୍ ଭିତରୁ ଆହତ ଓ ମୃତକମାନଙ୍କୁ ଉଦ୍ଧାର କରିଥିଲେ। ସମସ୍ତ ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ କୋଟାର ନ୍ୟୁ ମେଡିକାଲ କଲେଜ ହସ୍ପିଟାଲ ଏବଂ ଏମବିଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି ଏବଂ ପୁଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

କୋଟା ମର୍ମନ୍ତୁଦ ଦୁର୍ଘଟଣା ରାଜସ୍ଥାନ
Share. Facebook Twitter LinkedIn Email WhatsApp Copy Link

Related Posts

ପଞ୍ଜାବ ଓପିନିୟନ ପୋଲ୍: ଆପ୍-କଂଗ୍ରେସ ମଧ୍ୟରେ କଡ଼ା ଟକ୍କର, ଜାଣନ୍ତୁ ବିଜେପି ର ସ୍ଥିତି

October 17, 2026

ଦେଶବିରୋଧୀଙ୍କୁ କଡ଼ା ଜବାବ ଦେଲେ ଯୁବ ଶକ୍ତି: ଓଡିଶା କଲେଜ ନିର୍ବାଚନ ଉପରେ ଅମିତ ଶାହଙ୍କ ବଡ଼ ବୟାନ

October 17, 2026

ଟିମ୍ ଇଣ୍ଡିଆରୁ ବାଦ ପଡ଼ିଲେ ଭୁବନେଶ୍ୱର କୁମାର: ତାଙ୍କ ସ୍ଥାନ ନେଲେ ଏହି ଷ୍ଟାର ବୋଲର

October 17, 2026

ସିଜେପି ପ୍ରୋଟେଷ୍ଟକୁ ନେଇ ଆମେରିକାରେ ହଲଚଲ: ରୁବିଓଙ୍କୁ ଚିଠି ଲେଖିଲେ ୬ ଡେମୋକ୍ରାଟ୍ ସାଂସଦ

October 17, 2026
Latest News

ପଞ୍ଜାବ ଓପିନିୟନ ପୋଲ୍: ଆପ୍-କଂଗ୍ରେସ ମଧ୍ୟରେ କଡ଼ା ଟକ୍କର, ଜାଣନ୍ତୁ ବିଜେପି ର ସ୍ଥିତି

October 17, 2026

ଦେଶବିରୋଧୀଙ୍କୁ କଡ଼ା ଜବାବ ଦେଲେ ଯୁବ ଶକ୍ତି: ଓଡିଶା କଲେଜ ନିର୍ବାଚନ ଉପରେ ଅମିତ ଶାହଙ୍କ ବଡ଼ ବୟାନ

October 17, 2026

ଟିମ୍ ଇଣ୍ଡିଆରୁ ବାଦ ପଡ଼ିଲେ ଭୁବନେଶ୍ୱର କୁମାର: ତାଙ୍କ ସ୍ଥାନ ନେଲେ ଏହି ଷ୍ଟାର ବୋଲର

October 17, 2026

ମର୍ମନ୍ତୁଦ ଦୁର୍ଘଟଣା: ୮ ମୃତ, ୧୫ରୁ ଉର୍ଦ୍ଧ୍ୱ ଗୁରୁତର

October 17, 2026

ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ

October 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.