Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପୁଣି ବଡ଼ ଝଟକା!: ଟିମ୍ ରେ ବି ମିଳିଲାନି ଜାଗା, ପ୍ରତ୍ୟାବର୍ତ୍ତନକୁ ନେଇ ବଢ଼ିଲା ସସପେନ୍ସ
ଆଜିର ଖବର

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପୁଣି ବଡ଼ ଝଟକା!: ଟିମ୍ ରେ ବି ମିଳିଲାନି ଜାଗା, ପ୍ରତ୍ୟାବର୍ତ୍ତନକୁ ନେଇ ବଢ଼ିଲା ସସପେନ୍ସ

November 7, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପୁଣି ବଡ଼ ଝଟକା!: ଟିମ୍ ରେ ବି ମିଳିଲାନି ଜାଗା, ପ୍ରତ୍ୟାବର୍ତ୍ତନକୁ ନେଇ ବଢ଼ିଲା ସସପେନ୍ସ
ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପୁଣି ବଡ଼ ଝଟକା!: ଟିମ୍ ରେ ବି ମିଳିଲାନି ଜାଗା, ପ୍ରତ୍ୟାବର୍ତ୍ତନକୁ ନେଇ ବଢ଼ିଲା ସସପେନ୍ସ

ନୂଆଦିଲ୍ଲୀ: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର ଆସିଛି। ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଅପେକ୍ଷା ଆହୁରି ଲମ୍ବିବାକୁ ଯାଉଛି। ଟିମ୍ ଇଣ୍ଡିଆ ପରେ ଏବେ ଘରୋଇ ଟିମ୍ ବଡ଼ୋଦା ଦଳରେ ମଧ୍ୟ ତାଙ୍କୁ ସ୍ଥାନ ମିଳିନାହିଁ।

ଆସନ୍ତା ୧୪ ନଭେମ୍ବରରୁ ଭାରତର ଘରୋଇ ଟି-୨୦ ଟୁର୍ଣ୍ଣାମେଣ୍ଟ ସୈୟଦ ମୁସ୍ତାକ ଅଲି ଟ୍ରଫି ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ବଡ଼ୋଦା ଦଳ ଘୋଷଣା କରାଯାଇଛି। ହାର୍ଦ୍ଦିକଙ୍କ ଭାଇ କ୍ରୁଣାଲ ପାଣ୍ଡ୍ୟା ଦଳର ନେତୃତ୍ୱ ନେବେ। କିନ୍ତୁ ଏହି ଦଳରେ ହାର୍ଦ୍ଦିକଙ୍କ ନାଁ ନାହିଁ।

କିଛି ଦିନ ପୂର୍ବରୁ ଆଶା କରାଯାଉଥିଲା ଯେ, ହାର୍ଦ୍ଦିକ ଏହି ଟୁର୍ଣ୍ଣାମେଣ୍ଟ ମାଧ୍ୟମରେ ପ୍ରତ୍ୟାବର୍ତ୍ତନ କରିପାରନ୍ତି। କିନ୍ତୁ ଏବେ ସେ ଆଶା ମଉଳି ଯାଇଛି। ବର୍ତ୍ତମାନ ସେ ଆଘାତରୁ ସୁସ୍ଥ ହେବା ପାଇଁ ରିହାବ୍ ପ୍ରକ୍ରିୟାରେ ଅଛନ୍ତି। ତାଙ୍କ ପ୍ରତ୍ୟାବର୍ତ୍ତନ କେବେ ହେବ, ସେ ନେଇ ଏଯାଏଁ କୌଣସି ସକାରାତ୍ମକ ଖବର ଆସିନାହିଁ।

ଅନ୍ୟପଟେ ବଡ଼ୋଦା ପାଇଁ ଖୁସି ଖବର ହେଉଛି, ଦଳରେ ଜିତେଶ ଶର୍ମା, ଦୀପକ ହୁଡ୍ଡା ଏବଂ ରସିଖ ସଲାମ ଡାର୍ ଙ୍କ ଭଳି ନାମୀ ଖେଳାଳି ରହିଛନ୍ତି।

ସୂଚନା ଥାଉକି, ହାର୍ଦ୍ଦିକ ଆଇପିଏଲ୍ ୨୦୨୬ ପରେ କୌଣସି ପ୍ରଫେସନାଲ କ୍ରିକେଟ୍ ଖେଳି ନାହାଁନ୍ତି। ଅକ୍ଟୋବରରେ ଅଷ୍ଟ୍ରେଲିଆ ଏ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ସେ ଇଣ୍ଡିଆ ଏ ଦଳରେ ଚୟନ ହୋଇଥିଲେ, କିନ୍ତୁ ଆଘାତ ଯୋଗୁଁ ସିରିଜ୍ ଆରମ୍ଭ ପୂର୍ବରୁ ହିଁ ବାହାର ହେବାକୁ ପଡ଼ିଥିଲା।

