Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜନୈତିକ ହିଂସାକାଣ୍ଡ: ବିଜେପି ସମର୍ଥକଙ୍କୁ ନିର୍ମମ ହତ୍ୟା, ଗୋଷ୍ଠୀ ସଂଘର୍ଷରେ ୬ ଆହତ
ବିଶେଷ ଖବର

ରାଜନୈତିକ ହିଂସାକାଣ୍ଡ: ବିଜେପି ସମର୍ଥକଙ୍କୁ ନିର୍ମମ ହତ୍ୟା, ଗୋଷ୍ଠୀ ସଂଘର୍ଷରେ ୬ ଆହତ

October 22, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
BJP worker hacked and shot dead in Malda, West Bengal; 6 injured in group clash
BJP worker hacked and shot dead in Malda, West Bengal; 6 injured in group clash

କୋଲକାତା: ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ପୁଣି ଥରେ ରାଜନୈତିକ ହିଂସା ଭୟାନକ ରୂପ ନେଇଛି। ଇଂଲିଶ ବଜାର ଥାନା ଅନ୍ତର୍ଗତ ରାମକେଲି ଅଞ୍ଚଳରେ ୩୫ ବର୍ଷୀୟ ବିଜେପି ସମର୍ଥକ ସମୀର ଘୋଷଙ୍କୁ ଅତ୍ୟନ୍ତ ନୃଶଂସ ଭାବେ ହତ୍ୟା କରାଯାଇଛି। ବୁଧବାର ସନ୍ଧ୍ୟାରେ (ବିଜୟା ଦଶମୀ ରାତି) ଯେତେବେଳେ ସମଗ୍ର ଅଞ୍ଚଳ ମୂର୍ତ୍ତି ବିସର୍ଜନ ଉତ୍ସବରେ ବ୍ୟସ୍ତ ଥିଲା, ସେହି ସମୟରେ କିଛି ଦୁର୍ବୃତ୍ତ ସମୀରଙ୍କୁ ପ୍ରଥମେ ଧାରୁଆ ଅସ୍ତ୍ରରେ ନିର୍ମମ ଭାବେ ଆକ୍ରମଣ କରିବା ସହ ପରେ ପାଖରୁ ଦୁଇପଟ ଗୁଳି ମାରି ହତ୍ୟା କରିଥିଲେ। ଘଟଣାସ୍ଥଳରେ ହିଁ ସମୀରଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

ଏହି ହତ୍ୟାକାଣ୍ଡ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ଦୁଇ ଗୋଷ୍ଠୀ ମଧ୍ୟରେ ତୀବ୍ର ସଂଘର୍ଷ ଆରମ୍ଭ ହୋଇଯାଇଥିଲା। ଏହି ସଂଘର୍ଷରେ ଅନ୍ତତଃ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ମାଲଦା ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଯୋଗାଇ ଦିଆଯାଉଛି। ମୃତ ସମୀର ଘୋଷଙ୍କ ପରିବାର ଓ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ବିରୋଧୀ ରାଜନୈତିକ ଦଳର କର୍ମୀ ଓ ସମର୍ଥକମାନେ ହିଁ ସଙ୍ଗଠିତ ଭାବେ ଏହି ହତ୍ୟାକାଣ୍ଡ ଭିଆଇଛନ୍ତି। ମୃତକଙ୍କ ଭାଇଙ୍କ କହିବା ଅନୁସାରେ, ବିଜେପି ସହ ଜଡ଼ିତ ଥିବାରୁ ସମୀରଙ୍କୁ ଦୀର୍ଘ ଦିନ ହେବ ବିଭିନ୍ନ ପ୍ରକାରର ଧମକ ଦିଆଯାଉଥିଲା ଏବଂ ଅଞ୍ଚଳ ଛାଡ଼ିବା ପାଇଁ ଚାପ ପକାଯାଉଥିଲା। ଭୟରେ ସେ ପ୍ରାୟତଃ ଘରେ ରହୁଥିଲେ, ମାତ୍ର ବୁଧବାର ସନ୍ଧ୍ୟାରେ ସେ ଘରେ ଏକାକୀ ଥିବା ସୁଯୋଗ ନେଇ ୧୦ରୁ ୧୧ ଜଣ ଦୁର୍ବୃତ୍ତ ଘରେ ପଶି ଆକ୍ରମଣ କରିଥିଲେ।

