ମୁମ୍ବାଇ: ପଞ୍ଜାବୀ ଅଭିନେତ୍ରୀ, ମଡେଲ ଓ ଗାୟିକା ସାରା ଗୁରପାଲ ରିଆଲିଟି ଶୋ’ ‘ରାଇଜ୍ ଆଣ୍ଡ୍ ଫଲ୍-୨’ରୁ ବାହାର ହୋଇଛନ୍ତି। କମ୍ ଭୋଟ୍ ପାଇଁ ତାଙ୍କୁ ଶୋ’ରୁ ବାହାର କରିଦିଆଯାଇଛି। ଶୋ’ରେ ତାଙ୍କର ବେବାକ୍ ଅନ୍ଦାଜ୍ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା। କିନ୍ତୁ ବାହାରେ ଆସିବା ପରେ ସେ ଏକ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସୋସିଆଲ ମିଡିଆରେ ତାଙ୍କୁ ଲଗାତାର ରେପ୍ ଓ ଜୀବନରୁ ମାରିଦେବାର ଧମକ ମିଳୁଛି, ଏପରିକି ତାଙ୍କ ପରିବାରକୁ ବି ଟାର୍ଗେଟ କରାଯାଉଛି।
ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ସାରା ଲେଖିଛନ୍ତି: “ରାଇଜ୍ ଆଣ୍ଡ୍ ଫଲ୍ ଏକ ଅଲଗା ଅନୁଭୂତି ଥିଲା, କିନ୍ତୁ ବାହାରେ ଆସିବା ପରେ ସୋସିଆଲ ମିଡିଆରେ ଯାହା ଦେଖୁଛି ତାହା ବହୁତ ଆଶ୍ଚର୍ଯ୍ୟ ଓ ଘୃଣ୍ୟ। ଆପଣ ମୋ ମତ ସହ ସହମତ ହୁଅନ୍ତୁ ବା ନ ହୁଅନ୍ତୁ, ମୋତେ ଓ ମୋ ପରିବାରକୁ ରେପ୍ ଓ ହତ୍ୟା ଧମକ ଦେବା ଏବଂ ଶରୀରକୁ ନେଇ ଖରାପ ମନ୍ତବ୍ୟ ଦେବା ଅତ୍ୟନ୍ତ ଲଜ୍ଜାଜନକ।” “ଏଭଳି କାୟର ଟ୍ରୋଲଙ୍କ ବିରୋଧରେ କଠୋର ଲିଗାଲ ଆକ୍ସନ ନିଆଯିବ। ଆପଣଙ୍କୁ ଲଜ୍ଜା ଆସିବା ଉଚିତ୍!”
ସାରା ଗୁରପାଲ କିଏ?:
ସାରା ଗୁରପାଲ ପଞ୍ଜାବୀ ଫିଲ୍ମ ‘ମଞ୍ଜେ ବିସ୍ତରେ’ ଓ ‘ଶୱା ନୀ ଗିରଧାରୀ ଲାଲ’ର ଅଭିନେତ୍ରୀ। ବିଗ୍ ବସ୍ ୧୪ର ପ୍ରତିଯୋଗୀ ମଧ୍ୟ ଥିଲେ। ରାଇଜ୍ ଆଣ୍ଡ୍ ଫଲ୍ ରେ ଗୌତମ ଗୁଲାଟୀ ଓ ପ୍ରିୟାଙ୍କା ଚାହର ଚୌଧୁରୀଙ୍କ ସହ ଝଗଡ଼ାକୁ ନେଇ ଚର୍ଚ୍ଚାରେ ଥିଲେ।


