Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ଏସ୍‌ଆର୍‌ସିଙ୍କ ସହ ଆଲୋଚନା କଲେ ମୁଖ୍ୟ ଶାସନ ସଚିବ
ବିଶେଷ ଖବର

ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ଏସ୍‌ଆର୍‌ସିଙ୍କ ସହ ଆଲୋଚନା କଲେ ମୁଖ୍ୟ ଶାସନ ସଚିବ

October 28, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Chief Secretary held discussions with the SRC regarding restoration work.
Chief Secretary held discussions with the SRC regarding restoration work.

ଭୁବନେଶ୍ୱର : ବାତ୍ୟା “ଅର୍ଣ୍ଣବ”ର ଓଡ଼ିଶାରେ ପ୍ରଭାବ ସଂପର୍କିତ ସ୍ଥିତି, ଏହାକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତି ଏବଂ ବିପର୍ଯ୍ୟୟ ପରବର୍ତ୍ତୀ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆରସି)ଙ୍କ କାର୍ଯ୍ୟାଳୟରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବୁଧବାର ସମୀକ୍ଷା କରିଛନ୍ତି। ଏ ସଂପର୍କରେ ଏସ୍‌ଆରସି ରାଜେଶ ପ୍ରଭାକର ପାଟିଲ, ମୁଖ୍ୟ ଶାସନ ସଚିବଙ୍କୁ ସବିଶେଷ ଅବଗତ କରାଇଥିଲେ। ଏହି ବୈଠକରେ ବାତ୍ୟା ପୂର୍ବ ପ୍ରସ୍ତୁତି ଏବଂ ଜରୁରୀକାଳୀନ ପଦକ୍ଷେପଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ବାତ୍ୟାର ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ସମ୍ଭାବ୍ୟ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ସଂପର୍କରେ ଏସଆରସି ଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା। “ଶୂନ୍ୟ ଜୀବନହାନି’କୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତ୍ୟକ୍ଷ ସମୀକ୍ଷା ଆଧାରରେ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟ କରାଯାଉଛି। ସମସ୍ତ ଜିଲ୍ଲା ନିୟନ୍ତ୍ରଣ କକ୍ଷ ୨୪ ଘଣ୍ଟା କାର୍ଯ୍ୟକ୍ଷମ ରହିଥିବା ବେଳେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ପ୍ରଭାବିତ ଅଞ୍ଚଳରେ ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ୮ଟି ପ୍ରଭାବିତ ଜିଲ୍ଲାରେ ୩୨୪ଟି ସକ୍ରିୟ ଆଶ୍ରୟସ୍ଥଳରେ ୩୧,୨୫୫ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି ।

ରାଜ୍ୟରେ ମୋଟ ୨,୦୬୭ଟି (୧୪୧ ସ୍ଥାୟୀ + ୧,୯୨୬ ଅସ୍ଥାୟୀ) ଆଶ୍ରୟସ୍ଥଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଛି। ଚିହ୍ନଟ ହୋଇଥିବା ୪,୧୩୯ ଜଣ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୨,୨୪୫ ଜଣଙ୍କୁ ନିକଟସ୍ଥ ହସ୍ପିଟାଲ ଓ ସ୍ୱାସ୍ଥ୍ୟକେନ୍ଦ୍ରକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ସମୁଦ୍ରରୁ ୧୧,୯୫୫ ଓ ଚିଲିକାରୁ ୭,୧୮୮ ଏହିଭଳି ମୋଟ ୧୯,୧୪୩ଟି ମାଛଧରା ଡଙ୍ଗାକୁ ସୁରକ୍ଷିତ ଭାବେ କୂଳକୁ ଅଣାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଜି ସକାଳ ୮.୩୦ ସୁଦ୍ଧା ରାଜ୍ୟରେ ହାରାହାରି ୨୩.୯ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ୧୪ଟି ବ୍ଲକ୍ ଏବଂ ୩ଟି ସହରାଞ୍ଚଳରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଛି । ସର୍ବାଧିକ ବର୍ଷା ହୋଇଥିବା ବ୍ଲକ୍ ମଧ୍ୟରୁ କୋରାପୁଟର ପଟ୍ଟାଙ୍ଗି (୧୮୮.୦ ମିମି), ଗଜପତିର ମୋହନା (୧୮୨.୪ ମିମି), ଗଞ୍ଜାମ ବ୍ଲକ୍ (୧୬୧.୪ ମିମି), ଛତ୍ରପୁର (୧୫୪.୬ ମିମି) ଏବଂ ସିମିଳିଗୁଡ଼ା (୧୪୩.୧ ମିମି)। ଜିଲ୍ଲାଗୁଡିକରେ ହାରାହାରି ବର୍ଷା ମଧ୍ୟରେ ଗଜପତି (୧୨୧.୨ ମିମି), ଗଞ୍ଜାମ (୮୩.୧ ମିମି), କୋରାପୁଟ (୬୧.୦ ମିମି) ଏବଂ ପୁରୀ (୫୪.୨ ମିମି) ରହିଛି ।

