ନୂଆଦିଲ୍ଲୀ: ଦୁନିଆର ସବୁଠୁ ବଡ଼ AI ଚିପ୍ କମ୍ପାନୀ Nvidia କୁ ନେଇ ଏବେ ସୋସିଆଲ୍ ମିଡ଼ିଆରେ ବଡ଼ ଚର୍ଚ୍ଚା ଚାଲିଛି। ଦାବି କରାଯାଉଛି ଯେ CEO ଜେନସେନ୍ ହୁଆଙ୍ଗ୍ ଇସ୍ତଫା ଦେଇଛନ୍ତି।
ଗତ କିଛି ଦିନ ଧରି ଜେନସେନ୍ ହୁଆଙ୍ଗ୍ ଚର୍ଚ୍ଚାରେ ଥିଲେ। କିଛି ରିପୋର୍ଟ ଏବଂ ସୋସିଆଲ୍ ମିଡ଼ିଆ ପୋଷ୍ଟରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଦାବି କରାଯାଇଥିଲା। ଏହି ଦାବିର ଏଯାଏଁ କୌଣସି ସ୍ୱାଧୀନ ପ୍ରମାଣ ମିଳିନି।
ସେହି ଚର୍ଚ୍ଚା ମଧ୍ୟରେ ଏବେ ଦାବି ହେଉଛି ଯେ, ୧୨ ନଭେମ୍ବର ୨୦୨୬ ରେ ଜେନସେନ୍ ନିଜେ CEO ପଦରୁ ଇସ୍ତଫା ଦେଇଛନ୍ତି। କିଛି ରିପୋର୍ଟରେ କୁହାଯାଉଛି ଯେ, ତାଙ୍କ କାର୍ଯ୍ୟଭାର ଏବେ CFO କୋଲେଟ୍ କ୍ରେସ୍ ସମ୍ଭାଳିବେ।
କାହିଁକି ଏତେ ଚର୍ଚ୍ଚା?
ଜେନସେନ୍ ହୁଆଙ୍ଗ୍ ହିଁ Nvidia କୁ AI ଦୁନିଆର ସବୁଠୁ ବଡ଼ କମ୍ପାନୀ କରିବାରେ ମୁଖ୍ୟ ଭୂମିକା ନେଇଥିଲେ। ତାଙ୍କ ଭଳି ବ୍ୟକ୍ତି ଯଦି ସତରେ ପଦ ଛାଡ଼ନ୍ତି, ତେବେ କମ୍ପାନୀର ଭବିଷ୍ୟତ ଏବଂ AI ଇଣ୍ଡଷ୍ଟ୍ରି ଉପରେ ଏହାର ବଡ଼ ପ୍ରଭାବ ପଡ଼ିପାରେ। ସେଥିପାଇଁ ଏହି ଖବର ଏତେ ଭାଇରାଲ୍ ହେଉଛି।
ତେବେ ସତ କଣ?
ଏଯାଏଁ Nvidia ତରଫରୁ ଏ ବିଷୟରେ କୌଣସି ଅଫିସିଆଲ୍ ପ୍ରେସ୍ ରିଲିଜ୍ କିମ୍ବା ନିଶ୍ଚିତ ବୟାନ ସାମ୍ନାକୁ ଆସିନି। ତେଣୁ ଏହାକୁ ନିଶ୍ଚିତ ଖବର ବୋଲି ଧରାଯାଇପାରିବ ନାହିଁ।


