Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»Puja Magazine: ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଦ୍ବାରା ଉନମୋଚିତ ହେଲା ବିଶ୍ବମୁକ୍ତି ପତ୍ରିକାର ପୂଜା ବିଶେଷାଙ୍କ
ବିଶେଷ ଖବର

Puja Magazine: ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଦ୍ବାରା ଉନମୋଚିତ ହେଲା ବିଶ୍ବମୁକ୍ତି ପତ୍ରିକାର ପୂଜା ବିଶେଷାଙ୍କ

October 18, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Puja Magazine
Puja Magazine: ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଦ୍ବାରା ଉନମୋଚିତ ହେଲା ବିଶ୍ବମୁକ୍ତି ପତ୍ରିକାର ପୂଜା ବିଶେଷାଙ୍କ

Puja Magazine: ଆଜି ମାସିକ ବିଶ୍ବମୁକ୍ତି ପତ୍ରିକାର ପୂଜା ବିଶେଷାଙ୍କ ଉନମୋଚିତ ହୋଇଯାଛି। ପୂର୍ତ୍ତ, ଆଇନି ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହି ପତ୍ରିକାକୁ ଉନମୋଚନ କରିଛନ୍ତି। ମନ୍ତ୍ରୀଙ୍କ ସରକାରୀ ବାସଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଉତ୍ସବରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ କିଟ୍ କିସ୍ ର ପ୍ରତିଷ୍ଠାତା ଡ ଅଚ୍ୟୁତ ସାମନ୍ତ। ଏହି ପୂଜା ବିଶେଷାଙ୍କର ଆଭିମୁଖ୍ୟ ସଂପର୍କରେ ବର୍ଣ୍ଣାନା କରିଥିଲେ ପତ୍ରିକାର ସଂପାଦକ ଡ ଶଶାଙ୍କ ଚୂଡାମଣି।

ଏଥର ବିଶ୍ବମୁକ୍ତି ପୂଜା ପତ୍ରିକାରେ ପ୍ରଖ୍ୟାତ ସଂଗୀତଜ୍ଞ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ବିଶେଷ ଆଲେଖ୍ୟ ପ୍ରକାଶିତ ହୋଇଛି। ଯାହାକୁ ଲେଖିଛନ୍ତି ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ। ସେହିପରି ବିଶିଷ୍ଠ ଚିତ୍ରକର ଜଗଦିଶ କାନୁନଗୋଙ୍କ ଉପରେ ରମାକାନ୍ତ ସାମନ୍ତରାୟଙ୍କ ଲେଖା ପ୍ରକାଶିତ ହୋଇଛି। ଏଥିରେ ୧୪ ଟି ପ୍ରବନ୍ଧ ଏବଂ ୨୧ଟି ଗଳ୍ପ ପ୍ରକାଶିତ ହୋଇଛି। ସେହିପରି ୬୩ ଟି କବିତା ମଧ୍ୟ ପ୍ରକାଶିତ ହୋଇଛି। ଏଥିରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଲିଖିତ କବିତା ପୁସ୍ତକ ଉଠିବ କି ଜାତିର କଙ୍କାଳ ର ସମୀକ୍ଷା କରାଯାଇଛି। ଏହାକୁ ସମୀକ୍ଷା କରିଛନ୍ତି ଅଧ୍ୟାପକ ଚିନ୍ମୟ ରାୟ।

ଏହି ଅବସରରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ ଯେ, ସମ୍ପାଦକ ତଥା ଲେଖକ ଶ୍ରୀ ଶଶାଙ୍କ ଚୂଡ଼ାମଣିଙ୍କ ସମ୍ପାଦିତ ‘ବିଶ୍ୱମୁକ୍ତି’ ପତ୍ରିକାର ଓଡ଼ିଆ ଓ ହିନ୍ଦୀ ସଂସ୍କରଣର ଶାରଦୀୟ ବିଶେଷାଙ୍କ ଉନ୍ମୋଚନ କରି ଅତ୍ୟନ୍ତ ଆନନ୍ଦିତ। ଭାଷା ହେଉଛି ଆମ ଜାତିର ପରିଚୟ ଏବଂ ସାହିତ୍ୟ ହେଉଛି ଆମ ସଂସ୍କୃତି, ପରମ୍ପରା ଓ ମୂଲ୍ୟବୋଧର ଜୀବନ୍ତ ପ୍ରତିଫଳନ। ଓଡ଼ିଆ ଭାଷା ଓ ସାହିତ୍ୟର ଗୌରବକୁ ଜାତୀୟ ତଥା ବିଶ୍ୱସ୍ତରରେ ପହଞ୍ଚାଇବା ସହ ଆମର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ପ୍ରଚାରପ୍ରସାର ଦିଗରେ ‘ବିଶ୍ୱମୁକ୍ତି’ର ଏହି ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସନୀୟ।