ବଡ଼ୋଦା ସ୍କ୍ୱାଡ୍:
କ୍ରୁଣାଲ ପାଣ୍ଡ୍ୟା (ଅଧିନାୟକ), ଅତୀତ ସେଠ୍ (ଉପ-ଅଧିନାୟକ), ଦୀପକ ହୁଡ୍ଡା, ଶିବାଲିକ ଶର୍ମା, ଶାଶ୍ୱତ ରାୱତ, ଅମିତ ପାସୀ, ଜିତେଶ ଶର୍ମା, ଭାନୁ ପନିଆ, ମହେଶ ପିଠିଆ, ପରୀକ୍ଷିତ ପାଟିଦାର, ହେମନ୍ତ ପୁଣ୍ଡେ, ରାଜ ଲିମ୍ବାଣି, ରସିଖ ଡାର୍, ଧ୍ରୁବ ବି ପଟେଲ, ସଫୱାନ ପଟେଲ।

ଗିଲ୍ ଙ୍କ ବୟାନ:

୨୦୨୭ ଦିନିକିଆ ବିଶ୍ୱକପ୍ ଆଉ ବେଶି ଦୂର ନାହିଁ। ଏହା ପୂର୍ବରୁ ହାର୍ଦ୍ଦିକଙ୍କ ଭଳି ବିଶ୍ୱସ୍ତରୀୟ ଅଲରାଉଣ୍ଡରଙ୍କ ଫିଟନେସ୍ ନିଶ୍ଚିତ ଭାବେ ଟିମ୍ ମ୍ୟାନେଜମେଣ୍ଟ ପାଇଁ ଚିନ୍ତାର କାରଣ ପାଲଟିଛି। ଅଧିନାୟକ ଶୁଭମନ ଗିଲ୍ କହିଛନ୍ତି ଯେ, ହାର୍ଦ୍ଦିକ ଆସିଲେ ଲୋୟର ମିଡିଲ୍ ଅର୍ଡର ବ୍ୟାଟିଂ ଏବଂ ବୋଲିଂ ଦୁଇଟା ଯାକ ମଜବୁତ ହେବ। ତେବେ ଫେରିବା ପୂର୍ବରୁ ତାଙ୍କୁ ଘରୋଇ କ୍ରିକେଟ୍ ଖେଳି ନିଜର ଗେମ୍ ଫିଟନେସ୍ ପ୍ରମାଣ କରିବାକୁ ପଡ଼ିବ।

Baroda Squad Cricket News Odia hardik pandya Hardik Pandya Injury Hardik Pandya News Krunal Pandya Captain Odia Cricket News Shubman Gill Statement Syed Mushtaq Ali Trophy 2026
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବରରେ ନିର୍ମାଣାଧୀନ ସ୍ୱତନ୍ତ୍ର ଚାଉଳ ଓ ମିଲେଟ୍‌ର ମୂଲ୍ୟବୃଦ୍ଧି କେନ୍ଦ୍ର ପରିଦର୍ଶନ କଲେ ଦୁଇ ଉପମୁଖ୍ୟମନ୍ତ୍ରୀ

November 7, 2026

ଉଦ୍‌ଯାପିତ ହେଲା ରାଜ୍ୟସ୍ତରୀୟ ଶିଶୁ କ୍ରୀଡ଼ା ମହୋତ୍ସବ “ଉତ୍ସାହ-୨୦୨୬”

November 7, 2026

ଶହେ ବର୍ଷରେ ଭାରତରତ୍ନ ଲାଲକୃଷ୍ଣ ଆଡଭାଣୀ !

November 7, 2026

‘ବିହାର NDA ରେ ସବୁ ଠିକ୍ ନାହିଁ’: RJD ଦାବିରେ ହଲଚଲ୍, ବିଜେପି କ’ଣ କହିଲା?

November 7, 2026
Latest News

CM Majhi in Keonjhar: କେନ୍ଦୁଝର ତଥା ନିଜ ଜନ୍ମମାଟିର ଉନ୍ନତି ପାଇଁ ଅର୍ଥ ଢାଳି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

November 7, 2026

ଭୁବନେଶ୍ବରରେ ନିର୍ମାଣାଧୀନ ସ୍ୱତନ୍ତ୍ର ଚାଉଳ ଓ ମିଲେଟ୍‌ର ମୂଲ୍ୟବୃଦ୍ଧି କେନ୍ଦ୍ର ପରିଦର୍ଶନ କଲେ ଦୁଇ ଉପମୁଖ୍ୟମନ୍ତ୍ରୀ

November 7, 2026

ଉଦ୍‌ଯାପିତ ହେଲା ରାଜ୍ୟସ୍ତରୀୟ ଶିଶୁ କ୍ରୀଡ଼ା ମହୋତ୍ସବ “ଉତ୍ସାହ-୨୦୨୬”

November 7, 2026

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପୁଣି ବଡ଼ ଝଟକା!: ଟିମ୍ ରେ ବି ମିଳିଲାନି ଜାଗା, ପ୍ରତ୍ୟାବର୍ତ୍ତନକୁ ନେଇ ବଢ଼ିଲା ସସପେନ୍ସ

November 7, 2026

ଶହେ ବର୍ଷରେ ଭାରତରତ୍ନ ଲାଲକୃଷ୍ଣ ଆଡଭାଣୀ !

November 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.