ଭୁବନେଶ୍ୱର: ଆସୁଥିବା ଘୂର୍ଣ୍ଣିବାତ୍ୟା ଅକଭାନକୁ ଦୃଷ୍ଟିରେ ରଖି, ଯାତ୍ରୀଙ୍କ ସୁରକ୍ଷା ନିମନ୍ତେ ପ୍ରତିଷେଧମୂଳକ ପଦକ୍ଷେପ ସ୍ୱରୂପ ବିଶାଖାପାଟଣା ଓ କିରଣ୍ଡୁଲ୍ ମଧ୍ୟରେ ଚଳାଚଳ କରୁଥିବା ନିମ୍ନଲିଖିତ ଟ୍ରେନ୍ଗୁଡ଼ିକୁ ୧୯ ଓ ୨୦ ନଭେମ୍ବର ୨୦୨୬ ତାରିଖରେ ବାତିଲ୍ କରାଯାଇଛି।
ଟ୍ରେନ୍ ନମ୍ବର ୧୮୫୧୫ ବିଶାଖାପାଟଣା–କିରଣ୍ଡୁଲ୍ ଏକ୍ସପ୍ରେସ୍ ଏବଂ ଟ୍ରେନ୍ ନମ୍ବର ୧୮୫୧୬ କିରଣ୍ଡୁଲ୍–ବିଶାଖାପାଟଣା ଏକ୍ସପ୍ରେସ୍ ଉଭୟ ୧୯ ଓ ୨୦ ନଭେମ୍ବର ୨୦୨୬ ତାରିଖରେ ବାତିଲ୍ ରହିବ।
ଯାତ୍ରୀମାନଙ୍କୁ ଅନୁରୋଧ ଯେ, ସେମାନେ ଏହି ଟ୍ରେନ୍ ସେବା ବାତିଲ ହେବା ବିଷୟରେ ଅବଗତ ହୁଅନ୍ତୁ ଏବଂ ସେହି ଅନୁଯାୟୀ ନିଜର ଯାତ୍ରା ଯୋଜନା କରନ୍ତୁ।


