Cyclone Akvan Update: ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ଆକଭାନ ତାହାର ଗତିପଥରେ ପରିବର୍ତ୍ତନ କରିଛି। ବର୍ତ୍ତମାନ ଏହା ଓଡିଶା ମୁହାଁ ହେଉଛି ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଫଳରେ ଏହା ଓଡିଶା ଉପକୂଳରେ ସ୍ଥଳଭାଗ ବା ଲ୍ୟାଣ୍ଡଫଲ କରିବ ବୋଲି ଜଣାପଡିଛି।
ବର୍ତ୍ତମାନ ବାତ୍ୟା ବଙ୍ଗୋପସାଗରର ଉତ୍ତର ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ପାଣିପାଗ ବିଭାଗ ଆକଳନ ଅନୁସାରେ ଏହା ନରସାପୁର ଓ ପୁରୀ ମଧ୍ୟରେ, ବିଶେଷକରି କଳିଙ୍ଗପତନମ ଓ ଗୋପାଳପୁର ମଧ୍ୟରେ ୨୦ ତାରିଖରେ ଲ୍ୟାଣ୍ଡଫଲ୍ କରିବ ବୋଲି ଜଣାପଡିଛି। ଏହା ଦ୍ବାରା ୧୯ ଓ ୨୦ ତାରିଖରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ସେହିପରି ପବନର ବେଗ ୭୦ରୁ ୮୦ କିମି ଏବଂ ଝଟକା ପବନ ୯୦ କିଲୋମିଟର ରହିବ।
ସେହିପରି ଦକ୍ଷିଣ ଓଡ଼ିଶାର କେତେକ ଜିଳ୍ଲାରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ। ପାଣିପାଗ ବିଭାଗ ଅନୁସାରେ ଏହା ପ୍ରାୟ ୨୦ରୁ ୩୦ ସେମି ପର୍ଯ୍ୟନ୍ତ ବର୍ଷବ ବୋଲି ଅନୁମାନ କରାଯାଇଛି। ‘ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀରେ ବାତ୍ଅତ୍ୟନ୍ତ ପ୍ରବଳ ବର୍ଷାହେବ। ଉତ୍ତର ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ବି ରହିଛି। ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜରେ ମଧ୍ୟ ବର୍ଷାର ପ୍ରଭାବ ରହିବ। ୨୦ ତାରିଖରେ ଲ୍ୟାଣ୍ଡଫଲ୍ ପରେ ବାତ୍ୟା ଆକଭାନ ଶୀଘ୍ର ଦୁର୍ବଳ ହୋଇଯିବ ବୋଲି କୁହାଯାଇଛି।
ପାଣିପାଗ ବିଭାଗ ୧୯ ଓ ୨୦ ତାରିଖ ପାଇଁ କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଜପତି, ଗଞ୍ଜାମ, ପୁରୀକୁ ଅରେଞ୍ଜ ୱାଣ୍ଣିଂ ଦିଆଯାଇଛି। ସେହିପରି ୨୦ ଓ ୨୧ ତାରିଖ ପାଇଁ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ଏବଂ ୨୧ ଓ ୨୨ ତାରିଖ ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ -ନୂଆପଡ଼ା, ନବରଙ୍ଗପୁର, କୋରାପୁଟକୁ ମଧ୍ୟ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି।