ସାରା ରାଜ୍ୟରେ ମୋଟ ୬୨ଟି ଓଡ୍ରାଫ୍‌, ୯ଟି ଏନ୍‌ଡିଆର୍‌ଏଫ୍ ଏବଂ ୨୪୪ଟି ଅଗ୍ନିଶମ ସେବା ଟିମ୍ ମୁତୟନ ହୋଇଛନ୍ତି । ଏଥିସହିତ ୧,୫୧୦ଟି ପାୱାର ଚେନ୍‌-ସ’, ୨୨୫ଟି ଟୋଇଂ ଟେଣ୍ଡର, ୧୧୦ଟି ଡଙ୍ଗା, ୧୩୫ ଟି ଜଳ ନିଷ୍କାସନ ପମ୍ପ ଓ ୨୨୫ଟି ଟାୱାର ଲାଇଟ୍ ମୁତୟନ ଅଛି। ବାତ୍ୟା ପ୍ରଭାବିତ ୮ଟି ଜିଲ୍ଲା ପାଇଁ ସରକାର ୧୯ କୋଟି ଟଙ୍କାର ରିଲିଫ୍ ସହାୟତା ମଞ୍ଜୁର କରିଛନ୍ତି। ଗଞ୍ଜାମ ଜିଲ୍ଲାକୁ ୫ କୋଟି ଏବଂ ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳକୁ ୨ କୋଟି ଲେଖାଏଁ ପ୍ରଦାନ କରାଯାଇଛି। ଚୁଡ଼ା, ଗୁଡ଼, ଚାଉଳ, ବିସ୍କୁଟ୍‌, ପଲିଥିନ୍ ଏବଂ ଆଣ୍ଟି-ସର୍ପ ଭେନମ୍ ଯଥେଷ୍ଟ ପରିମାଣରେ ମହଜୁଦ ରଖାଯାଇଛି। ଟିପିଏସ୍‌ଓଡିଏଲ ଅଧୀନରେ ପ୍ରଭାବିତ ୨୦,୧୯,୧୨୪ ଗ୍ରାହକଙ୍କ ମଧ୍ୟରୁ ୬୫.୪୧% (୧୩,୨୦,୭୦୫ ଜଣ) ଙ୍କୁ ବିଦ୍ୟୁତ୍ ସଂଯୋଗ ପୁନରୁଦ୍ଧାର କରାଯାଇସାରିଛି। ଗଜପତିରେ ସର୍ବାଧିକ ୮୧.୧୬% ଏବଂ ମାଲକାନଗିରିରେ ୭୧.୬୧% ବିଦ୍ୟୁତ୍ ସେବା ସ୍ୱାଭାବିକ ହୋଇଛି।

ବାତ୍ୟା ‘ଅର୍ଣ୍ଣବ’ ମୁଖ୍ୟ ଶାସନ ସଚିବ
Share. Facebook Twitter LinkedIn Email WhatsApp Copy Link

Related Posts

ବିଶୃଙ୍ଖଳିତ ଆଚରଣ ପାଇଁ ସିଏମ୍‌ଙ୍କ ଆକ୍ସନ, ୩ ଅଧ୍ୟାପକ ନିଲମ୍ୱିତ

October 28, 2026

ଚାମେଲିଙ୍କ ବିରୋଧରେ ଅନାସ୍ଥା ଅସିଦ୍ଧ

October 28, 2026

ନଭେମ୍ବର ୧୮ରୁ ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ

October 28, 2026

କଣ୍ଟ୍ରୋଲ ରୁମ୍‌ରେ ବାତ୍ୟା ‘ଅର୍ଣ୍ଣବ’ର ସ୍ଥିତି ଓ ପରିଚାଳନା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

October 28, 2026
Latest News

ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ଏସ୍‌ଆର୍‌ସିଙ୍କ ସହ ଆଲୋଚନା କଲେ ମୁଖ୍ୟ ଶାସନ ସଚିବ

October 28, 2026

ବିଶୃଙ୍ଖଳିତ ଆଚରଣ ପାଇଁ ସିଏମ୍‌ଙ୍କ ଆକ୍ସନ, ୩ ଅଧ୍ୟାପକ ନିଲମ୍ୱିତ

October 28, 2026

ଚାମେଲିଙ୍କ ବିରୋଧରେ ଅନାସ୍ଥା ଅସିଦ୍ଧ

October 28, 2026

ବାରାଣସୀରେ ସପାର ବାଜିମାତ୍‌, ଅଖିଳେଶଙ୍କ କଟାକ୍ଷରେ ରାଜନୀତି ଗରମ

October 28, 2026

ନଭେମ୍ବର ୧୮ରୁ ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ

October 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.