ସେ ଆହୁରି କହିଥିଲେ ଯେ, ଏକ ବୃହତ୍ ଲକ୍ଷ୍ୟର ସଫଳତା ପାଇଁ ପ୍ରତ୍ୟେକଙ୍କର ଛୋଟ ଛୋଟ ଅବଦାନ ମଧ୍ୟ ଅତ୍ୟନ୍ତ ମୂଲ୍ୟବାନ। ଆମ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ସହ ଏହାକୁ ଆଗାମୀ ପିଢ଼ି ପାଇଁ ଆହୁରି ସମୃଦ୍ଧ କରିବା ଆମ ସମସ୍ତଙ୍କର ଦାୟିତ୍ୱ। ମା’ ଦୁର୍ଗା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର ଆଶୀର୍ବାଦରୁ ଏହି ସାହିତ୍ୟିକ ପ୍ରୟାସ ନିରନ୍ତର ଆଗକୁ ବଢ଼ୁ ଏବଂ ଓଡ଼ିଆ ଭାଷାର ଗୌରବ ବିଶ୍ୱଦରବାରରେ ଅଧିକରୁ ଅଧିକ ପ୍ରତିଷ୍ଠିତ ହେଉ, ଏହା ହିଁ କାମନା। ଏହି ଉତ୍ସବରେ ବହୁ ସାହିତ୍ୟିକ, ପ୍ରଫେସର ଏବଂ ବିଶିଷ୍ଠ ବ୍ୟକ୍ତିମାନେ ଯୋଗଦେଇଥିଲେ।

Puja Magazine ଡ ଶଶାଙ୍କ ଚୂଡାମଣି ଡ.ଅଚ୍ୟୁତ ସାମନ୍ତ ପୂଜା ପତ୍ରିକା ବିଶ୍ବମୁକ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

Twin City Durga Puja: କଟକ ଭୁବନେଶ୍ବରରେ ଧୂମଧାମରେ ଚାଲିଛି ଦୁର୍ଗାପୂଜା, ଚାରିଆଡେ ଉତ୍ସବର ପରିବେଶ

October 18, 2026

Durga Puja in Assam: ଆସାମର ବାରକ ଉପତ୍ୟକାର ଦୁର୍ଗା ପାଲଟିଛି ଏକ ବିରଳ ଉଦାହରଣ

October 18, 2026

ଫ୍ରାନ୍ସରେ ହିଂସା ଓ ଅରାଜକତା: ୧୨୦୦ରୁ ଅଧିକ ଗିରଫ

October 18, 2026

ରେଳ ଧାରଣା ଉପରେ ହାତୀଙ୍କ ଡେରା, ଠପ୍ ହେଲା ଟ୍ରେନ୍ ଚଳାଚଳ

October 18, 2026
Latest News

Twin City Durga Puja: କଟକ ଭୁବନେଶ୍ବରରେ ଧୂମଧାମରେ ଚାଲିଛି ଦୁର୍ଗାପୂଜା, ଚାରିଆଡେ ଉତ୍ସବର ପରିବେଶ

October 18, 2026

Durga Puja in Assam: ଆସାମର ବାରକ ଉପତ୍ୟକାର ଦୁର୍ଗା ପାଲଟିଛି ଏକ ବିରଳ ଉଦାହରଣ

October 18, 2026

Puja Magazine: ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଦ୍ବାରା ଉନମୋଚିତ ହେଲା ବିଶ୍ବମୁକ୍ତି ପତ୍ରିକାର ପୂଜା ବିଶେଷାଙ୍କ

October 18, 2026

ଫ୍ରାନ୍ସରେ ହିଂସା ଓ ଅରାଜକତା: ୧୨୦୦ରୁ ଅଧିକ ଗିରଫ

October 18, 2026

ରେଳ ଧାରଣା ଉପରେ ହାତୀଙ୍କ ଡେରା, ଠପ୍ ହେଲା ଟ୍ରେନ୍ ଚଳାଚଳ

October 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.