ଘଟଣାର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସର ବରିଷ୍ଠ ଅଧିକାରୀମାନେ ବୃହତ୍ ପୋଲିସ ବାହିନୀ ସହ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛନ୍ତି। ଶାନ୍ତି ବଜାୟ ରଖିବା ପାଇଁ ସମ୍ପୃକ୍ତ ଅଞ୍ଚଳରେ ବ୍ୟାପକ ପୋଲିସ ମୋତୟନ କରାଯାଇଛି। ପୋଲିସ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ମୃତକଙ୍କ ପରିବାରର ବୟାନ ଆଧାରରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ପ୍ରକ୍ରିୟା ଜୋରଦାର କରିଛି।

ପଶ୍ଚିମବଙ୍ଗ ବିଜେପି ରାଜନୈତିକ ହିଂସାକାଣ୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

ରାହୁଲଙ୍କୁ ଅମିତ ଶାହାଙ୍କ ଚେତାବନୀ : ୩୦ ବର୍ଷ ଯାଏଁ କ୍ଷମତାକୁ ଆସିପାରିବନି କଂଗ୍ରେସ

October 22, 2026

ଇନଷ୍ଟାଗ୍ରାମରେ ଡେବ୍ୟୁ କଲେ ସୋନିଆ ଗାନ୍ଧୀ: ଆସନ୍ତା ନଭେମ୍ବରରେ ଆସୁଛି ଆତ୍ମଜୀବନୀ ‘ବେଲଙ୍ଗିଂ’

October 22, 2026

ଚିନି ଆମଦାନୀ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି: ଡିସେମ୍ବର ୩୧ ଯାଏଁ ବଢ଼ିଲା ଡେଡ୍‌ଲାଇନ୍‌, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ

October 22, 2026

୨୩ରୁ ଅହମଦାବାଦରେ ରାଜ୍ୟଗୋଷ୍ଠୀ କବାଡ଼ି ଚାମ୍ପିଅନ୍‌ଶିପ୍‌

October 22, 2026
Latest News

ରାହୁଲଙ୍କୁ ଅମିତ ଶାହାଙ୍କ ଚେତାବନୀ : ୩୦ ବର୍ଷ ଯାଏଁ କ୍ଷମତାକୁ ଆସିପାରିବନି କଂଗ୍ରେସ

October 22, 2026

ଇନଷ୍ଟାଗ୍ରାମରେ ଡେବ୍ୟୁ କଲେ ସୋନିଆ ଗାନ୍ଧୀ: ଆସନ୍ତା ନଭେମ୍ବରରେ ଆସୁଛି ଆତ୍ମଜୀବନୀ ‘ବେଲଙ୍ଗିଂ’

October 22, 2026

ରାଜନୈତିକ ହିଂସାକାଣ୍ଡ: ବିଜେପି ସମର୍ଥକଙ୍କୁ ନିର୍ମମ ହତ୍ୟା, ଗୋଷ୍ଠୀ ସଂଘର୍ଷରେ ୬ ଆହତ

October 22, 2026

ଗ୍ରାମପଞ୍ଚାୟତର ଉନ୍ନତିକରଣ ପାଇଁ ଯୁବକଙ୍କ ଆଲେଚନା ଚକ୍ର

October 22, 2026

ଚିନି ଆମଦାନୀ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି: ଡିସେମ୍ବର ୩୧ ଯାଏଁ ବଢ଼ିଲା ଡେଡ୍‌ଲାଇନ୍‌, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ

October 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.